ଆଜି ଉତ୍ତର ଓଡ଼ିଶାରୁ ମେଲାଣି ନେବ ମୌସୁମୀ, ରାତିରେ ରାଜୁତି କରିବ କୁହୁଡ଼ି ଓ କାକର ...

Deviprasad Mohanty Picture
Published On

 ଭୁବନେଶ୍ୱର: ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ। ମୁଖ୍ୟତଃ ଉତ୍ତର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ। ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷାର ପରିମାଣ କମିଯାଇଛି। ଏହାସହିତ ଆଗକୁ ବିଶେଷ ପାଣିପାଗଜନିତ ନିୟାମକ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ମଧ୍ୟ କମ୍‌ ରହିଛି। ତେଣୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି।

ଆହୁରି ପଢ଼ନ୍ତୁ: ରାତିଅଧରେ ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ: ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୁତ୍ତ

ମୌସୁମୀ ପ୍ରତ୍ୟାବର୍ତ୍ତନ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଆକାଶ ନିର୍ମଳ ରହିବ। ଦିନବେଳା ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ବାୟୁମଣ୍ଡଳରେ ଜଳୀୟବାଷ୍ପ କମିଯିବା ହେତୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଏହି ସମୟରେ ରାତିରେ କାକର ପଡ଼ିବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୨୩-୨୫ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୧୮-୧୯ ଡିଗ୍ରୀ ମଧ୍ୟରେ ରହୁଛି। ଧୀରେ ଧୀରେ ଏହା ହ୍ରାସ ପାଇବ। ସମ୍ଭବତଃ ମାସ ଶେଷ ବେଳକୁ ରାଜ୍ୟରେ କଅଁଳ ଶୀତ ଅନୂଭତ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି। ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍‌ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ। ଲା-ନିନା ବର୍ଷରେ ଅନେକ ସମୟରେ ଅତ୍ୟଧିକ ବର୍ଷା ଓ ଶୀତ ହେବାର ନଜିର ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।  

ଆହୁରି ପଢ଼ନ୍ତୁ: ରାଜଧାନୀରୁ ସେକ୍ସ ରାକେଟ୍‌ ଠାବ: ଆୟୁର୍ବେଦ ଚିକିତ୍ସା ନାମରେ ଚାଲିଥିଲା ସେକ୍ସ ରାକେଟ୍‌

13 Oct 2025 By Deviprasad Mohanty

ଆଜି ଉତ୍ତର ଓଡ଼ିଶାରୁ ମେଲାଣି ନେବ ମୌସୁମୀ, ରାତିରେ ରାଜୁତି କରିବ କୁହୁଡ଼ି ଓ କାକର ...

 ଭୁବନେଶ୍ୱର: ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ। ମୁଖ୍ୟତଃ ଉତ୍ତର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ। ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷାର ପରିମାଣ କମିଯାଇଛି। ଏହାସହିତ ଆଗକୁ ବିଶେଷ ପାଣିପାଗଜନିତ ନିୟାମକ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ମଧ୍ୟ କମ୍‌ ରହିଛି। ତେଣୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି।

ମୌସୁମୀ ପ୍ରତ୍ୟାବର୍ତ୍ତନ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଆକାଶ ନିର୍ମଳ ରହିବ। ଦିନବେଳା ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ବାୟୁମଣ୍ଡଳରେ ଜଳୀୟବାଷ୍ପ କମିଯିବା ହେତୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଏହି ସମୟରେ ରାତିରେ କାକର ପଡ଼ିବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୨୩-୨୫ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୧୮-୧୯ ଡିଗ୍ରୀ ମଧ୍ୟରେ ରହୁଛି। ଧୀରେ ଧୀରେ ଏହା ହ୍ରାସ ପାଇବ। ସମ୍ଭବତଃ ମାସ ଶେଷ ବେଳକୁ ରାଜ୍ୟରେ କଅଁଳ ଶୀତ ଅନୂଭତ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି। ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍‌ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ। ଲା-ନିନା ବର୍ଷରେ ଅନେକ ସମୟରେ ଅତ୍ୟଧିକ ବର୍ଷା ଓ ଶୀତ ହେବାର ନଜିର ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର