ମୟୁରଭଞ୍ଜ ସଡ଼କ ଦୁର୍ଘଟଣା; ମୁଖ୍ଯମନ୍ତ୍ରୀଙ୍କ ଶୋକ, ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡ ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁବରଣ କରିଥିବା ୪ ଜଣ ଓଡ଼ିଶା ଅଧିବାସୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା […]
ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡ ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁବରଣ କରିଥିବା ୪ ଜଣ ଓଡ଼ିଶା ଅଧିବାସୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି
ସୂଚନା ଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଥିଲା। ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋ (ଦୁଇଟି ଯାତ୍ରୀବାହୀ ଏବଂ ଅନ୍ୟଟି ଡାଲା ଅଟୋ)କୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।






