ମୁହଁରେ ମାସ୍କ ନ ଥିଲେ ଜରିମାନା: ପ୍ରଥମ ଦୁଇଥର ଧରାପଡିଲେ ୨ ହଜାର, ପରବର୍ତ୍ତୀ ସମୟରେ ଧରାପଡିଲେ ୫ ହଜାର ଫାଇନ୍

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିଥିବା ବେଳେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନିୟମାବଳୀରେ ସଂଶୋଧନ କରାଯାଇଛି । ମାସ୍କ ପିନ୍ଧି ନ ଥିବା ବେଳେ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ […]

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିଥିବା ବେଳେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନିୟମାବଳୀରେ ସଂଶୋଧନ କରାଯାଇଛି ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ମାସ୍କ ପିନ୍ଧି ନ ଥିବା ବେଳେ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ୨ହଜାର ଟଙ୍କା ଦେବେ । ତା’ପରେ ସମାନ ଭୁଲ୍ ପାଇଁ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ପୂର୍ବରୁ ପ୍ରଥମ ଥର ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ସଂଶୋଧିତ ଜରିମାନା ତତ୍କାଳ ଲାଗୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର