ଦଇତାପତି-ଶ୍ରୀମନ୍ଦିର ପ୍ରଶାସନ ବୈଠକ: ଏଥର ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ

The Sakala Picture
Published On

ପୁରୀ: ଆସୁଛି ରଥଯାତ୍ରା। ପରେ ପରେ ବାହୁଡ଼ା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ରହିଛି। ତେଣୁ ଏହିସବୁ ପର୍ବପର୍ବାଣି ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଦଇତାପତି ସେବକଙ୍କ ସହିତ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତି ଯୋଗ ଦେଇଥିଲେ। ଚଳିତ ବର୍ଷ […]

ପୁରୀ: ଆସୁଛି ରଥଯାତ୍ରା। ପରେ ପରେ ବାହୁଡ଼ା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ରହିଛି। ତେଣୁ ଏହିସବୁ ପର୍ବପର୍ବାଣି ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଦଇତାପତି ସେବକଙ୍କ ସହିତ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତି ଯୋଗ ଦେଇଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଗତବର୍ଷ ଆଡପ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ର ପଡିଯାଇଥିଲେ। ଏ ବର୍ଷ ଯେପରି ପହଣ୍ଡି ସମୟରେ କୌଣସି ପ୍ରକାର ଅଘଟଣ ନ ଘଟିବ ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଭଳି ଅଘଟଣକୁ ଏଡାଇବା ପାଇଁ ସେବା ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍‌। ତିନିଜଣିଆ କମିଟିର ପରାମର୍ଶ ଅନୁଯାୟୀ ହେବ ପହଣ୍ଡି କାର୍ଯ୍ୟ। ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ୍‌ ସମ୍ପର୍ଣ୍ଣ ବାରଣ ହେବ। ନୀତି ଶୃଙ୍ଖଳା ଓ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ସେବକମାନେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି, ଶୃଙ୍ଖଳିତ ପହଣ୍ଡି ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଗତବର୍ଷ ପହଣ୍ଡି ଅଘଟଣର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ତିନିଜଣିଆ କମିଟିର ଯେଉଁ ପରାମର୍ଶ ଆସିଛି ତାକୁ ମାନିବା ପାଇଁ କୁହାଯାଇଛି। ପହଣ୍ଡିରେ ପ୍ରାଧିକତୃ ସେବକ ହିଁ ରହିବେ। ରଥ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ ଯେଉଁମାନେ ତଦାରଖ କରିବେ। ସେହିପରି କୌଣସି ସେବକ ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ। ସହାୟକମାନେ କେବଳ ଆବଶ୍ୟକ ସମୟରେ ହିଁ ରଥ ଉପରକୁ ଯିବେ। ଅନ୍ୟ ସମୟରେ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରକୁ ଛଦ୍ମବେଶୀ ଚଢିଲେ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ହେବ। ସ୍ନାନ ପୂର୍ଣ୍ଣିମାରେ ଭକ୍ତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣାର ଚାଲିଛି ତଦନ୍ତ। ଭିଡିଓ ଫୁଟେଜର ଯାଞ୍ଚ ପରେ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ଉତ୍ତର ଦ୍ୱାର ଦେଇ ର‍୍ୟାମ୍ପ ନିର୍ମାଣ ଶେଷ ହୋଇଛି। ନୀଳାଦ୍ରୀ ବିଜେ ପରେ ସେବା ସମ୍ପୃକ୍ତ ସେବାୟତଙ୍କ ସହିତ ଏ ବିଷୟରେ ଆଲୋଚନା କରାଯିବ। ଯେପରି କୌଣସି ପରମ୍ପରା ବିରୋଧୀ କାର୍ଯ୍ୟ ନ ହେବ ତାକୁ ବିଚାର କରି ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଡ. ପାଢୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆମ ନିଯୋଗ ତରଫରୁ ପହଣ୍ଡିରେ ନିୟୋଜିତ ସେବକଙ୍କ ତାଲିକା କରିସାରିଛୁ। ବରିଷ୍ଠ ଓ ଯୁବକମାନେ କିଏ କେଉଁ ଦଳରେ ରହିବେ ଖସଡା ପ୍ରସ୍ତୁତ କରିଛୁ। ମୋବାଇଲ୍‌ ପ୍ରବେଶ କଟକଣା ସହ ଅଣସେବାୟତ କିପରି ନ ଚଢିବେ ତାକୁ ଗୁରୁତ୍ୱ ଦେବୁ। ଯୁବ ଦଇତାପତି ଅମିତ ଦାସମହାପାତ୍ର କହିଛନ୍ତି, ୧୫୦ ଜଣ ପହଣ୍ଡିରେ ସାମିଲ ହେବେ। ଗୋଟି ପହଣ୍ଡି ଥିବାରୁ ଦଇତାପତି ସେବକଙ୍କୁ ଚାରି ଦଳରେ ବିଭକ୍ତ କରାଯାଇଛି। ପହଣ୍ଡି ବେଳେ ଅତିରିକ୍ତ ସୁରକ୍ଷା ବଳୟ ସହ ଶୃଙ୍ଖଳିତ ପହଣ୍ଡିକୁ ଗୁରୁତ୍ୱ ଦିଆଯିବ।

ଆହୁରି ପଢ଼ନ୍ତୁ: ବିପଦ ବେଳେ ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ସାଜିଛନ୍ତି କୃଷ୍ଣପ୍ରସାଦର ଗୋସେବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର