ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ଲାଷ୍ଟିକ୍ ସର୍ଜରୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ

The Sakala Picture
Published On

ଭୁବନେଶ୍ୱର: ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା ହୋଇଛି। ଏହା ରୋଗୀଙ୍କୁ ଉଭୟ ଶାରିରୀକ କାର୍ଯ୍ୟକ୍ଷମତା ସହିତ ସୌନ୍ଦର୍ଯ୍ୟଗତ ଆବଶ୍ୟକତାକୁ ପୂରଣ କରିବାରେ ଅଶେଷ ସହାୟକ ହେଉଛି। ଏମ୍‌ସ ଭୁବନେଶ୍ୱରରେ ଥିବା ଦେଶର ଅନନ୍ୟ ବର୍ଣ୍ଣ୍‌ସ ୟୁନିଟ୍‌ ଗୁଣବତ୍ତାପୂର୍ଣ୍ଣ ପ୍ଲାଷ୍ଟିକ୍ ସର୍ଜରୀ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହି କ୍ଷେତ୍ରରେ […]

ଭୁବନେଶ୍ୱର: ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା ହୋଇଛି। ଏହା ରୋଗୀଙ୍କୁ ଉଭୟ ଶାରିରୀକ କାର୍ଯ୍ୟକ୍ଷମତା ସହିତ ସୌନ୍ଦର୍ଯ୍ୟଗତ ଆବଶ୍ୟକତାକୁ ପୂରଣ କରିବାରେ ଅଶେଷ ସହାୟକ ହେଉଛି। ଏମ୍‌ସ ଭୁବନେଶ୍ୱରରେ ଥିବା ଦେଶର ଅନନ୍ୟ ବର୍ଣ୍ଣ୍‌ସ ୟୁନିଟ୍‌ ଗୁଣବତ୍ତାପୂର୍ଣ୍ଣ ପ୍ଲାଷ୍ଟିକ୍ ସର୍ଜରୀ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହି କ୍ଷେତ୍ରରେ କିନ୍ତୁ ଅଧିକ ଗବେଷଣା ଏବଂ ଜନସଚେତନତା ସମୟର ବିରାଟ ଆହ୍ବାନ ବୋଲି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ ଏମ୍‌ସ ଭୁବନେଶ୍ୱର ବର୍ଣ୍ଣ୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସରକାରଙ୍କ ବିରୋଦ୍ଧରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜ୍ଜନ; ନିୟମିତ କରିବା ଦାବିରେ ଆନ୍ଦୋଳନ

ଆସୋସିଏସନ୍ ଅଫ୍ ପ୍ଲାଷ୍ଟିକ୍ ସର୍ଜନ ଅଫ୍ ଇଣ୍ଡିଆ (ଏପିଏସ୍ଇ) ଅଧୀନରେ ଚଳିତ ବର୍ଷ ପ୍ଲାଷ୍ଟିକ୍ ଏଣ୍ଡ୍‌ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ ସପ୍ତାହ ଆରମ୍ଭ କରାଯାଇଛି। ସପ୍ତାହ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଧିକ ପ୍ଲାଷ୍ଟିକ୍ ସର୍ଜରୀ ଅସ୍ତ୍ରୋପଚାର କରାଯାଇଥିଲା। ଏଥିସହିତ ବିଭିନ୍ନ ଜଟିଳ ରୋଗର ମାଗଣା ଚିକିତ୍ସାସେବା ପ୍ରଦାନ କରାଯାଇଥିଲା। ବିଭାଗ ପକ୍ଷରୁ ବିଭିନ୍ନ ଅସ୍ତ୍ରୋପଚାର, ସଚେତନତା କାର୍ଯ୍ୟକ୍ରମ, ପୋଡ଼ାଜଳା ଏବଂ କର୍କଟ ରୋଗରେ ପୀଡ଼ିତଙ୍କୁ ଚିକିତ୍ସାସେବା ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ପୁଲିସକୁ ବଡ ସଫଳତା: ୪୫ ଲକ୍ଷ ଟଙ୍କାର ଗୁଟ୍‌ଖା-ତମାଖୁ ସହ ନଗଦ ୨.୯୪ ଲକ୍ଷ ଟଙ୍କା ଜବତ, ୩ ଗିରଫ

ଏମ୍‌ସ ଭୁବନେଶ୍ୱରରେ ଥିବା ଅତ୍ୟାଧୁନିକ ବର୍ଣ୍ଣ୍‌ସ ୟୁନିଟ୍ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟରୁ ଗୁରୁତର ଜଟିଳ ପୋଡ଼ାଜଳା ଆଘାତର ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ରୋଗୀଙ୍କ ଜୀବନରେ ଆନନ୍ଦ ଆଣିଦେଇଛି। ଉନ୍ନତମାନର ସର୍ଜରୀ ଏବଂ ସମ୍ବେଦନଶୀଳ ଯତ୍ନ ମାଧ୍ୟମରେ ଏହି ବିଭାଗ ସମଗ୍ର ପୂର୍ବ ଭାରତରେ ସୁନାମ ଅର୍ଜନ କରିଥିବା ଏହି ଜାତୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ, ଆର୍ଯ୍ୟପଲ୍ଲୀ ଜେଟିରେ ବୁଡ଼ିଲା ଡ଼ଙ୍ଗା

ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ମତରେ ସଙ୍କୋଚନ ଥେରାପି ମାଧ୍ୟମରେ ବିରାଟ ଲିମ୍ଫେଡେମା ହ୍ରାସ କରିବା, ତ୍ୱଚାର ଏକ ବୃହତ ସିନୋଭିଆଲ୍ ସେଲ୍ ସାର୍କୋମା ଅସ୍ତ୍ରୋପଚାର ସହିତ ମୁମ୍ବାଇ, ବାଙ୍ଗାଲୋର, ଏବଂ କୋଲକାତାର ଚର୍ମ ବ୍ୟାଙ୍କଗୁଡିକର ଆଲୋଗ୍ରାଫ୍ଟ ବ୍ୟବହାର କରିବା ଭଳି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ। ୫୦, ୬୦ ଏବଂ ୭୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବା ରୋଗୀମାନଙ୍କର ସଫଳ ଚିକିତ୍ସା କରାଯାଇଛି। ସେହିପରି ସମ୍ପୂର୍ଣ୍ଣ କଟିଯାଇଥିବା ହାତ, ଆଙ୍ଗୁଠିକୁ ଯୋଡ଼ିବା ଭଳି ପ୍ରଶଂସାଜନକ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଏପିଏସ୍‌ଆଇ ସମ୍ପାଦକ ଡ. ବିଜୟ କୁମାର, ଏମ୍‌ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍‌ ଡ. ଶୈଳେଶ୍‌ କୁମାର, ଡ. ଏନ୍‌ ଦୀପ ବାଗ, ଡିନ୍‌ ଡ. ପିଆର ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ପାଲ୍‌, ଏସ୍‌ଏଓ ରଶ୍ମି ରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର