ଜୀବନ ବଞ୍ଚାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

The Sakala Picture
Published On

ଖଡ଼ିଆଳ : ରାଜ୍ୟ ସରକାର ଅନେକ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ ଅଟେ ।ଏହି ଯୋଜନା ରେ ଅନେକ ଗରିବ ଶ୍ରେଣୀ ର ଲୋକେ ଚିକିତ୍ସିତ ହୋଇ ଜୀବନ ରକ୍ଷା କରି ପାରିଛନ୍ତି। ସେହିପରି ଏ ନେଇ ଗତ ୧୦-୪-୨୨ରେ ସକାଳ ଖବର କାଗଜ ରେ ଏକ ଖବର ପ୍ରକାଶ ପାଇଥିଲା। ଟଙ୍କଧର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ […]

ଖଡ଼ିଆଳ : ରାଜ୍ୟ ସରକାର ଅନେକ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ ଅଟେ ।ଏହି ଯୋଜନା ରେ ଅନେକ ଗରିବ ଶ୍ରେଣୀ ର ଲୋକେ ଚିକିତ୍ସିତ ହୋଇ ଜୀବନ ରକ୍ଷା କରି ପାରିଛନ୍ତି। ସେହିପରି ଏ ନେଇ ଗତ ୧୦-୪-୨୨ରେ ସକାଳ ଖବର କାଗଜ ରେ ଏକ ଖବର ପ୍ରକାଶ ପାଇଥିଲା। ଟଙ୍କଧର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଜିଲ୍ଲା ପ୍ରଶାସନ୍ ଦୃଷ୍ଟି ଦେଇ ଟଙ୍କଧର ଙ୍କ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ପରେ ଟଙ୍କଧର କୁ ଭୁବନେଶ୍ୱର ଏମ ସ ହସ୍ପିଟାଲ କୁ ପଠାଯାଇ ବିଜୁ ସ୍ବାସ୍ଥ୍ୟ ଯୋଜନା ରେ ସାମିଲ କରି ତାଙ୍କର ଚିକିତ୍ସା କରାଯାଇଥିଲା। ଟଙ୍କଧର ଙ୍କ ଗଳାରେ ବାହାରିଥିବା( ବଥ) କୁ ଅସ୍ତ୍ରପ୍ରଚାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ବର୍ତ୍ତମାନ ସେ ଭଲ ଥିବା ଜଣାପଡିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ରେ ରହନ୍ତି ବିମଳା ଶବର ଙ୍କ ପରିବାର । ବିମଳାଙ୍କ ଦୁଃଖ କହିଲେ ନସରେ ଗତ ।ତିନି ବର୍ଷ ତଳେ ସ୍ୱାମୀ ବିମ୍ବାଧର ଶବର( ୫୦)ଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ।ମୃତ୍ୟ ପୂର୍ବରୁ ଦୁଇ ଝିଅଙ୍କ ବାହାଘର ସରିଥିବା ବେଳେ ଆଉ ଦୁଇ ପୁଅ ଙ୍କ ଦାୟିତ୍ଵ ମୁଣ୍ଡାଇବାକୁ ପଡିଲା, ଏହି ଦୁଇ ପୁଅ ଙ୍କ ପାଟିରେ ଦାନା ଯୋଗାଇବା ପାଇଁ ବିମଳା ଦିନରାତି ଏକ କରି କୁଲିମଞ୍ଜୁରି କରି ନିଜ ପୁଅ ଝିଅ ଙ୍କୁ ପ୍ରତିପୋଶୋନ କରିଆସୁଛନ୍ତି। ହେଲେ ଦୁଇ ବର୍ଷ ହେଲା ତାଙ୍କ ଜୀବନରେ ଏକ ପାହାଡ ପଡ଼ିଲା ସଦୃଶ ନିଜ ପୁଅ ଟଙ୍କଧର ର ଗଳାରେ ଛୋଟ ଆକାରରେ ଏକ ଗୁଲମୀ ଟିଏ(ବଥ) ବାହାରିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏନେଇ ଖଡ଼ିଆଳ ଡାକ୍ତରଖାନାରେ ଦେଖାଇ ଔଷଧ ଖାଇଲେ କିନ୍ତୁ କିଛି କାମ ଦେଲାନାହିଁ। ବଥ ବଢିବାକୁ ଲାଗିଲା, ପୁଣି ତାଙ୍କୁ ନେଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଦେଖାଇଲେ ଓ ଔଷଧ ଖାଇଲେ ହେଲେ କିଛି ଲାଭ ଦେଲାନାହିଁ। ଶେଷରେ ବଲାଙ୍ଗୀର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଲେ। ବଥ ଶୁଖିବା ବଦଳରେ ବଢିବାକୁ ଲାଗିଲା।ପୁଅର ଚିକିତ୍ସା ପାଇଁ ନିଜର ଏକ ଏକର ଜମି ଅନ୍ୟ ପାଖରେ ବନ୍ଧକ ରଖି ପୁଅ ର ଚିକିତ୍ସା କରିଥିଲେ । ହେଲେ ବର୍ତ୍ତମାନ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନ ଥିଲେ। ତାଙ୍କ ପରିବାର କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ମିଳିଥିଲେ ମଧ୍ୟ କାମକୁ ଆସୁନ ଥିଲା ।ଟଙ୍କଧର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି, ହେଲେ ତାଙ୍କ ଗଲା ରେ ଥିବା ବଥ ପାଇଁ ସେ ଆଉ ସ୍କୁଲ ଯାଉ ପରୁ ନ ଥିଲେ। ଖେଳିବା ବୁଲିବାକୁ ମଧ୍ୟ ଭୟ କରୁଥିଲେ ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ବର୍ତ୍ତମାନ ସେ ଭଲ ହୋଇଥିବା ବେଳେ। ତାଙ୍କର ଡାହାଣ ହାତ ଠିକ ଭାବରେ କାର୍ଯ୍ୟ କରେନାହିଁ। ବାମ ହାତରେ ଖାଇବା ସହ ଲେଖନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ପାଇବା ପାଇଁ ଅନେକ ଥର ନୂଆପଡା ଭିନ୍ନକ୍ଷମ ଶିବିରକୁ ମାଆ ପୁଅ ଗଲେଣି ହେଲେ ପ୍ରମାଣପତ୍ର ଖଣ୍ଡେ ମିଳି ପାରୁନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଟଙ୍କ କୁ ଏକ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ବାକୁ ତାଙ୍କ ମାଁ ବିମଳା ଶବର ଅନୁରୋଧ କରିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ତାଙ୍କର ପୁଅ ର ଚିକିତ୍ସିତ ହୋଇଥିବାରୁ ରାଜ୍ୟ ସରକାର କୁ କୋଟି କୋଟି ଧନ୍ୟବାଦ୍ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର