ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ; ଚଞ୍ଚଳ ରାଣାଙ୍କୁ ବିଡିଏ ଓ ସ୍ମାର୍ଟସିଟିର ଅତିରିକ୍ତ ଦାୟିତ୍ୱ

ଏନ୍‌ ଥିରୁମାଳା ନାଏକ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ

Deviprasad Mohanty Picture
Published On

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବାପରେ ଖାଲି ପଡ଼ିଥିବା ତାଙ୍କ ପଦବୀରେ ଅନ୍ୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଫିସର କାହ୍ନୁଚରଣ ଧୀରଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୦୧ ବ୍ୟାଚ୍‌ ଆଇଏଏସ୍‌ ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ସମର୍ଥ ବର୍ମା ଓ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ସ୍ୱଧା ଦେବ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସାରିଥିବାରୁ ରାଜ୍ୟ ସରକାର ଏହି ୩ ଜଣ ଅଫିସରଙ୍କୁ ଚଳିତମାସ ୧୩ ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଅନ୍ୟପଟେ ବିଏମ୍‌ସି କମିସନର ଚଞ୍ଚଳ କୁମାର ରାଣାଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ସଚିବ ୨୦୦୨ ବ୍ୟାଚ୍‌ ଆଇଏଏସ୍‌ ଏସଏନ୍‌ ଗିରୀଶଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ବିଡିଏ ଉପାଧ୍ୟକ୍ଷ ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଏନ୍‌ ଥିରୁମାଳା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ୨୦୧୦ ବ୍ୟାଚ୍‌ ଆଇଏଏସ୍‌ ମାନସୀ ନିମ୍ଭଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ମାନସୀ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜ୍ୟ  ଅନୁସୂଚିତ ଜାତି ଓ ଜନଜାତି ବଭାଗର ଅତିରକ୍ତ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀ ମୀନା ଏବେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସମେତ ଏସ୍‌ଆଇଆରଡି ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସେହିପରି ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ମହାପାତ୍ର ଏବେ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ନିବେଦିତା ପୃଷ୍ଟିଙ୍କୁ ବୟନିକା ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇିଛି। ସେ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଏସ୍‌ଟି ଏସ୍‌ସି ବିଭାଗର ଅତିରିକ୍ତ ସଚିବ ପ୍ରେମଜିତ ନାୟକଙ୍କୁ ଅନୁସୂଚୀତ ଜନଜାତି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତୀ ସାମଲ ଏବେ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିିଳଛି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ଓଏଏସ୍‌ କାହ୍ନୁଚରଣ ଧୀର୍‌ଙ୍କୁ ମାଇନର ମିନେରାଲସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର