ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

Deviprasad Mohanty Picture
Published On

ନୂଆପଡ଼ା: ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୂଡ଼ାନ୍ତ ଭୋଟର୍‌ ତାଲିକା ଗୁରୁବାର ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସୂଚନାଯୋଗ୍ୟ, ନୂଆପଡ଼ା ବିଧାନସଭା ମଣ୍ଡଳୀ -୭୧ ନୂଆପଡ଼ା, ୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଏଥିପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଘୋଷଣା କରାଯାଇଛି। ବୈଠକରେ ଜିଲାପାଳ ସମସ୍ତଙ୍କୁ ସ୍ବାଗତ କରି କହିଲେ ଯେ, ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୩୫୮ଟି ଭୋଟ୍‌ କେନ୍ଦ୍ର ଅଛି। ନୂଆପଡ଼ା ବିଧାନସଭାର ସର୍ବମୋଟ୍‌ ଭୋଟର ସଂଖ୍ୟା ୨,୫୩,୬୨୪। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧,୨୪,୧୦୮, ମହିଳା ଭୋଟର ସଂଖ୍ୟା ୧,୨୯,୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ। ଭୋଟର୍‌ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ଯୁବ ଭୋଟର୍‌ ୯୪୨୯ ଏଂ ଦିବ୍ୟାଙ୍ଗ ଭୋଟର୍‌ ୩୯୮୮ ଜଣ ଅଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର