ମଦ ମାଫିଆକୁ ଗିରଫ ବେଳେ ଉତ୍ତେଜନା; ଅବକାରୀ ଟିମ୍‌କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

The Sakala Picture
Published On

ଆଠଗଡ଼: ମଦ ମାଫିଆକୁ ଗିରଫ ବେଳେ ଅବକାରୀ ଟିମ୍‌କୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ମାଫିଆମାନେ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ମାଫିଆକୁ ଧରିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି। ଏପରିକି ମାଫିଆମାନେ ବିଭାଗୀୟ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍‌ ଓ ଆଠଗଡ଼ ଅବକାରୀ ବିଭାଗ ଚୋରାମଦ କାରବାର ଚାଲୁଥିବା […]

ଆଠଗଡ଼: ମଦ ମାଫିଆକୁ ଗିରଫ ବେଳେ ଅବକାରୀ ଟିମ୍‌କୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ମାଫିଆମାନେ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ମାଫିଆକୁ ଧରିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି। ଏପରିକି ମାଫିଆମାନେ ବିଭାଗୀୟ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍‌ ଓ ଆଠଗଡ଼ ଅବକାରୀ ବିଭାଗ ଚୋରାମଦ କାରବାର ଚାଲୁଥିବା ଅଭିଯୋଗ ପାଇ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୯ ହଜାର ୫୫୫ ଲିଟର ଗୁଡ଼ ପୋଚ ଏବଂ ୨୧୭୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହେବା ସହ ସେଠାରେ ନଷ୍ଟ କରାଯାଇଥିଲା। ଏହାପରେ କର୍ମଚାରୀମାନେ ଡାଳୁଆ ଗ୍ରାମର ଦେଶୀମଦ ମାଫିଆ ରବୀନ୍ଦ୍ର ସ୍ୱାଇଁ ଓରଫ୍‌‌ ଭୁଟୁରୀଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଫିଆ ଓ ସେମାନଙ୍କ ପ୍ରରୋଚନାରେ କିଛି ଦୁର୍ବୃତ୍ତ ଅବକାରୀ ଟିମ୍‌କୁ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ୧୦ଜଣ ମାଫିଆଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସୂଚନାଯୋଗ୍ୟ, ଗତ ୨୦୨୩ ମସିହା ଜୁଲାଇ ୨୮ ତାରିଖରେ ଅବକାରୀ ବିଭାଗ ଡାଳୁଆ ଗ୍ରାମରେ ଚଢ଼ଉ କରୁଥିବା ସମୟରେ ଦେଶୀମଦ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ଅବକାରୀ ବିଭାଗର ୬ଟି ଗାଡ଼ି ଭଙ୍ଗାରୁଜା କରିବା ସହ ୪ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ। ସେତେବେଳେ ଅବକାରୀ ବିଭାଗ ୨୯ ଜଣଙ୍କ ନାମରେ ଖୁଣ୍ଟୁଣୀ ଥାନାରେ ଏତଲା କରିଥିଲେ। ଖୁଣ୍ଟୁଣୀ ପୁଲିସ କେବଳ ୪ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁ ଓରଫ ଭୁଟୁରୀ ଖୁଲମ୍‌ଖୁଲା ବୁଲିବା ସହ ଦେଶୀମଦ ବେପାର ଚଳାଇଥିଲା। ଆଜି ଅବକାରୀ ବିଭାଗ ଉକ୍ତ ଗ୍ରାମରେ ଚଢ଼ଉ କରି ଭୁଟୁରୀକୁ ଗିରଫ କରି ଆଣୁଥିବା ସମୟରେ ଭୁଟୁରୀର ପରିବାରଲୋକ ଅବକାରୀ ବିଭାଗ ଉପରେ ଆକ୍ରମଣ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପରେ ରାସ୍ତା ଅବରୋଧ କରି ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଦୁଇଜଣ କର୍ମଚାରୀ ଆହତ ହୋଇଥିବା ନେଇ କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି। ଅପରାହ୍ଣରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଆଠଗଡ଼ ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ, ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଚଢ଼ଉରେ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ସହିତ ଉପଅଧୀକ୍ଷକ ନିମାଇଁ ଚରଣ ସ୍ୱାଇଁ, ଅରୂପ ପାଣିଗ୍ରାହୀ, ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦ, ଅଭିରାମ ସାହୁ, କମଳଲୋଚନ ପାଇକରାୟ, ରଙ୍କନିଧି ମଲ୍ଲିକ, ସବ୍‌‌ ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ, ଅଜିତ୍‌‌ କୁମାର ପାତ୍ର, ଜ୍ୟୋତିର୍ମୟୀ ଦାସଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର