ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Deviprasad Mohanty Picture
Published On

କୋଲକାତା: ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ଵର ଜଳେଶ୍ଵର ଅଚଳର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଶୋଭାପୁରରେ ଘଟିଛି ଏହି ଲଜ୍ଜା ଜଣକ ଘଟଣା। ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷରେ ପଢୁଥିଲେ ସମ୍ପୃକ୍ତ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କୁ ହସ୍ପିଟାଲ ପରିସରରେ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପକ୍ଷେତ୍ର କୁହାଯାଉଥିବା ଦୁର୍ଗାପୁରରେ ଘଟିଛି ଘଟଣା।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଛାତ୍ରୀ ଜଣକ ଗତକାଲି ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଖବର ପାଇଁ ଛାତ୍ରୀଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି। ଝିଅ ଆଇସିୟୁରେ ରହିଛି, କୌଣସି ଚିକିତ୍ସା ସୁବିଧା ଦିଆଯାଉନି ବୋଲି କହିଛନ୍ତି ଛାତ୍ରୀଙ୍କ ବାପା।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

11 Oct 2025 By Deviprasad Mohanty

ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ଵର ଜଳେଶ୍ଵର ଅଚଳର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଶୋଭାପୁରରେ ଘଟିଛି ଏହି ଲଜ୍ଜା ଜଣକ ଘଟଣା। ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷରେ ପଢୁଥିଲେ ସମ୍ପୃକ୍ତ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କୁ ହସ୍ପିଟାଲ ପରିସରରେ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପକ୍ଷେତ୍ର କୁହାଯାଉଥିବା ଦୁର୍ଗାପୁରରେ ଘଟିଛି ଘଟଣା।

ଛାତ୍ରୀ ଜଣକ ଗତକାଲି ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଖବର ପାଇଁ ଛାତ୍ରୀଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି। ଝିଅ ଆଇସିୟୁରେ ରହିଛି, କୌଣସି ଚିକିତ୍ସା ସୁବିଧା ଦିଆଯାଉନି ବୋଲି କହିଛନ୍ତି ଛାତ୍ରୀଙ୍କ ବାପା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର