ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଆକ୍ରମଣ ପରେ ବିଷ ପିଇ ଜୀବନ ହାରିଲା ସ୍ବାମୀ

The Sakala Picture
Published On

ବାରିପଦା/ବଡସାହି: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ତ୍ରୀକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ବାମୀ। ଏହିପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡସାହି ଥାନା ଅଧୀନ ଛେଳିଆ ‘ବି’ ଗ୍ରାମରେ। ମୃତ ସ୍ବାମୀ ଜଣକ ହେଲେ ପ୍ରଶାନ୍ତ ବେହେରା(୫୫) ଓ ଆହତ ସ୍ତ୍ରୀ ହେଲେ ମିନତୀ ବେହେରା(୪୫)। ଘଟଣା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ପୂର୍ବରୁ ବହୁ ସମୟରେ ସ୍ୱାମୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା […]

ବାରିପଦା/ବଡସାହି: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ତ୍ରୀକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ବାମୀ। ଏହିପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡସାହି ଥାନା ଅଧୀନ ଛେଳିଆ ‘ବି’ ଗ୍ରାମରେ।
ମୃତ ସ୍ବାମୀ ଜଣକ ହେଲେ ପ୍ରଶାନ୍ତ ବେହେରା(୫୫) ଓ ଆହତ ସ୍ତ୍ରୀ ହେଲେ ମିନତୀ ବେହେରା(୪୫)।

ଘଟଣା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ପୂର୍ବରୁ ବହୁ ସମୟରେ ସ୍ୱାମୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ ମଙ୍ଗଳବାର ପୂର୍ବାହ୍ନ ସମୟରେ ସ୍ତ୍ରୀ ମିନତୀ ଘରେ ରୋଷେଇ କରୁଥିବା ବେଳେ ସ୍ୱାମୀ ପ୍ରଶାନ୍ତ ହଠାତ ଏକ ମାରଣାସ୍ତ୍ରରେ ପଛ ପଟୁ ବେକ ଓ ହାତକୁ ଆକ୍ରମଣ କରି ପଳାଇ ଯାଇଥିଲେ। ଏଥିରେ ମିନତୀଙ୍କ ପ୍ରଚୁର ରକ୍ତସ୍ରାବ ହେବା ପରେ ସଜ୍ଞାହରାଇ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟ ବଡ଼ସାହି ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଉକ୍ତ ଘଟଣା ପରେ ସ୍ବାମୀ ପ୍ରଶାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ସ୍ତ୍ରୀର ଅବସ୍ଥା ଗୁରୁତ୍ୱର ଥିବା ବେଳେ ଚିକିତ୍ସା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର