ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ: 'ରତ୍ନ ଅଳଙ୍କାରର ଗଣତିମଣତି କରାଯାଉ ଓ ଏହାର ହିସାବ ସର୍ବ ସମ୍ମୁଖରେ ବିଜେପି ସରକାର ରଖନ୍ତୁ'

Deviprasad Mohanty Picture
Published On

ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମିଳନୀ

ଭୁବନେଶ୍ବର: ବିଜେପି ସରକାର ଉପରେ ବିଜେଡି ଆଣିଲା ସାଙ୍ଘାତିକ ଅଭିଯୋଗ। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବିଜେପି ସରକାର ରତ୍ନ ଅଳଙ୍କାର ଲୁଟ କରିଛନ୍ତି ବୋଲି ଅଭିଯୋଗ କଲେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ I

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି


ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କରିବେ ବୋଲି ବିଜେପି ତାର ଇସ୍ତାହାରରେ କହିଥିଲା ଓ ଏହାର ଚିଠା ପ୍ରସ୍ତୁତ କରିବେ ବୋଲି କହିଥିଲେ। ଚାବି ଭାଙ୍ଗିଲେ ରତ୍ନ ଅନ୍ୟତ୍ର ନେଲେ ପୁଣି ରତ୍ନ ଗଣତିମଣତି କଲେନି, ପୁଣି ନେଇ ରତ୍ନଭଣ୍ଡାରରେ ପୁରେଇ ଚାବି ପକାଇ ରଖିଦେଲେ। ହେଲେ ଯେଉଁ କଥା କହିଥିଲେ ତାହା ହେଲାନି। ଏଥିରୁ ସ୍ପଷ୍ଟ ଯେ ରତ୍ନଭଣ୍ଡାରରୁ ରତ୍ନ ବିଜେପି ସରକାର ଲୁଟ କରିଛନ୍ତି। ସରକାରଙ୍କୁ ଅନୁରୋଧ ତୁରନ୍ତ ଜନସାଧାରଣଙ୍କ ସାମ୍ନାରେ ରତ୍ନ ଅଳଙ୍କାରର ଗଣତିମଣତି କରାଯାଉ ଓ ଏହାର ହିସାବ ସର୍ବ ସମ୍ମୁଖରେ ବିଜେପି ସରକାର ରଖନ୍ତୁ। ଯଦି ତାହା ନକରିବେ ତାହେଲେ ରତ୍ନ ଅଳଙ୍କାର ଶ୍ରୀମନ୍ଦିରରୁ ଲୁଟ ହୋଇଛି ଓ ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର