ମୃତ୍ୟୁ ପରର ଦୁନିଆ ଦେଖିଥିବା କହିଲେ ଡାକ୍ତର

Deviprasad Mohanty Picture
Published On

କଥାରେ ଅଛି, ‘ରଖେ ହରି ତ ମାରେ କିଏ’।  ଏହାର ଅର୍ଥ ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ଅନ୍ୟ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ବିଶ୍ବରେ ଅନେକ ଲୋକ ମୃତ୍ୟୁକୁ ଅତି ନିକଟରେ ଦେଖି ପୁଣି ଜୀବିତ ରହିଥିବା କଥା ଯୁକ୍ତି ବାଢ଼ନ୍ତି। ଏଭଳି ଏକ ଘଟଣା ବିଷୟରେ ନିକଟରେ ଖୋଦ୍‌ ଜଣେ  ଡାକ୍ତର କହିଛନ୍ତି। ଭାରତୀୟ ବଂଶୋଦ୍ଭବ ରାଜୀବ ପାରତୀ ଏକଦା ଆମେରିକାର କାର୍ଲିଫର୍ଣ୍ଣିଆ ସ୍ଥିତ ବେକର୍ସଫିଲ୍ଡ ହାର୍ଟ ହସ୍‌ପିଟାଲର ମୁଖ୍ୟ ନିଶ୍ଚେତକ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ଏକଦା ସେ  କିପରି ମୃତ୍ୟୁକୁ ଅତି ନିକଟରେ ଦେଖିଥିଲେ ସେକଥା ନିକଟରେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ୨୦୦୮ ମସିହାରେ ତାଙ୍କୁ ୫୧ ବର୍ଷ ହୋଇଥିବାବେଳେ ତାଙ୍କର ମୂତ୍ରାଶୟ କର୍କଟ ଅସ୍ତ୍ରୋପଚାର କରାଯାଇଥିଲା। ଏହିସମୟରେ ହଠାତ୍‌  ତାଙ୍କର ହୃଦ୍‌ସ୍ପନ୍ଦନ  କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। କିଛି ସମୟ ପାଇଁ ସେ ମରି ଯାଇଥିଲେ ବୋଲି କହିଛନ୍ତି। ତାଙ୍କ କହିବାନୁସାରେ,  ମୃତ୍ୟୁ ପରେ ସେ ଯନ୍ତ୍ରଣା ଜର୍ଜରିତ କିଛି ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣିଥିଲେ।  ଏହି ସମୟରେ ସେ ଏକ ଜଳନ୍ତା ରାସ୍ତାରେ ଥିବାର ଅନୁଭବ କଲେ। ତାଙ୍କୁ ପୋଡ଼ା ମାଂସର ଗନ୍ଧ ଆସିଥିଲା। ଧୂଆଁ ତାଙ୍କ ନାକରେ ଭର୍ତ୍ତି ହୋଇଗଲା। ସେତେବେଳେ ସେ ନର୍କଦ୍ବାରରେ ଥିବା ପରି ଅନୁଭବ କରିଥିବା କୁହନ୍ତି।  ଏହାପରେ ତାଙ୍କୁ ଦୁଇଜଣ ଦେବଦୂତ ମିଳିଥÒଲେ। ସେମାନେ ତାଙ୍କୁ ନର୍କରୁ ଏକ ସୁଡ଼ଙ୍ଗ ପରି ଦ୍ବାର ଦେଇ ଏକ ଅଦ୍ଭୁତ ଓ  ସୁନ୍ଦର ସ୍ଥାନକୁ ନେଇଗଲେ।   ସେଠାରେ ସେ କେବଳ ଉଜ୍ଜ୍ବଳ ଆଲୋକ ଦେଖି ପାରୁଥିଲେ। ସେହି ଆଲୋକରୁ ଜଣେ ବ୍ୟକ୍ତି ବାହାରି ଡାକ୍ତରଙ୍କୁ କିଛି ପ୍ରଶ୍ନ ପଚାରିଥିବା ସେ କହିଥିଲେ। ସେହିସମୟରେ ସେ ଅସ୍ତ୍ରୋପଚାର ଟେବୁଲ ଉପରେ ନିଜକୁ ପଡ଼ିଥିବାର ମଧ୍ୟ  ଦେଖିଥିଲେ।  ଏହା ତାଙ୍କର ମୃତ୍ୟୁ ପରର ଜୀବନ ଥିଲା ବୋଲି ଡାକ୍ତର ଜଣକ ଦାବି କରିଛନ୍ତି।  ଏହି ଘଟଣା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ  ରୂପେ ବଦଳି ଯାଇଥିଲା। ସେ ତାଙ୍କ ଡାକ୍ତରୀ ପେସା ମଧ୍ୟ ଛାଡ଼ିଦେଇଥିଲେ।  

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର