ସିଏସ୍‌ଇର ଜାତୀୟ ସମ୍ମିଳନୀ : ସ୍ୱଚ୍ଛ ବାୟୁ ଜୀବମଣ୍ଡଳର ଆତ୍ମା, ପ୍ରଦୂଷଣ ଏହାକୁ ପ୍ରତି ମୁହୂର୍ତ୍ତରେ କ୍ଷତବିକ୍ଷତ କରୁଛି

The Sakala Picture
Published On

ନୂଆଦିଲ୍ଲୀ :  ସାମ୍ପ୍ରତିକ ପରିସ୍ଥିତିରେ ବାୟୁ ପ୍ରଦୂଷଣ ଏକ ସାଂଘାତିକ ସମସ୍ୟା ଭାବରେ ଉଭା ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି) ୫ ବର୍ଷ ପୂରଣ କରିଛି । ଏହି ଅବସରରେ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନ୍‌ଭୟରମେଣ୍ଟ (ସିଏସ୍‌ଇ) ପକ୍ଷରୁ ଦେଶର ପ୍ରମୁଖ ସହରଗୁଡ଼ିକର ବାୟୁ ପ୍ରଦୂଷଣକୁ ନେଇ ଏକ ସମୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି । ମଇ ୨୯ ତାରିଖରେ ଏକ ଜାତୀୟ ସମ୍ମିଳନୀରେ ଏହି […]

ନୂଆଦିଲ୍ଲୀ :  ସାମ୍ପ୍ରତିକ ପରିସ୍ଥିତିରେ ବାୟୁ ପ୍ରଦୂଷଣ ଏକ ସାଂଘାତିକ ସମସ୍ୟା ଭାବରେ ଉଭା ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି) ୫ ବର୍ଷ ପୂରଣ କରିଛି । ଏହି ଅବସରରେ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନ୍‌ଭୟରମେଣ୍ଟ (ସିଏସ୍‌ଇ) ପକ୍ଷରୁ ଦେଶର ପ୍ରମୁଖ ସହରଗୁଡ଼ିକର ବାୟୁ ପ୍ରଦୂଷଣକୁ ନେଇ ଏକ ସମୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି । ମଇ ୨୯ ତାରିଖରେ ଏକ ଜାତୀୟ ସମ୍ମିଳନୀରେ ଏହି ରିପୋର୍ଟକୁ ସିଏସ୍‌ଇର ମହାନିର୍ଦ୍ଦେଶକ ସୁନୀତା ନାରାୟଣ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁମିତା ରାୟ ଚୌଧୁରୀ ଉନ୍ମୋଚନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

ସାରା ଦେଶର ବିଭିନ୍ନ ସହରରେ ଅସ୍ୱଚ୍ଛ ହୋଇ ପଡ଼ୁଥିବା ବାୟୁ ଉପରେ ସିଏସ୍‌ଇ ପକ୍ଷରୁ କରାଯାଇଥିବା ଅଧ୍ୟୟନକୁ ବିସ୍ତୃତ ଭାବରେ ରିପୋର୍ଟରେ ପ୍ରକାଶ କରାଯାଇଛି। ଦିଲ୍ଲୀ, କୋଲକାତା, ନୋଏଡା, ସୁରଟ, କୋଚି,ଇଣ୍ଡୋର, ଶ୍ରୀନଗର, ବେଙ୍ଗାଲୁର ଓ ଭୁବନେଶ୍ୱର ଆଦି ସହରକୁ ଏଥିରେ ସାମିଲ କରାଯାଇଛି। ତତ୍‌କାଳୀନ ସରକାରଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରଚଳନ କରାଯାଇଥିବା ସହରାଞ୍ଚଳ ପରିବହନ ବ୍ୟବସ୍ଥା କିପରି ବାୟୁ ପ୍ରଦୂଷଣ ରୋକିବାରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ପାରିଛି ତାହା ଉପରେ ସମୀକ୍ଷା ରିପୋର୍ଟରେ ଆଲୋକପାତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

ପ୍ରାରମ୍ଭିକ ଅଧିବେଶନରେ ସିଏସ୍‌ଇର ମହାନିର୍ଦ୍ଦେଶକ ସୁନିତା ନାରାୟଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ସ୍ୱଚ୍ଛ ବାୟୁ ମଣିଷର ଆତ୍ମା । ମାତ୍ର ପ୍ରଦୂଷଣ ଆମର ଆତ୍ମାକୁ ପ୍ରତି ମୁହୂର୍ତ୍ତରେ କ୍ଷତବିକ୍ଷତ କରୁଛି । ଏଥିପାଇଁ ପ୍ରତିସ୍ତରରେ ଓ ପ୍ରତି କ୍ଷେତ୍ରରେ ସତର୍କରହିବାର ଆବଶ୍ୟତା ରହିଛି । ପରିବର୍ତ୍ତନମୂଳକ ପଦକ୍ଷେପ ବିନା ଏହା ସମ୍ଭବ ନୁହେଁ । ସମ୍ପ୍ରତି ସ୍ୱଚ୍ଛ ବାୟୁ ନିମନ୍ତେ ଯେତିକି ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ । ଏହା ଉପରେ ଅଧିକ ଚିନ୍ତନ ଓ ଅଧିକ କଠୋର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଏହା ଏକମାତ୍ର ବିକଳ୍ପ ଓ ଏଥିରେ କୌଣସି ସାଲିସ ସମଗ୍ର ମାନବ ସମାଜର ଭବିଷ୍ୟତ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ସେ ମତପ୍ରକାଶ କରିଛନ୍ତି ।
ଏନ୍‌ସିଏପି ସ୍ୱଚ୍ଛ ବାୟୁ ଓ ଗୁଣବତ୍ତା ପରିଚାଳନାର ଢ଼ାଞ୍ଚା ପ୍ରତିଷ୍ଠାରେ ଯଦିଓ ସହାୟକ ହୋଇଛି, ତାହା ପର୍ଯ୍ୟାପ୍ତ ନୁହେଁ । ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ନିମନ୍ତେ ଯେଉଁ ପ୍ରମୁଖ କ୍ଷେତ୍ରଗୁଡ଼ିକ ରହିଛି ସେଥିରେ ଯାନବାହନ ଚଳାଚଳ, ନିର୍ମାଣ ବର୍ଜ୍ୟର ଉପଯୁକ୍ତ ପରିଚାଳନାର ଅଭାବ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେଣୁ ଏହାକୁ ନେଇ ଦେଶର ବିଭିନ୍ନ ସହରଗୁଡ଼ିକରେ ଯେଉଁ କେସ ଷ୍ଟଡ଼ି ଗ୍ରହଣ କରାଯାଇଛି ତାହାର ସମୀକ୍ଷା ଓ ସମାଧାନ ଏକାନ୍ତ ଅପରିହାର୍ଯ୍ୟ । ସିଏସ୍‌ଇ ଭଲ ପଦକ୍ଷେପ ଓ ଖରାପ କାର୍ଯ୍ୟଗୁଡ଼ିକୁ ଅତ୍ୟନ୍ତ ନିରପେକ୍ଷ ଭାବରେ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି ।

କୋଚି ସହରରେ ମେଟ୍ରୋ ରେଳ ପ୍ରଚଳନ ଓ ନବୀକୃତ ସୌର ଶକ୍ତିରେ ଏହାର ପରିବହନ ବ୍ୟବସ୍ଥା ପ୍ରଚଳନ ସହରର ବାୟୁ ପ୍ରଦୂଷଣକୁ ରୋକିବାରେ ସକ୍ଷମ ହୋଇଛି। ଶ୍ରୀନଗର ଏହାର ପରିବହନ ଏବଂ ଗତିଶୀଳତା ବ୍ୟବସ୍ଥାକୁ ଅପଗ୍ରେଡ୍‌ ଏବଂ ଉନ୍ନତ କରିବା ପାଇଁ ଏହାର ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ପାଣ୍ଠି ବ୍ୟବହାର କରିଛି ଓ ସହର ସାରା ପଦଯାତ୍ରା ଭିତ୍ତିଭୂମିକୁ ବିକଶିତ କରି ନୂତନ ଉଦାହରଣ ସୃଷ୍ଟି କରିଛି । ଉଦୀୟମାନ ସହର ମଧ୍ୟରେ ଭୁବନେଶ୍ୱର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ସହରର ଏକ ନୂତନ ବସ୍‌ ପ୍ରଚଳନ ବ୍ୟବସ୍ଥା ସହରୀ ଜୀବନ ଓ ପ୍ରଦୂଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିଛି। ଅନୁରୂପ ଭାବରେ ଚେନ୍ନାଇରେ ପଦଚାରୀଙ୍କ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ଓ ସାଇକେଲିଂ ଭିତ୍ତିଭୂମିକୁ ବିକଶିତ କରାଯାଇ ପ୍ରଦୂଷଣକୁ ହ୍ରାସ କରାଯାଇ ପାରିଛି । କୋଲକାତାରେ ନିର୍ମାଣ ବର୍ଜ୍ୟର ଉପଯୁକ୍ତ ପରିଚାଳନା ସହରରେ ବର୍ଦ୍ଧିତ ବାୟୁର ଅସ୍ୱଚ୍ଛତାକୁ ରୋକିବାକୁ ସମର୍ଥ ହୋଇଛି ।

ଅନ୍ୟପକ୍ଷରେ ଶିଳ୍ପ ବାୟୁ ପ୍ରଦୂଷଣ ରୋକାଯିବା ପ୍ରମୁଖ ସହର ପାଇଁ ଆହ୍ୱାନପୂର୍ଣ୍ଣ ହୋଇଛି । ଅଧିକାଂଶ ଶିଳ୍ପ ସହର କ୍ଷେତ୍ର ବାହାରେ ହୋଇଥିଲେ ହେଁ ଏହାର ବାୟୁ ସହର ପାଇଁ ବିପଦ ପାଲଟିଛି। ପୁନଶ୍ଚ ସହରାଞ୍ଚଳରେ କଠିନ ବର୍ଜ୍ୟ ଅର୍ଥାତ୍‌ ନିର୍ମାଣ ବର୍ଜ୍ୟ ସ୍ୱଚ୍ଛ ବାୟୁ ପାଇଁ ବିପଦ ସୃଷ୍ଟି କରିଛି । ଏହି ସ୍ଥିତିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ହାଇଦ୍ରାବାଦ ବିକେନ୍ଦ୍ରୀକରଣ ପରିଚାଳନାର ଏକ ଅନନ୍ୟ ମଡେଲ ଗ୍ରହଣ କରିଛି, ଯେଉଁଠାରେ ସାର୍ବଜନୀନ-ଘରୋଇ ସହଭାଗୀତା ମଡେଲ ଅଧୀନରେ ଚାରୋଟି ପ୍ଲାଣ୍ଟ ସହରାଞ୍ଚଳରେ ସ୍ଥାପନ କରାଯାଇଛି। ଏହି ରିସାଇକ୍ଲିଂ ପ୍ଲାଣ୍ଟଗୁଡ଼ିକ ସହରର ନିର୍ମାଣ ବର୍ଜ୍ୟକୁ ପୁନଃବ୍ୟବହାରକ୍ଷମ ସାମଗ୍ରୀରେ ପରିବର୍ତ୍ତନ କରି ସହରକୁ ସ୍ୱଚ୍ଛ ବାୟୁ ପ୍ରଦାନରେ ସହାୟକ ହୋଇଛି ।

ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ ବାୟୁ ନିମନ୍ତେ ସ୍ମାର୍ଟ ସିଟି ମିଶନ, ବୈଦ୍ୟୁତିକ ଯାନବାହନ ପାଇଁ ଜାତୀୟ ଚାହିଦା ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଅନ୍ୟାନ୍ୟ ସମାନ୍ତରାଳ କ୍ଷେତ୍ରୀୟ କାର୍ଯ୍ୟକ୍ରମ ଅଧୀନରେ ଅଧିକ ପ୍ରୟୋଗତ୍ମକ ପଦକ୍ଷେପ ଗ୍ରହଣ ଜରୁରୀ ହୋଇ ପଡ଼ିଛି ବୋଲି ସମୀକ୍ଷା ରିପୋର୍ଟରେ ପ୍ରକାଶ କରାଯାଇଛି । ଏହି ଅବସରରେ ଦିବସବ୍ୟାପୀ ବିଭିନ୍ନ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପରିଚାଳନା ବିଭାଗର ସଦସ୍ୟ ସଚିବ ଅରବିନ୍ଦ ନୌଟିଆଲ, ସ୍ୱଚ୍ଛଭାରତ ମିଶନର ଜାତୀୟ ନିର୍ଦ୍ଦେଶକ ବିନୟ କୁମାର ଝା, ବିଶ୍ୱବ୍ୟାଙ୍କ ପରିବେଶ ବିଶେଷଜ୍ଞ ସାୟନ୍ତନ ସରକାର, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ର ବୈଜ୍ଞାନିକ ଅନାମିକା ସାଗର ଓ ବିନୟ ପ୍ରଭାକର, ଇଣ୍ଡିଆନ ଫେଡେ଼ରେସନ୍‌ ଅଫ୍‌ ଗ୍ରୀନ୍‌ ଏନର୍ଜିର ମହାନିର୍ଦ୍ଦେଶକ ସଞ୍ଜୟ ଗଞ୍ଜୋ, ଆସୋଚାମ୍‌ର ବରିଷ୍ଠ ପରାମର୍ଶଦାତା ପିନାକୀ ଦାସଗୁପ୍ତାଙ୍କ ସହ କୋଚି ମେଟ୍ରୋ, ଶ୍ରୀନଗର ସ୍ମାର୍ଟ ସିଟି, ବୃହନ୍ମୁମ୍ବାଇ ବୈଦୁତିକ ପରିବହନ ସଂସ୍ଥା, ଚେନ୍ନାଇ ସ୍ମାର୍ଟ ସିଟି, ଦିଲ୍ଲୀ ମହାନଗର ନିଗମ, ହାଇଦ୍ରାବାଦ ଏସ୍‌ଏସ୍‌ଆର୍‌ସି, ଚଣ୍ଡୀଗଡ଼ ମହାନଗର ନିଗମ, ଜୟପୁରର ଏମ୍‌ଏନ୍‌ଆଇଟିର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର