ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସକୁ ଆଉ ଏକ ସଫଳତା: ୬୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

The Sakala Picture
Published On

ମାଲକାନଗିରି: ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏ ସମସ୍ତ ମାଓବାଦୀ ସଂଗଠନର ଜନ ମିଲିସିଆ, ଡିଭିସିଏମ୍‌, ଏସିଏମ୍‌, ପାର୍ଟି ମେମ୍ବର, ପିପିସିଏମ କ୍ୟାଡରରେ କାର୍ଯ୍ୟ କରୁଥିଲେ। ସଂଗଠନର ହିଡମା ଓ ଦେବା ଭଳି ବଡ ବଡ […]

ମାଲକାନଗିରି: ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏ ସମସ୍ତ ମାଓବାଦୀ ସଂଗଠନର ଜନ ମିଲିସିଆ, ଡିଭିସିଏମ୍‌, ଏସିଏମ୍‌, ପାର୍ଟି ମେମ୍ବର, ପିପିସିଏମ କ୍ୟାଡରରେ କାର୍ଯ୍ୟ କରୁଥିଲେ। ସଂଗଠନର ହିଡମା ଓ ଦେବା ଭଳି ବଡ ବଡ ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତେଣୁ ଏଥିରେ ନିଜ ଜୀବନ ପ୍ରତି ବିପଦ ଥିବା ଓ ବର୍ତ୍ତମାନ ଛତିଶଗଡରେ ପୋଲିସ ପ୍ରତି ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରି ମାଓବାଦୀଙ୍କୁ ଗିରଫ ଓ ମାରୁଛନ୍ତି।

ଅନ୍ୟପକ୍ଷରେ ଏହି ବଡ଼ ନେତାମାନେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ କୌଣସି ସୁରକ୍ଷା ଦେଉ ନଥିବାରୁ ନିଜ ଜୀବନପ୍ରତି ବିପଦ ଥିବା ଜାଣି ଏମାନେ ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଲଗାତାର ଅପରେସନ ଯୋଗୁ ନକ୍ସଲମାନେ ଏବେ ଆତଙ୍କିତ ହୋଇପଡିଛନ୍ତି। ଆତ୍ମସମର୍ପଣ କରି ନିଜର ଜୀବନକୁ ବଞ୍ଚାଇବା ସହ ସରକାରଙ୍କର ସୁବିଧା ସୁଯୋଗ ଲାଭ କରିବା ଏବଂ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ଏବେ ନକ୍ସଲ ସଂଗଠନ ଛାଡିଲେଣି ବୋଲି କୁହାଯାଇଛି। ବନ୍ଧୁକ ମୂନରେ କେବେ ମଧ୍ୟ ବିକାଶ ସମ୍ଭବ ନୁହେଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର