କୃଷ୍ଣପ୍ରସାଦ ପାଇକସାହି ପକ୍ଷରୁ କାଳିଜାଇ ମନ୍ଦିର ସଫେଇ
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତର ପାଇକସାହି ଗ୍ରାମବାସୀଙ୍କ ତରଫରୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ତଥା ପାରିକୁଦର ଇଷ୍ଟଦେବୀ ମାଆ କାଳିଜାଇଙ୍କ ପୀଠକୁ ସଫେଇ କରାଯାଇଛି। ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ମନ୍ଦିର ପରିସର ଅଳିଆ ଆବର୍ଜନା ହୋଇପଡିଥିଲା । ପାଇକସାହି ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର କୁମାର ପାତ୍ର ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ମନ୍ଦିର ଚତ୍ରୁପାର୍ଶ୍ଵରୁ ପ୍ଲାଷ୍ଟିକ ବୋତଲ ଅଳିଆ ଆବର୍ଜନା ସଫେଇ କରିବା ସହିତ […]
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତର ପାଇକସାହି ଗ୍ରାମବାସୀଙ୍କ ତରଫରୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ତଥା ପାରିକୁଦର ଇଷ୍ଟଦେବୀ ମାଆ କାଳିଜାଇଙ୍କ ପୀଠକୁ ସଫେଇ କରାଯାଇଛି। ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ମନ୍ଦିର ପରିସର ଅଳିଆ ଆବର୍ଜନା ହୋଇପଡିଥିଲା । ପାଇକସାହି ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର କୁମାର ପାତ୍ର ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ମନ୍ଦିର ଚତ୍ରୁପାର୍ଶ୍ଵରୁ ପ୍ଲାଷ୍ଟିକ ବୋତଲ ଅଳିଆ ଆବର୍ଜନା ସଫେଇ କରିବା ସହିତ ପରିସରକୁ ସ୍ୱଚ୍ଛତା ରଖିବା ପାଇଁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଶିକ୍ଷାବିତ ହେମନ୍ତ କୁମାର ଜେନା, ବରିଷ୍ଠ କ୍ରୀଡ଼ାବିତ ଦୁର୍ଯ୍ୟୋଧନ ନାୟକ, ଭରତ ପରିଡ଼ା, ପ୍ରମୋଦ କୁମାର ପରିଡା, ବିଭୂ ନାରାୟଣ ଜେନା, କବିରାଜ ପାତ୍ର, ପ୍ରମୋଦ ରାଉତ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।






