ରାଜ୍ୟର ଶାନ୍ତିପୁର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ଏବଂ କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

The Sakala Picture
Published On

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ କରିପାରିଥିଲେ ସରକାର । ସଂକ୍ରମଣ ଦେଖାଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ । ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । […]

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ କରିପାରିଥିଲେ ସରକାର । ସଂକ୍ରମଣ ଦେଖାଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ । ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ରାଜ୍ୟପାଳ କହିଛନ୍ତି- ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪.୭ଲକ୍ଷ ନଳକୂପ ସ୍ଥାପନ କରାଯାଉଛି । କରୋନା ବେଳେ ଅଙ୍ଗନୱାଡି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ୫ଗୋଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣଧୀନ ଅଛି । ୭ଟି ଜିଲ୍ଲା ହସ୍ପିଟାଲ ମଧ୍ୟ ନିର୍ମାଣଧୀନ ଅଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ଲକ୍ଷ ପରିବାର ସାମିଲ୍ ହୋଇଛନ୍ତି । ୧୦.୯୮ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ମାସିକ ୫ କେଜି ଚାଉଳ ଦିଆଯାଉଛି । ୨୦୨୦-୨୧ ବର୍ଷରେ ୨.୮ଲକ୍ଷ ଗୃହ ନିର୍ମାଣ କାମ ଶେଷ ହୋଇଛି । ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯୋଗାଇ ଦେଉଛନ୍ତି । ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ପିରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା । ପୁଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ। ସେହିପରି ୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮,୭୬୦କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ଯାହା ଗତବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ। ମାଲକାନଗିରିରେ ନୂତନ ଏୟାରଷ୍ଟ୍ରିପ ନିର୍ମାଣ ଯୋଜନା ରହିଛି । ନଦୀ ଜଳ ସଂରକ୍ଷଣ ପାଇଁ ୧୧ହଜାର ୭୦୦ କୋଟି ପୁଞ୍ଜି ବିନିଯୋଗ ହେବ । ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ତ୍ତିତ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । କୋଟିଆରେ ଆନ୍ଧ୍ରର ନିର୍ବାଚନ, ଅହେତୁକ ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଥିବା ନେଇ କଂଗ୍ରେସ ସଦସ୍ୟ ନାରା ବାଜି କରିବା ଗୃହ ତ୍ୟାଗ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାପରେ  ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ହେବା ପରେ ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ। ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।

18 Feb 2021 By The Sakala

ରାଜ୍ୟର ଶାନ୍ତିପୁର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ଏବଂ କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ କରିପାରିଥିଲେ ସରକାର । ସଂକ୍ରମଣ ଦେଖାଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ । ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ରାଜ୍ୟପାଳ କହିଛନ୍ତି- ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪.୭ଲକ୍ଷ ନଳକୂପ ସ୍ଥାପନ କରାଯାଉଛି । କରୋନା ବେଳେ ଅଙ୍ଗନୱାଡି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ୫ଗୋଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣଧୀନ ଅଛି । ୭ଟି ଜିଲ୍ଲା ହସ୍ପିଟାଲ ମଧ୍ୟ ନିର୍ମାଣଧୀନ ଅଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ଲକ୍ଷ ପରିବାର ସାମିଲ୍ ହୋଇଛନ୍ତି । ୧୦.୯୮ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ମାସିକ ୫ କେଜି ଚାଉଳ ଦିଆଯାଉଛି । ୨୦୨୦-୨୧ ବର୍ଷରେ ୨.୮ଲକ୍ଷ ଗୃହ ନିର୍ମାଣ କାମ ଶେଷ ହୋଇଛି । ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯୋଗାଇ ଦେଉଛନ୍ତି । ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ।

ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ପିରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା । ପୁଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ। ସେହିପରି ୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮,୭୬୦କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ଯାହା ଗତବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ। ମାଲକାନଗିରିରେ ନୂତନ ଏୟାରଷ୍ଟ୍ରିପ ନିର୍ମାଣ ଯୋଜନା ରହିଛି । ନଦୀ ଜଳ ସଂରକ୍ଷଣ ପାଇଁ ୧୧ହଜାର ୭୦୦ କୋଟି ପୁଞ୍ଜି ବିନିଯୋଗ ହେବ । ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ତ୍ତିତ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । କୋଟିଆରେ ଆନ୍ଧ୍ରର ନିର୍ବାଚନ, ଅହେତୁକ ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଥିବା ନେଇ କଂଗ୍ରେସ ସଦସ୍ୟ ନାରା ବାଜି କରିବା ଗୃହ ତ୍ୟାଗ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାପରେ  ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ହେବା ପରେ ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ। ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।

https://www.thesakala.in/latest-odisha-news/governor-praises-state-law-and-order-appreciates-odisha-govts-covid-management/article-70
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର