ଶାସନତନ୍ତ୍ରରେ ଶୃଙ୍ଖଳାର ଅଭାବ, ମହିଳା ସୁରକ୍ଷାକୁ ନେଇ ଜାତୀୟସ୍ତରରେ ଅପବାଦ ମୁଣ୍ଡାଉଛି ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ଏକପ୍ରକାର ସଂଗିନ ହୋଇପଡ଼ିଲାଣି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁଷ୍କର୍ମ, ହିଂସା, ଉତ୍ପୀଡ଼ନର ଶିକାର ହେଉଛନ୍ତି ମହିଳା। ଯାହାକୁ ନେଇ ରାଜ୍ୟ ସରକାର ଦୁର୍ନାମ ମୁଣ୍ଡାଉ ଥିବା ବେଳେ ଏହାକୁ କିନ୍ତୁ ନିୟନ୍ତ୍ରଣକୁ ଆଣି ପାରୁନାହାନ୍ତି। ରାଜ୍ୟରେ ଦୈନିକ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ମହିଳାମାନେ ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ଭୟ କଲେଣି। ପ୍ରଥମେ ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ଗତ […]

ଭୁବନେଶ୍ୱର : ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ଏକପ୍ରକାର ସଂଗିନ ହୋଇପଡ଼ିଲାଣି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁଷ୍କର୍ମ, ହିଂସା, ଉତ୍ପୀଡ଼ନର ଶିକାର ହେଉଛନ୍ତି ମହିଳା। ଯାହାକୁ ନେଇ ରାଜ୍ୟ ସରକାର ଦୁର୍ନାମ ମୁଣ୍ଡାଉ ଥିବା ବେଳେ ଏହାକୁ କିନ୍ତୁ ନିୟନ୍ତ୍ରଣକୁ ଆଣି ପାରୁନାହାନ୍ତି। ରାଜ୍ୟରେ ଦୈନିକ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ମହିଳାମାନେ ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ଭୟ କଲେଣି। ପ୍ରଥମେ ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ଗତ ୮ଦିନ ମଧ୍ୟରେ ଏଫଏମ କଲେଜରେ ଛାତ୍ରୀ ଆତ୍ମଦାହ ଏବଂ ଶନିବାର ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇଦେବା ରାଜ୍ୟରେ ଗୁରୁତର ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକାର କେଉଁଠି ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ରାଜ୍ୟ ସରକାର ଏକପ୍ରକାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି। ରାଜ୍ୟରେ ବର୍ତ୍ତମାନ ଅପରାଧୀଙ୍କ ଶାସନ ଚାଲିଛି ବୋଲି ବିରୋଧୀ ସରକାରଙ୍କୁ ତାଚ୍ଛଲ୍ୟ କରୁଥିବା ବେଳେ ମହିଳା ସୁରକ୍ଷାକୁ ନେଇ ଜାତୀୟସ୍ତରରେ ଅପବାଦ ମୁଣ୍ଡାଉଛି ଓଡ଼ିଶା।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

ଗୋପାଳପୁର, ବାଲେଶ୍ୱର ଏବଂ ପୁରୀ ବଳଙ୍ଗା ଘଟଣାକୁ ନେଇ ଓଡ଼ିଶା ଏବେ ଜାତୀୟ ସ୍ତରରେ ଦୁର୍ନାମ ମୁଣ୍ଡାଉଛି। କେବଳ ଜାତୀୟ ସ୍ତରରେ ନୁହେଁ, ଗତ ଜୁନରେ ଆମେରିକା ପରି ଦେଶ ମଧ୍ୟ ନିଜ ଦେଶର ନାଗରିକ ଓଡ଼ିଶା ଆସିବା ପୂର୍ବରୁ ଆବଶ୍ୟକ ଅନୁମତି ନେବାକୁ ପରାମର୍ଶ ଦେଇଥିଲା। ଯାହା ମହିଳା ସୁରକ୍ଷାକୁ ନେଇ ରାଜ୍ୟର ଗୁରୁତର ସ୍ଥିତିକୁ ଦର୍ଶାଉଛି। ଏକଦା ସୁଦଢ଼ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଜାତୀୟସ୍ତରରେ ସୁନାମ ଅର୍ଜିଥିବା ଓଡ଼ିଶା ଏବେ ପ୍ରତିଦିନ ନାରୀ ବିରୋଧୀ ହିଂସା ପାଇଁ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟୁଛି। ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ପ୍ରାୟ ପ୍ରତିଟି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରାଯାଉଥିବା ବେଳେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପରି ନେତା ଓଡ଼ିଶା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏପଟେ ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେଡି ମଧ୍ୟ ପ୍ରତିଟି ଘଟଣାରେ ମୁଖର ହୋଇ ସରକାରଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚାପ ସୃଷ୍ଟି କରୁଛି। ଏହାସତ୍ତେ୍ୱ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରିବାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଲାଣି।

ଆହୁରି ପଢ଼ନ୍ତୁ: ବିଧାୟକ ଦଳ ବୈଠକରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ: ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସ୍ୱର ଶାଣିତ କରିବ ବିଜେଡି

ବୁଦ୍ଧିଜୀବୀମହଲର ଯୁକ୍ତି ଅନୁଯାୟୀ ସରକାରରେ କୌଣସି ଉତ୍ତରଦାୟିତ୍ୱ ନରହିବା କାରଣରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଶାସନତନ୍ତ୍ରରେ ଶୃଙ୍ଖଳା ନଥିବା ବେଳେ ସରକାର ନିଜସ୍ୱ ସ୍ତରରେ କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ନୁହନ୍ତି। ପୁନଶ୍ଚ କୌଣସି ଗୁରୁତର ଘଟଣାରେ କେହି ଉତ୍ତରଦାୟିତ୍ୱ ମୁଣ୍ଡାଉ ନଥିବାରୁ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲଗାମହୀନ ହୋଇ ପଡ଼ିଲାଣି। ଯାହାଫଳରେ ଅପରାଧୀଙ୍କ ମନୋବଳ ରାଜ୍ୟରେ ବର୍ତ୍ତମାନ ଉପରମୁହାଁ ହେବାରେ ଲାଗିଛି। ପୁଲିସ ପ୍ରଶାସନ ଉପରୁ ଅପରାଧୀଙ୍କ ଭୟ ଛାଡ଼ିଗଲାଣି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଅକୱାନ': ଘଣ୍ଟାପ୍ରତି ୮୦ କିମି ବେଗରେ ବହୁଛି ପବନ

ବିଶେଷକରି ଗତ ବର୍ଷେ ୧ ମାସ ମଧ୍ୟରେ ଯେତେ ଅଘଟଣ ଘଚିଛି, ସରକାର କାହା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତାହାର ଫଳ ଏବେ ସରକାର ନିଜେ ଭୋଗୁଛନ୍ତି ବୋଲି ବିଶେଷଜ୍ଞ ମହଲ ମତ ରଖିଛନ୍ତି। ଏପଟେ ରାଜ୍ୟରେ ମହିଳା ସୁରକ୍ଷା ଦିନକୁ ଦିନ ସଙ୍ଗିନ ହେଉଥିବା ବେଳେ ଏହା ରାଜ୍ୟର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିବ। ଆଇନ ଶୃଙ୍ଖଳା ସ୍ଥିତି କାରଣରୁ ଓଡ଼ିଶାକୁ ଗତ କିଛି ବର୍ଷରେ ନିବେଶକଙ୍କ ସୁଅ ଛୁଟୁଥିଲା। ଯାହାର ସୁଫଳ ନିକଟରେ ଅନୁଷ୍ଠିତ ମେକ ଇନ୍‌ ଓଡ଼ିଶା କନକ୍ଲେଭରେ ମଧ୍ୟ ମୋହନ ସରକାରଙ୍କୁ ମିଳିଥିଲା। ମାତ୍ର ରାଜ୍ୟର ଆଇନ ଶୃଙ୍ଖଳା ଯଦି ପ୍ରତ୍ୟହ ଏପରି ନିମ୍ନଗାମୀ ହୁଏ, ତାହେଲେ ଓଡ଼ିଶାରେ ନିବେଶ, କାରବାର କରିବା ପୂର୍ବରୁ ନିବେଶକ ଏକାଧିକ ବାର ଚିନ୍ତା କରିବେ। ଯାହାର ନକରାତ୍ମକ ଫଳ ଓଡ଼ିଶାକୁ ହିଁ ଭୋଗିବାକୁ ପଡ଼ିବ। ତେଣୁ ସରକାର ତୁରନ୍ତ ଏପରି ଘଟଣାରେ କଡ଼ା ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର