ବଜ୍ରପାତ ମୃତ୍ୟୁ ପରେ ‘ଗୋଟମା’ ଚିନ୍ତା, ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି

The Sakala Picture
Published On

ଭୁବନେଶ୍ୱର, ୧୭ା୫ (ସମିସ): ରାଜ୍ୟରେ ବଜ୍ରପାତ ଜନିତ କ୍ରମବର୍ଦ୍ଧଷ୍ଣୁ ମୃତ୍ୟୁସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ବଜ୍ରପାତରେ ୧୩ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଗତ ୩ ମାସ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହା ରାଜ୍ୟ ପାଇଁ ଏକ ସଙ୍କଟମୟ ସ୍ଥିତି ଉତ୍ପନ୍ନ କରିଛି। ବଜ୍ରପାତ ମୃତ୍ୟୁ ବଢ଼ିବା ପରେ ଏବେ ରାଜ୍ୟ ସରକାରଙ୍କୁ ଘାରିଛି ‘ଗୋଟମା’ ଚିନ୍ତା। ଏହାର ମୁକାବିଲା ଲାଗି ତାଳଗଛ ଲଗାଇବାକୁ ଯୋଜନା କରିଛନ୍ତି। […]

ଭୁବନେଶ୍ୱର, ୧୭ା୫ (ସମିସ): ରାଜ୍ୟରେ ବଜ୍ରପାତ ଜନିତ କ୍ରମବର୍ଦ୍ଧଷ୍ଣୁ ମୃତ୍ୟୁସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ବଜ୍ରପାତରେ ୧୩ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଗତ ୩ ମାସ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହା
ରାଜ୍ୟ ପାଇଁ ଏକ ସଙ୍କଟମୟ ସ୍ଥିତି ଉତ୍ପନ୍ନ କରିଛି। ବଜ୍ରପାତ ମୃତ୍ୟୁ ବଢ଼ିବା ପରେ ଏବେ ରାଜ୍ୟ ସରକାରଙ୍କୁ ଘାରିଛି ‘ଗୋଟମା’ ଚିନ୍ତା। ଏହାର ମୁକାବିଲା ଲାଗି ତାଳଗଛ ଲଗାଇବାକୁ ଯୋଜନା କରିଛନ୍ତି। ଚଳିତ ବର୍ଷ ଏ ବାବଦରେ ସରକାର ୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଗତବର୍ଷ  ରାଜ୍ୟର ୫୧ ବନଖଣ୍ଡରେ ୧୯ ଲକ୍ଷ ତାଳଗଛ ଲଗାଯାଇଥିଲା।

ସୂଚନାଯୋଗ୍ୟ ଯେ ବଜ୍ରପାତରେ ଦେଶରେ ସର୍ବାଧିକ ମୃତ୍ୟୁ ଓଡ଼ିଶାରେ ହେଉଛି। ଓଡ଼ିଶା ସମେତ ଅନ୍ୟ ରାଜ୍ୟ ପାଇଁ ବଜ୍ରପାତ ମୃତ୍ୟୁ ବଡ଼ ବିପତ୍ତି ଆଣୁଥିବା ବେଳେ ଏହାକୁ ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ କରାଯାଉ ନାହିଁ। ଅତୀତରେ ସରକାରରେ ବିଜେଡି ଥିବା ସମୟରେ କେନ୍ଦ୍ର ନିକଟରେ ଏନେଇ ବହୁବାର ବିଧିବଦ୍ଧ ଭାବେ ଦାବି କରାଯାଇଥିଲା। ଅନ୍ୟ ରାଜ୍ୟମାନେ ମଧ୍ୟ ବଜ୍ରପାତକୁ ଏକ ବିପର୍ଯ୍ୟୟ ଭାବେ ବିଜ୍ଞପିତ କରିବାକୁ ଦାବି କରିଛନ୍ତି। ମାତ୍ର ପ୍ରତିଥର କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରି ଆସିଛନ୍ତି। ଫଳସ୍ୱରୂପ ୨୦୧୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜ୍ରପାତ ମୃତ୍ୟୁ ଘଟିଲେ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ବ୍ୟବସ୍ଥା ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ତୁରନ୍ତ ବଜ୍ରପାତ ରୋକିବା ନେଇ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରିବା ସହ ଏହାକୁ ଏକ ବିପର୍ଯ୍ୟୟ ଭାବେ ବିଜ୍ଞପିତ କରିବାକୁ ବିଶେଷଜ୍ଞ ମହଲରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଗତ ୧୧ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ପ୍ରାୟ ୩୭୯୦ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି। ସେହିପରି ୨୦୨୧-୨୨ରୁ ୨୦୨୩-୨୪ ଅର୍ଥାତ୍‌ ଗତ ୩ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ୭୯୧ ଜଣ ଲୋକଙ୍କ ଜୀବନ ଯାଇଛି। ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ସର୍ବାଧିକ ବଜ୍ରପାତର ଶିକାର ହେଉଥିବା ତଥ୍ୟରୁ ଜଣାପଡ଼ିଛି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ଅର୍ଥାତ୍‌ ରାଜ୍ୟର ୯୬ ପ୍ରତିଶତ ବଜ୍ରପାତ ଗ୍ରାମାଞ୍ଚଳରେ ହିଁ ହୋଇଥାଏ। କୃଷକମାନେ ଜମିରେ କାମ କରୁଥିବା ବେଳେ ଶ୍ରମିକମାନେ ବାହାରେ କାମ କରୁଥିବା ବେଳେ ବଜ୍ରପାତର ସର୍ବାଧିକ ଶିକାର ହୋଇଥାନ୍ତି ବୋଲି ଉକ୍ତ ରିପୋର୍ଟ ଦାବି କରିଛି। ତେଣୁ ବଜ୍ରପାତର ମୁକାବିଲା ପାଇଁ ସରକାର ତାଳଗଛ ରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ସାଇବର ଠକେଇ ରୋକିବାକୁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା 'ଇ-ଜିରୋ ଏଫଆଇଆର' ବ୍ୟବସ୍ଥା

ଗତ ବିଧାନସଭା ଅଧିବେଶନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ତାଳଗଛ ଲାଗିବା ପାଇଁ ୭ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଥରାଶିକୁ ଖର୍ଚ୍ଚ କରାଯାଇ ୫୧ଟି ବନଖଣ୍ଡରେ ୧୯ ଲକ୍ଷ ତାଳଗଛ ଲଗାଯାଇ ସାରିଛି। ଏହିକ୍ରମରେ ତାଳଗଛ ଲଗାଇବା ପାଇଁ ଆହୁରି ୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବଜ୍ରପାତର ମୁକାବିଲା ପାଇଁ ପ୍ରଥମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୮ ମସିହାରେ ତାଳଗଛ ଚାରା ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଦନୁଯାୟୀ ପ୍ରାୟ ୧.୮୦ ଲକ୍ଷ ତାଳ ଗଛ ରୋପଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲା। ତେବେ ବଜ୍ରପାତ ରୋକିବାକୁ ସରକାର ତାଳଗଛ ଉପରେ ସମ୍ପୂର୍ଣ୍ଣ ଭରସୁଥିବା ବେଳେ ଏହା ଯେ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରୁ ନାହିଁ, ତାହା କେତେକ ତଥ୍ୟରୁ ଜଣାପଡ଼ିଛି। ତାଳଗଛ ରୋପଣ ସହ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଇପାରିଲେ ଏହାର ପରିଣାମକୁ ଅଧିକାଂଶରେ ହ୍ରାସ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

18 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର