ମନୋରଞ୍ଜନ
ସୋମବାର ରାଶିଫଳ ( ୧୩- ୧୦- ୨୦୨୫ )

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ମନୋରଞ୍ଜନରେ ସମୟ ଅତିବାହିତ ହେବ। ସମ୍ପର୍କୀୟଙ୍କ ସହଯୋଗରୁ ଚାକିରି ମିଳିବ।
ବୃଷ: ବନ୍ଧୁଙ୍କ ବ୍ୟବହାର ବ୍ୟଥିତ କରିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଅନ୍ୟମାନଙ୍କ ଉପରେ ଅଧିକ ବିଶ୍ବାସ କରନ୍ତୁନି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ସଫଳତା ପାଇଁ କଠିନ ପରିଶ୍ରମ କରିବେ। ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
କର୍କଟ: ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାର ଲୋକଙ୍କ ମଧ୍ୟରେ ସମୟ ଅତିବାହିତ କରିବେ। ଧ୍ୟାନର ସହିତ ନିଜ କାର୍ଯ୍ୟ କରନ୍ତୁ। ତରବରିଆ ଭାବେ ନିବେଶ କରନ୍ତୁ ନାହିଁ।
ସିଂହ: ଦୁଃଖ ତଥା ଚିନ୍ତା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ା ପାଇଁ ବ୍ୟସ୍ତ ବିବ୍ରତ ହେବେ ନାହିଁ।
କନ୍ୟା: ନିଜ ପାଇଁ ସମୟ ବାହାର କରିବେ। ଦୀର୍ଘ ଦିନର ଆଶା ପୂରଣ ହେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି।
ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଯେକୌଣସି ପରିସ୍ଥତିରେ ଧୈର୍ଯ୍ୟ ରଖନ୍ତୁ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି।
ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସମାଜ ସେବାରେ ସମୟ ଅତିବାହିତ ହେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତାରେ ରହିପାରନ୍ତି। ଅଚାନକ ଖୁସି ଖବର ପାଇବେ।
ଧନୁ: ଆୟ ଅନୁସାରେ ବ୍ୟୟ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିବେ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ।
ମକର: ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧ ପାଇବ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ।
କୁମ୍ଭ: କର୍ମ ଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ମୀନ: ରାଜନୀତିରେ ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ।