MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ଲଢ଼େଇ ତୀବ୍ର; ସେପ୍ଟେମ୍ବର ୨୮ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ

Madhusudan Das Picture
Published On

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ, ଏହାକୁ ତୀବ୍ର ବିରୋଧ କରି ଆସୁଥିବା ବିଜୁ ଜନତା ଦଳ ଏହି କଳା ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ୱର ୨୮ ତାରିଖରେ, ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରେ ଏକ ବିଶାଳ ଗଣ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ଏଥିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।  

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

ଶଙ୍ଖ ଭବନରେ ଗୁରୁବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ପ୍ରତାପ ଜେନା, ବିଧାୟଜ ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଶ୍ରୀ ସୁଦାମ ମାରାଣ୍ଡି ଓ ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ବୋଲି କହିବା ସହିତ ଏହାର ପ୍ରତ୍ୟାହାର ଦାବିରେ ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ସୂଚନା ଦେଇଥିଲେ । 

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଖଣି ଓ ଖଣି ଥିବା ଜମି ଉପରେ ଥିବା ରାଜ୍ୟ ମାନଙ୍କ ଅଧିକାରକୁ ଏମଏମଡିଆର ସଂଶୋଧନ ଆଇନ ମାଧ୍ୟମରେ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି, ଯାହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଦେଶର ଗଚ୍ଛିତ ଥିବା ସମୁଦାୟ ଖଣିଜ ସମ୍ପଦ ମଧ୍ୟରୁ କେବଳ ଓଡ଼ିଶାରେ ଏହାର ୪୪ ପ୍ରତିଶତ ଖଣିଜ ସମ୍ପଦ ରହିଥିବାରୁ, ଏହି ସଂଶୋଧିତ ଆଇନ ଯୋଗୁ ଓଡିଶା ସର୍ବାଧିକ କ୍ଷତି ସହିତ । ଦୁଃଖ ଓ ପରିତାପର ବିଷୟ ରାଜ୍ୟ ବିଜେପି ନେତା ମାନେ କ୍ଷତି ନୁହେଁ ବରଂ ଲାଭ ହେବ ବୋଲି ବିତଣ୍ଡା ଯୁକ୍ତି ବାଢୁଛନ୍ତି । ତେଣୁ, ଏହାର ପ୍ରତ୍ୟାହାର ଦାବିରେ ବିଜେଡି ଆସନ୍ତା ୨୮ ତାରିଖରେ ଲୋୟର ପିଏମଜି ଠାରେ ଏକ ବିଶାଳ ଗଣବିକ୍ଷୋଭ ସଭା ଆୟୋଜିତ ହେବ, ଯେଉଁଥିରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । 

ଆହୁରି ପଢ଼ନ୍ତୁ: କାଳାହାଣ୍ଡିର ୧୦୦୦ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି ବେଦାନ୍ତ

ଶ୍ରୀ ପ୍ରତାପ ଜେନା କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ଓ ଏହା ରାଜ୍ୟ ସ୍ୱାର୍ଥକୁ କୁଠାରଘାତ କରିଛି । ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟ ସରକାର ଟିକସ ଓ ଲେଭି ଲଗାଇ ପାରିବେ ବୋଲି ୨୦୦୪ରେ ନବୀନ ପଟ୍ଟନାୟକ ଏକ ଆଇନ ଆଣିଥିଲେ । ଏହି ଆଇନକୁ କିଛି ଖଣି କମ୍ପାନୀ ଅଦାଲତରେ ଚ୍ୟାଲେଞ୍ଜ କରାଯିବା ଦ୍ୱାରା, ଦୀର୍ଘ ଦିନ ଧରି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିଲା । ୨୫ ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ଜଣିଆ ଖଣ୍ଡପୀଠ, ଖଣି ଓ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ଆଦେଶ ଦେଇଥିଲେ । ଏହାଦ୍ୱାରା, ଓଡିଶା ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହେଲା । କିନ୍ତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମଏମଡିଆର ସଂଶୋଧନ ଆଇନ ଯୋଗୁ ଏହି ସୁଯୋଗ ହାତଛଡା ହୋଇଗଲା ।  

ଡ. ଅରୁଣ କୁମାର ସାହୁ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ସିଧାସଳଖ ଓଡିଶାକୁ ବିପୁଳ କ୍ଷତି ପହଞ୍ଚାଉ ଥିବା ବେଳେ ସଂସଦର ଲୋକସଭାରେ ଥିବା ବିଜେପିର ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ନିରବ ସମର୍ଥନ ଦେଇଥିଲେ । ଅପରପକ୍ଷରେ, ଓଡ଼ିଶାର ବିଜେପି ସରକାର ମଧ୍ୟ କେନ୍ଦ୍ର ସରକାରଙ୍କର ଆଗରେ ହାତ ଟେକିଦେଲେ । ବିଜେଡି ଏହାକୁ ବିଧାନସଭା ଭିତରେ ଜୋରଦାର ବିରୋଧ କରିଛି । ଏହା ବିରୋଧରେ ରାଜ୍ୟବ୍ୟାପୀ ଆନେ୍ଦାଳନ ଓ ଅର୍ଥନୈତିକ ଅବରୋଧ କରାଯିବ ।  

ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ଦେଶରେ ମହଜୁଦ ଥିବା ଅଧିକାଂଶ ଖଣି ଅଞ୍ଚଳ ଗୁଡିକରେ ମୁଖ୍ୟତଃ ଆଦିବାସୀ ମାନେ ବାସ କରିଥାନ୍ତି । ଜଳ, ଜଙ୍ଗଲ ଓ ଜମି ଆଦିବାସୀ ସଂସ୍କୃତି ସହିତ ଜଡିତ ହୋଇ ରହିଛି । ଯେଉଁଭଳି ଏକତରଫା ଭାବେ କେନ୍ଦ୍ର ସରକାର ଏହି ଆଇନ ସଂଶୋଧନ କଲେ, ତାହା ନିଶ୍ଚିତ ଭାବେ ଆଦିବାସୀଙ୍କ ଜୀବନ ଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇବ । ତେଣୁ ଏହି ଆଇନ ପ୍ରତ୍ୟାହାର ପାଇଁ ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ । 

ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥର ବିରୋଧୀ ହୋଇ ଥିବାରୁ ବିଜେଡି ପ୍ରଥମ ଦିନରୁ ଏହାକୁ ବିରୋଧ କରି ଆସୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଜନତା ଦଳର ନେତୃବୃନ୍ଦ ଓ ଅଗଣିତ କର୍ମୀ ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଆନେ୍ଦାଳନ କରିବା ପାଇଁ ସଂକଳ୍ପବଦ୍ଧ । ତେଣୁ ୨୮ ସେପ୍ଟେମ୍ୱର ଦିନ ହେବାକୁ ଯାଉଥିବା ଆନେ୍ଦାଳନରେ ରାଜ୍ୟବାସୀ ସମର୍ଥନ ଓ ସହଯୋଗ କରିବା ପାଇଁ ବିଜେଡି ତରଫରୁ ନିବେଦନ କରୁଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର