ସକ୍ରିୟ ହେବାକୁ ପାଗ ଭିଡୁଛି ମୌସୁମୀ, ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଜାରି ରହିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଏଥର ସଅଳ ଆସିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତିରେ ଗତ ମେ’ ୨୯ ପରଠାରୁ ବିରାମ ଲାଗିଛି। ଫଳରେ ଓଡ଼ିଶା ସମେତ ଦେଶର ପ୍ରମୁଖ ରାଜ୍ୟମାନଙ୍କରେ ବର୍ଷାରେ ରୋକ୍‌ ଲାଗିଛି। ଏହା ପୁଣି ସକ୍ରିୟ ହୋଇ ପ୍ରଥମେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ବର୍ଷା କରାଇବ। ଏହାପରେ ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ କର୍ଣ୍ଣାଟକ ଏବଂ କୋଙ୍କଣ-ଗୋଆ ଆଦି ଅଞ୍ଚଳରେ ପ୍ରବଳ ବର୍ଷା କରାଇବ। ଏହା ପରେ ପରେ ଓଡ଼ିଶାରେ ମଧ୍ୟ ମୌସୁମୀ ସକ୍ରିୟ ହେବା […]

ଭୁବନେଶ୍ୱର: ଏଥର ସଅଳ ଆସିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତିରେ ଗତ ମେ’ ୨୯ ପରଠାରୁ ବିରାମ ଲାଗିଛି। ଫଳରେ ଓଡ଼ିଶା ସମେତ ଦେଶର ପ୍ରମୁଖ ରାଜ୍ୟମାନଙ୍କରେ ବର୍ଷାରେ ରୋକ୍‌ ଲାଗିଛି। ଏହା ପୁଣି ସକ୍ରିୟ ହୋଇ ପ୍ରଥମେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ବର୍ଷା କରାଇବ। ଏହାପରେ ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ କର୍ଣ୍ଣାଟକ ଏବଂ କୋଙ୍କଣ-ଗୋଆ ଆଦି ଅଞ୍ଚଳରେ ପ୍ରବଳ ବର୍ଷା କରାଇବ। ଏହା ପରେ ପରେ ଓଡ଼ିଶାରେ ମଧ୍ୟ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ଅନ୍ୟପଟେ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୧.୫ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଫଳରେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ବହୁ ଅଧିକ ରହୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି। ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୦.୩ ଡିଗ୍ରୀ ରେକର୍ଡ ହୋଇଛି। ମାତ୍ର ଉପକୂଳରେ ୩୫-୩୭ ଡିଗ୍ରୀ ତାପମାତ୍ରା ସାଙ୍ଗକୁ ଆର୍ଦ୍ରତା ପରିମାଣ ୫୦ ପ୍ରତିଶତରୁ ଅଧିକ ରହିଥିବା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ରାଜଧାନୀରେ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳୁନାହିଁ। ଆଜି ଦିନ ୧୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରିରେ ମଧ୍ୟରେ ଥିଲେ ମଧ୍ୟ ଆର୍ଦ୍ରତା ୬୮.୪ ପ୍ରତିଶତରୁ ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ହୋଇଛି। ସକାଳେ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହୁଥିବାରୁ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ୩ କୋଟିରୁ ଅଧିକ ଟଙ୍କା ହରିଲୁଟ୍: ଫେରାର ଡେରାବିଶ ବ୍ଲକ ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ଗିରଫ

ସଂପ୍ରତି ଦିନରେ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ଅପରାହ୍ଣ ପରେ ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ଫଳରେ ଅନେକ ସ୍ଥାନରେ ସୋମବାର କାଳବୈଶାଖୀଜନିତ ବର୍ଷା ଅନୁଭୂତ ହୋଇଛି। ସୋମବାର ସନ୍ଧ୍ୟା ସାଢେ଼ ୫ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ୪୧ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୩୫, ଖୋର୍ଦ୍ଧାରେ ୩୩, ଭଦ୍ରକ ୨୨, ଯାଜପୁର ୨୦ ଓ କେନ୍ଦୁଝରରେ ୧୬ ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପବନ ଓ କିଛି କିଛି ସ୍ଥାନରେ ଭାରି ବର୍ଷା ହେବାକୁ ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର