ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ...

Deviprasad Mohanty Picture
Published On

ଭୁବନେଶ୍ବର: ଆଜିଠାରୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆପଡାରେ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀମାନେ। ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନାମାଙ୍କନ ପ୍ରକ୍ରିୟା। ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ଏହାସହ ୧୧ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୮ଟି ବୁଥ ପାଇଁ ହେଲିକପଟର ବ୍ୟବସ୍ଥା ହୋଇଛି। ଯେଉଁଥିରେ ପୋଲିଂ ଅଧିକାରୀମାନେ ହେଲିକପଟରରେ ଯାଇ ଭୋଟିଂ ସାରି ଫେରିବେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

୧୪ କେନ୍ଦ୍ରୀୟ ସଶସ୍ତ୍ରବାହିନୀ ମୁତୟନ ହେବେ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ। ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ ତାଙ୍କୁ ତୃଣମୂଳସ୍ତରରେ ବିରୋଧ କରାଯିବାରୁ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳ କହୁଛି ଦିଲ୍ଲୀରୁ ଗ୍ରୀନ ଆସିବା ପରେ ହିଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ କିନ୍ତୁ ଆଗରୁ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର