ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ, ଆତଙ୍କିତ ଛାତ୍ରଛାତ୍ରୀ

The Sakala Picture
Published On

ନବରଙ୍ଗପୁର: ସ୍କୁଲ ପରିସରରେ ବୁଲୁଛନ୍ତି ଜଙ୍ଗଲୀ ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ସ୍କୁଲ ପରିସରରେ ଥିବା ପାଇଖାନା ନିକଟରେ ସେମାନେ ରହିଛନ୍ତି । ସ୍କୁଲରେ ଭାଲୁ ପଶିବା ଜାଣି ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଭୟରେ ଶ୍ରେଣୀ ଗୃହରୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ । ଖବର ପାଇ ସ୍କୁଲରେ ପହଞ୍ଚିଛନ୍ତି ବନ ବିଭାଗ ଟିମ୍‌ । ସେମାନଙ୍କୁ ଘଉଡ଼ାଇବା ପାଇଁ […]

ନବରଙ୍ଗପୁର: ସ୍କୁଲ ପରିସରରେ ବୁଲୁଛନ୍ତି ଜଙ୍ଗଲୀ ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ସ୍କୁଲ ପରିସରରେ ଥିବା ପାଇଖାନା ନିକଟରେ ସେମାନେ ରହିଛନ୍ତି । ସ୍କୁଲରେ ଭାଲୁ ପଶିବା ଜାଣି ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଭୟରେ ଶ୍ରେଣୀ ଗୃହରୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ । ଖବର ପାଇ ସ୍କୁଲରେ ପହଞ୍ଚିଛନ୍ତି ବନ ବିଭାଗ ଟିମ୍‌ । ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ : ୧୬ରେ ବାତ୍ୟା ରୂପ, ଦକ୍ଷିଣ ଓଡ଼ିଶା ସହିତ ବୁଡେ଼ଇବ ଉପକୂଳ

ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି ଏବଂ ୧୬ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀ ରହିଛନ୍ତି । ଜଗୁଆଳ ବିଦ୍ୟାଳୟ ଭିତରେ ଭାଲୁ ପଶିଥିବା ଦେଖିଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ ଏବଂ ଏନ୍‌ଜିଓ ମୁଖ୍ୟ, ସରକାରୀ ଅର୍ଥ ହେରଫେର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର