ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ: ରାଜ୍ୟ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ବିଜେପିର ସୁରକ୍ଷା, ୧୦ ପ୍ରଶ୍ନର ଜବାବ୍ ମାଗିଲେ ବିଧାୟକ ଅରୁଣ ସାହୁ

Madhusudan Das Picture
Published On

ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ଏମ୍‌ଏମ୍‌ଡିଆର୍ ତଥା ଖଣି ନୀତିକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ୧୦ ପ୍ରଶ୍ନ ପଚାରିଛନ୍ତି । ୨୦୨୨ ମସିହା ଫେବୃୟାରୀ ୨୨ ତାରିଖରେ ଓଡ଼ିଶାର ଖଣି ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ । ନିଲାମରୁ ଯେତିକି ରାଜସ୍ୱ ଆସୁଛି ଓଡ଼ିଶା ସବୁଠାରୁ ଅଧିକ, ଖଣି ସଂସ୍କାର କରିବାରେ ସାରା ଭାରତ ବର୍ଷରେ ଓଡ଼ିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ଏମ୍‌ଏମ୍‌ଡିଆର୍ ବିଲକୁ ନେଇ ଓଡ଼ିଶାରେ ହଟଚମଟ ଚାଲିଛି, ତର୍କ ବିତର୍କ ଚାଲିଛି । ଏ ତର୍କ ବିତର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧି ଦଳ ନେତା ଏକ ଚିଠି ଲେଖିଥିଲେ । ତୁରନ୍ତ ବିଧାନସଭା ଡକାଅ ଓ ଆଲୋଚନା କର । ସେ ଉତ୍ତର ଦେଲେ ନାହିଁ। ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ବୟାନ ଦେଲେ । ତାଙ୍କ ତରଫରୁ ଯଥାର୍ଥ ଉତ୍ତର ଦିଆଯାଇଥିଲା । ପୁଣି ନବୀନ ବାବୁ ଏକ ଚିଠି ଲେଖି ରାଜ୍ୟରେ ବିଜେପି ଦଳର ରହିଥିବା ୨୦ ଜଣ ଏମ୍‌ପି ଚୁପ ନରହି ବିବେକାନୁଦିତ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି । ଯଦି ସେମାନେ ଚୁପ ରହିବେ, ଇତିହାସ ପାଇଁ ତାଙ୍କୁ ବହୁ ମୁଲ୍ୟ ଦେବାକୁ ପଡ଼ିବ । ଚୁପ୍ ନରହି କେନ୍ଦ୍ର ସରକାରଙ୍କ ନିକଟରେ ସେମାନେ ଦାବି କରନ୍ତୁ । 

ଆହୁରି ପଢ଼ନ୍ତୁ: ଦୁଷ୍କର୍ମ ଓ ଆକ୍ରମଣର ଶିକାର ହୋଇଥିବା ବିଧବା ମହିଳାଙ୍କ SCBରେ ମୃତ୍ୟୁ

ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ବଦଳରେ ଭାରତୀୟ ଜନତା ପାର୍ଟି ସ୍ୱାର୍ଥକୁ ସୁରକ୍ଷା ଦେଉଛି । ସୋସିଆଲ ମିଡିଆରେ ଏମ୍‌ଏମ୍‌ଡିଆର୍ ବିଲକୁ ନେଇ ରାଜ୍ୟ ବାସୀଙ୍କ କମେଣ୍ଟ ଗୁଡ଼ିକ ପଢ଼ିବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ସଂଘୀୟ ବ୍ୟବସ୍ଥା ଅନୁସାରେ, ରାଜ୍ୟ ସହିତ ଆଲୋଚନା କରି ବିଲ୍ ଉପସ୍ଥାପନ କରାଯିବା କଥା । କେନ୍ଦ୍ର ସରକାର ରାଜ୍ୟ ସହିତ ଆଲୋଚନା କରି ନାହାନ୍ତି । ୯ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ବକେୟା ରାଜସ୍ୱ ଆଦାୟ ହୋଇଥିଲେ ଡବଲ ଇଞ୍ଜିନ ସରକାର ବାହାବା ନେଇଥାନ୍ତା । ଓଡ଼ିଶା ସରକାରଙ୍କ ପାଖରେ ଅର୍ଥ ଅଭାବ ପାଇଁ ଚାରି ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇପାରୁନାହିଁ । ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ହାହାକାର ଦେଖାଦେଇଛି । ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଉଛି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ ଏବଂ ଏନ୍‌ଜିଓ ମୁଖ୍ୟ, ସରକାରୀ ଅର୍ଥ ହେରଫେର ଅଭିଯୋଗ

୨୦୧୪-୧୫ରେ ଖଣି ସଂଶୋଧନ ବିଲ୍ ଆଣିବା ପରେ ଓଡ଼ିଶାରେ ୫ ହଜାର କୋଟି ରାଜସ୍ୱ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସରକାରୀ ଦଳ କହୁଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହା ଉପରେ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ୨୦୧୪-୧୫ ମସିହାରେ ୩ ହଜାର କୋଟିରୁ ୨୦୨୩-୨୪କୁ ୬ ହଜାର କୋଟି ଛୁଇଁଥିଲା । ୨୦୧୪-୧୫ରେ ଛତିଶଗଡ଼ ସରକାର ୩ ହଜାର ୫ ଶହ କୋଟିରୁ ବଢ଼ି ୧୩ ହଜାର କୋଟି ହୋଇଛି । ମହାରାଷ୍ଟ୍ରରେ ୧୯୦୦ କୋଟିରୁ ବଢ଼ି ୬୯୦୦ କୋଟି ଛୁଇଁଛି। ଗୁଜୁରାଟରେ ୨୦୧୪-୧୫ରେ ୪ହଜାର ୨୦ କୋଟି ଟଙ୍କା ରାଜସ୍ୱ ଆସୁଥିଲା। ୨୦୨୩-୨୪ରେ ୫ ହଜାର ୮ ଶହ ଟଙ୍କା ଛୁଇଁଥିଲା। ଗୁଜୁରାଟ୍ ମଡେଲ୍ ସରକାର ରାଜସ୍ୱ ଆଦାୟ କ୍ଷେତ୍ରରେ ଆଗେଇଲେ ନାହିଁ କାହିଁକି । ଯେଉଁ ରାଜ୍ୟ ଖଣି କ୍ଷେତ୍ରରେ ସଂସ୍କାର ଆଣି ପାରିଥିଲେ, କେବଳ ସେଠି ରାଜସ୍ୱ ଅବିବୃଦ୍ଧି ଘଟିଥିଲା । ଓଡ଼ିଶା ତାହାର ଉଦାହରଣ ବୋଲି ନୟାଗଡ଼ ବିଧାୟକ କହିଛନ୍ତି । 

ଆହୁରି ପଢ଼ନ୍ତୁ: ରାଜ୍ୟର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ... ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗକୁ ନେଇ ବିଧାୟକ ଅରୁଣ ୧୦ଟି ପ୍ରଶ୍ନ ପଚାରିଛନ୍ତି । ରାଜ୍ୟର ଲୋକସଭାରେ ୨୦ ଏମ୍‌ପି, ରାଜ୍ୟ ସଭାରେ ୫ ଏମ୍‌ପି କାହିଁକି ପାଟି ଖୋଲୁ ନାହାନ୍ତି। ଏମ୍‌ଏମଡିଆର୍ ବିଲ୍ କାହିଁକି ଆଲୋଚନା ନହୋଇ ୫ ମିନିଟ୍‌ରେ ପାସ କାହିଁକି ହେଲା । ତରବରିଆ ଭାବେ ଏହି ବିଲ୍ ପାସ୍ କରାଗଲା। କେଉଁ ଖଣିପତି, ଆରବପତି, କେଉଁ ବେପାରୀଙ୍କ ପାଇଁ ଏହା କରଗଲା । ଏହା କେଉଁ ଗଣତାନ୍ତ୍ରିତ ବିଧି ବ୍ୟବସ୍ଥା । ଓଡ଼ିଶା ୯୦ ପ୍ରତିଶତ ପାଇବା କଥା ବିଲ୍‌ର କେଉଁଠି ଲେଖାଯାଇଛି । ଓଡ଼ିଶାର ଖଣି ନୀତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିବା ବେଳେ ରାଜ୍ୟ ଇଞ୍ଜିନ କାହିଁକି ବିରୋଧ କରୁଛି । ବିଜେପି ପାର୍ଟିକୁ ଚାନ୍ଦା ଆସିବା ପାଇଁ ତରବରିଆ ବିଲ୍ ପାସ୍ କରାଯିବା, ପାର୍ଟିର ସ୍ୱାର୍ଥ ନାଁ ମାଟିର ସ୍ୱାର୍ଥ । ଜମିର ମାଲିକ ରାଜ୍ୟ ସରକାର ହୋଇଥିବା ବେଳେ ଖଣି ଓ ଖଣିଜ ଜମି ଗୁଡ଼ିକୁ କେନ୍ଦ୍ର ସରକାର ନିଜ ନାଁକୁ ନେଇ ଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଟିକସ ଆଦାୟ କରି କେନ୍ଦ୍ରକୁ ଦିଆଯିବା କଥା, ଏଥିରେ ତଥା ଖଣି ଖାଦାନାରେ କାହିଁକି କେନ୍ଦ୍ର ଟିକସ ଆଦାୟ କରି ରାଜ୍ୟକୁ ଦେବେ ବୋଲି ଆମେ ପ୍ରଶ୍ନ ରଖୁଛି। ବିଲକୁ ସାର୍ବଜନୀନ କର, କେତୋଟି ଖଣି ଅଛି, କେଉଁ ଖଣି କିଏ ନେଇଛନ୍ତି, ଖଣିପତିମାନେ କେତେ ଉତ୍ତୋଳନ କରିଛନ୍ତି । ଖଣି ଖୋଳିକୁ କେତେ ଖୋଳ କରିଛନ୍ତି, ତାହା ସାର୍ବଜନୀନ କର ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର