ସୁକୁମା ପୁଲିସ ନିକଟରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୮ଲକ୍ଷ ଟଙ୍କାର ପୁରସ୍କାର ରାଶି

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ପୁଲିସ ନିକଟରେ ଆଜି ଜଣେ କୁଖ୍ୟାତ ୮ଲକ୍ଷ ଇନାମି ମାଓ ନେତା ଆତ୍ମ ସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୁକୁମା ଅଞ୍ଚଳରେ ମାଓବାଦୀ ପ୍ଲାଟୁନ ଏକର କମାଣ୍ଡର ରୂପେ କାର୍ଯ୍ୟରତ ଦୁଦି ଭୀମା ନାମକ ମାଓବାଦୀ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲା । ମିନିପା ଅଞ୍ଚଳରେ ପୁଲିସ ଟିମ ଉପରକୁ ଆକ୍ରମଣ ଘଟଣାରେ ଦୁଦି ମୁଖ୍ୟ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ପୁଲିସ ନିକଟରେ ଆଜି ଜଣେ କୁଖ୍ୟାତ ୮ଲକ୍ଷ ଇନାମି ମାଓ ନେତା ଆତ୍ମ ସମର୍ପଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁକୁମା ଅଞ୍ଚଳରେ ମାଓବାଦୀ ପ୍ଲାଟୁନ ଏକର କମାଣ୍ଡର ରୂପେ କାର୍ଯ୍ୟରତ ଦୁଦି ଭୀମା ନାମକ ମାଓବାଦୀ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲା । ମିନିପା ଅଞ୍ଚଳରେ ପୁଲିସ ଟିମ ଉପରକୁ ଆକ୍ରମଣ ଘଟଣାରେ ଦୁଦି ମୁଖ୍ୟ ଭୂମିକା ନିଭାଇଥିବା ବେଳେ ଏହି ଘଟଣାରେ ୧୭ ଯବାନ ପ୍ରାଣବଳି ଦେଇଥିଲେ । ଏହିଭଳି ଅନେକ ବଡ ବଡ ହିଂସାକାଣ୍ଡରେ ଦୁଦି ନେତୃତ୍ଵ ନେଇଥିବା ବେଳେ ତାନାମରେ ସରକାରଙ୍କ ପକ୍ଷରୁ ୮ଲକ୍ଷ ଟଙ୍କାର ଇନାମ ଘୋଷଣା କରଯାଇଥିଲା ।

ତେବେ ବର୍ତ୍ତମାନ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶର ପଥରୁ ଓହରି ଯାଇଥିବା ବେଳେ ବଡବଡ କ୍ୟାଡର ମାଓବାଦୀଙ୍କ ଦୁର୍ବ୍ୟବହର ପାଇଁ ଦୁଦି ସଙ୍ଗଠନ ଛାଡି ସାଧାରଣ ଜୀବନ ଜାପନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପୁଲିସର ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ଆଜି ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ତାକୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

12 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର