ବାତ୍ୟା ଓ ଲଗାଣ ବର୍ଷାରେ ନଷ୍ଟ ଧାନ ଫସଲ, ଚିନ୍ତାରେ ଚାଷୀ

Suryakanta Picture
Published On

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଥିବା ବେଳେ ଏବେ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀକୁଳ।

ଆହୁରି ପଢ଼ନ୍ତୁ: ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ

ବିଶେଷ କରି ସିଆଣ୍ଡି ପଞ୍ଚାୟତ ଅନ୍ତର୍ଗତ ଓରା ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଫସଲ ନଷ୍ଟ ହୋଇଥିବା ଦେଖି ହତାଶ ହୋଇ ସେ ଜମି ହୁଡ଼ାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷସାରା କଠିନ ପରିଶ୍ରମ କରି ଭଲ ଅମଳର ଆଶା ରଖିଥିବା ଚାଷୀଙ୍କ ସ୍ୱପ୍ନ ଏବେ ଧୂଳିସାତ୍ ହେବାକୁ ବସିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା: ଚିଲିକା ଓ ସମୁଦ୍ରରେ ଡଙ୍ଗା ଚଳାଚଳ, ମାଛଧରା ବନ୍ଦ

ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିରେ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ସହ ଯୋଗ୍ୟ ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ପ୍ରଶାସନ ପକ୍ଷରୁ କେବେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ, ତାହାକୁ ନେଇ ଚାଷୀମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା, ଉପକୃତ ହେବେ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp