ଆରମ୍ଭ ହେଲା ଶ୍ରୀଜିଉମାନଙ୍କର ପହଣ୍ଡି

The Sakala Picture
Published On

ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଆଜି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତ ଓ ସେବକମାନେ ବ୍ୟାକୁଳତାର ସହ ଜଗତର ନାଥ ଜଗନ୍ନାଥଙ୍କୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଧାଡ଼ି ପହଣ୍ଡିରେ ପ୍ରଭୁବ ଶ୍ରୀସୁଦର୍ଶନ ଆସୁଛନ୍ତି। ରଥାରୂଢ଼ ପରେ ଦେବଦଳନ ରଥରେ ସ୍ଥାପନା ହେବେ ଶ୍ରୀସୁଦର୍ଶନ। ଘୋଷଯାତ୍ରାର […]

ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଆଜି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତ ଓ ସେବକମାନେ ବ୍ୟାକୁଳତାର ସହ ଜଗତର ନାଥ ଜଗନ୍ନାଥଙ୍କୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଧାଡ଼ି ପହଣ୍ଡିରେ ପ୍ରଭୁବ ଶ୍ରୀସୁଦର୍ଶନ ଆସୁଛନ୍ତି। ରଥାରୂଢ଼ ପରେ ଦେବଦଳନ ରଥରେ ସ୍ଥାପନା ହେବେ ଶ୍ରୀସୁଦର୍ଶନ।

ଆହୁରି ପଢ଼ନ୍ତୁ: ‎ସମାଜିକ ବାସନ୍ଦ ପ୍ରଥାକୁ ଉଛେଦ କଲେ ଆରକ୍ଷୀ ନିରୀକ୍ଷକ

ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଗୁରୁବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଥିଲା। ୩ଜଣ ପୂଜାପଣ୍ଡା ସେବକ ଶ୍ରୀବିଗ୍ରହଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ପରେ ଘଣ୍ଟ, ଛତା କାହାଳୀ ଆଦି ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଭୋଇ ସେବକମାନେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନିରଥ ଚାରିପଟେ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ବାରା ଆବଦ୍ଧ କରାଯାଇଥିଲା। ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ଆହୁରି ପଢ଼ନ୍ତୁ: ‎ମନ୍ଦିର ପ୍ରତିଷ୍ଠା ପାଇଁ ୨୫୫ କଳସ ଯାତ୍ରା

27 Jun 2025 By The Sakala

ଆରମ୍ଭ ହେଲା ଶ୍ରୀଜିଉମାନଙ୍କର ପହଣ୍ଡି

ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଆଜି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତ ଓ ସେବକମାନେ ବ୍ୟାକୁଳତାର ସହ ଜଗତର ନାଥ ଜଗନ୍ନାଥଙ୍କୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଧାଡ଼ି ପହଣ୍ଡିରେ ପ୍ରଭୁବ ଶ୍ରୀସୁଦର୍ଶନ ଆସୁଛନ୍ତି। ରଥାରୂଢ଼ ପରେ ଦେବଦଳନ ରଥରେ ସ୍ଥାପନା ହେବେ ଶ୍ରୀସୁଦର୍ଶନ।

ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଗୁରୁବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଥିଲା। ୩ଜଣ ପୂଜାପଣ୍ଡା ସେବକ ଶ୍ରୀବିଗ୍ରହଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ପରେ ଘଣ୍ଟ, ଛତା କାହାଳୀ ଆଦି ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଭୋଇ ସେବକମାନେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନିରଥ ଚାରିପଟେ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ବାରା ଆବଦ୍ଧ କରାଯାଇଥିଲା। ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର