ରଙ୍ଗୋଲି ଆଙ୍କି ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ

Deviprasad Mohanty Picture
Published On

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ରଙ୍ଗୋଲି ଆଙ୍କି ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି ୫ ଯୁବତୀ । ମନସ୍ବିନୀ ନାୟକ, ସୁଜ୍ଞାନା ଭଟ୍ଟ, ବିଶ୍ବରୁପା ସାହୁ, ବୈଶାଖୀ ରାୟ ଓ ଚିତ୍ରା ଅର୍ପିତା ରାଉତ ମିଳିତ ଭାବେ ଗତ ଜାନୁଆରୀ ୧୪ର ଏହି ରଙ୍ଗୋଲି ଆଙ୍କିଥିଲେ। ୧୨୦୦ ବର୍ଗଫୁଟର ଏହି ରଙ୍ଗୋଲି ‘ଶ୍ରୀକ୍ଷେତ୍ର ପୁରୀ ଥିମ’ ରେ ଅଙ୍କା ଯାଇଥିଲା। ଏଥିରେ ପୁରୀ ଜଗନ୍ନାଥ ମନ୍ଦିର, ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାଆ, ମାଆ ବାଟମଙ୍ଗଳା, ୩ ରଥ, ମହାଲକ୍ଷ୍ମୀ, ମହାପ୍ରସାଦ, ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ପୁରୀ ସମୁଦ୍ର ସ୍ଥାନ ପାଇଥିଲା। ୨୦ ଫୁଟ ଓସାର ଓ ୬୦ ଫୁଟ ଲମ୍ବ ବିଶିଷ୍ଟ ରଙ୍ଗୋଲି ଆଙ୍କିବାକୁ ୫ ଜଣଙ୍କୁ ଏକାଧାରରେ ୧୮ ଘଣ୍ଟା ସମୟ ଲାଗିଥିଲା

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ