ଜହ୍ଲାଦ ସାଜିଲା ସମ୍ପର୍କୀୟ ଦାଦା : ପାଇଖାନା ଟାଙ୍କିରୁ ମିଳିଲା ୭ ଦିନ ଧରି ନିଖୋଜ ଥିବା ‘ଆଶୀର୍ବାଦ’ର ମୃତଦେହ

The Sakala Picture
Published On

ପୁରୀ : ପାଇଖାନା ଟାଙ୍କିରୁ ମିଳିଲା ୭ ଦିନ ଧରି ନିଖୋଜ ଥିବା ନାବାଳକ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡେଲାଙ୍ଗ ପୁଲିସ ନାବାଳକର ମୃତ ଦେହ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରର ପଛ ପଟେ ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର କରିଛି। ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ […]

ପୁରୀ : ପାଇଖାନା ଟାଙ୍କିରୁ ମିଳିଲା ୭ ଦିନ ଧରି ନିଖୋଜ ଥିବା ନାବାଳକ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଅଧ୍ୟାପକ ଗଙ୍ଗାଧର ଦାଶଙ୍କ ଦ୍ୱାଦଶାହ କାର୍ଯ୍ୟ ସମ୍ପନ୍ନ

ଗତକାଲି ବିଳମ୍ବିତ ରାତିରେ ଡେଲାଙ୍ଗ ପୁଲିସ ନାବାଳକର ମୃତ ଦେହ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରର ପଛ ପଟେ ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର କରିଛି। ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଥିବା କୁହାଯାଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି।

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

ସୂଚନାଅନୁଯାଇ ରତନପୁର ଗ୍ରାମର ୧୧ ବର୍ଷ ର ନାବାଳକ ଆଶ୍ରିବାଦ ଗତ ମଙ୍ଗଳ ବାର ଠାରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ଛାନ ଭିନ୍ନ ପରେ ମଧ୍ୟ କିଛି ଖବର ମିଳି ନଥିବା ବେଳେ ଗତକାଲି ଆଶ୍ରିବାଦ ର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସପିଙ୍କ ଜରିଆରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ପତ୍ର ଦେଇଥିବା ବେଳେ ବିଳମ୍ବିତ ରାତିରେ ନାବାଳକର ମୃତ ଦେହକୁ ଠାବ କରିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର