ଗୋରୁଙ୍କ ଜୀବନ ନେଉଛି ଲମ୍ପି ସ୍କିନ୍, ବିପଦରେ ଲକ୍ଷାଧିକ ଗୃହପାଳିତ ପଶୁ
ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟର ଗୋସମ୍ପଦ ପାଇଁ ଏବେ ଘାତକ ହୋଇଛି ଲମ୍ପି ସ୍କିନ୍(ଚର୍ମ ବିଣ୍ଡି) ରୋଗ। ଏପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଟିକା ଉପଲବ୍ଧ ହୋଇ ନ ଥିବାରୁ ଗାଇ ଗୋରୁମାନଙ୍କ ନିରାକରଣ କରାଯାଇପାରୁନି। କିଛି ଗୋରୀଙ୍କୁ ଛେଳିଙ୍କ ପାଇଁ ଉଦ୍ଧିଷ୍ଟ ଗୋଟ୍ ପକ୍ସ ଦେଇ ଚିକିତ୍ସିତ କରାଯାଉଥିବାବେଳେ ଆଉ କିଛିଙ୍କୁ କେବଳ ଭିଟାମିନ୍ ଔଷଧ ଦିଆଯାଉଛି। କେତେକାଂଶରେ ଏହା ଫଳପ୍ରଦ ହେଉଥିବାବେଳେ ଅଧିକାଂଶ ଗୋରୁଙ୍କ କ୍ଷେତ୍ରରେ ଏହା କାମ କରୁନଥିବା ଅଭିଯୋଗ ହେଉଛି। […]
ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟର ଗୋସମ୍ପଦ ପାଇଁ ଏବେ ଘାତକ ହୋଇଛି ଲମ୍ପି ସ୍କିନ୍(ଚର୍ମ ବିଣ୍ଡି) ରୋଗ। ଏପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଟିକା ଉପଲବ୍ଧ ହୋଇ ନ ଥିବାରୁ ଗାଇ ଗୋରୁମାନଙ୍କ ନିରାକରଣ କରାଯାଇପାରୁନି। କିଛି ଗୋରୀଙ୍କୁ ଛେଳିଙ୍କ ପାଇଁ ଉଦ୍ଧିଷ୍ଟ ଗୋଟ୍ ପକ୍ସ ଦେଇ ଚିକିତ୍ସିତ କରାଯାଉଥିବାବେଳେ ଆଉ କିଛିଙ୍କୁ କେବଳ ଭିଟାମିନ୍ ଔଷଧ ଦିଆଯାଉଛି। କେତେକାଂଶରେ ଏହା ଫଳପ୍ରଦ ହେଉଥିବାବେଳେ ଅଧିକାଂଶ ଗୋରୁଙ୍କ କ୍ଷେତ୍ରରେ ଏହା କାମ କରୁନଥିବା ଅଭିଯୋଗ ହେଉଛି। ଏହି ରୋଗ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବ୍ୟାପିଛି। ଏବେ ଉପକୂଳ ଓଡ଼ିଶା ସମତେ ପଶ୍ଚିମ ଓଡ଼ିଶାରେ ଗାଈ ଓ ବଳଦମାନଙ୍କ କ୍ଷେତ୍ରରେ ମାତ୍ରାଧିକ ଦେଖାଯାଉଛି।
ଗାଁ ଗହଳିରେ ଏବେ ଏହି ରୋଗ ମାତ୍ରାଧିକ ଭାବେ ବ୍ୟାପିବା ଯୋଗୁଁ ଗୋପାଳକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହେଉଛି। ରାଜ୍ୟରେ ଏବେ ଅଢେ଼ଇ କୋଟିରୁ ଊର୍ଦ୍ଧ୍ବ ଗୃହପାଳିତ ପଶୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଗାଈ ଓ ବଳଦଙ୍କ ସଂଖ୍ୟା ସର୍ବାଧିକ। ତା’ତଳକୁ ଛେଳି, ମେଣ୍ଢା ଆଦି ରହିଛନ୍ତି। ମାତ୍ର ଗାଈଙ୍କ କ୍ଷେତ୍ରରେ ଏବେ ଚର୍ମ ବିଣ୍ଡି ରୋଗ ବହୁ ପରିମାଣରେ ଦେଖାଯାଉଛି। ଏହି ରୋଗ ହେଲେ ପ୍ରଥମେ ଗାଈଙ୍କୁ ଜ୍ୱର ହେବାସହ ଶରୀରରେ ଫୋଟକା ଭଳି ଫୁଲି ଯାଉଛି। ପରେ ଏସବୁ ଫୋଟକା ଫାଟି ଘା’ ହେଉଛି। ଛେଳିମାନଙ୍କ ପାଇଁ ବ୍ୟବହାର ହେଉଥିବା ଗୋଟ୍ ପକ୍ସ୍ ଟିକାକୁ ପରୀକ୍ଷାମୂଳକ ଭାବେ ଦିଆଯାଉଥିବାବେଳେ ଏହା ସଠିକ୍ ଭାବେ କାମ କରୁନଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି।
ଏହା ଏକ ବାୟୁବାହିତ ଓ ଭୁତାଣୁ ଜନିତ ରୋଗ ଏବଂ ମଶା, ମାଛି, ଡାଆଁସ ଦ୍ୱାରା ବ୍ୟାପୁଥିବାରୁ କ୍ରମଶଃ ଗୋଟିଏ ଗୁହାଳରୁ ଅନ୍ୟ ଜାଗାକୁ ସହଜରେ ବ୍ୟାପୁଛି। ଯେଉଁ ଗୋରୁମାନଙ୍କଠାରେ ରୋଗ ପ୍ରତିଶୋଧକ ଶକ୍ତି କମ୍ ରହୁଛି, ସେହି ଗୋରୁମାନଙ୍କୁ ଏହି ରୋଗ ବିଶେଷ ଭାବେ ଆକ୍ରାନ୍ତ କରୁଛି। ଏହି ରୋଗ ସାଧାରଣତଃ ବାଛୁରୀ ଓ ଗର୍ଭବତୀ ଗାଈମାନଙ୍କୁ ପ୍ରଭାବିତ କରୁଛି। ରୋଗରେ ଆକ୍ରାନ୍ତ ପ୍ରାଣୀମାନଙ୍କ ଚର୍ମରେ ବିଣ୍ଡି ଭଳି ଗଣ୍ଠି ସ୍ୃଷ୍ଟି ହେଉଛି। ସେହି ଗଣ୍ଠି ଫାଟି ରକ୍ତ ଝରୁଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗରେ ଆକ୍ରାନ୍ତ ପଶୁମାନଙ୍କ ପାଟିରୁ ନାଳ ଗଡୁଛି, ଖାଇବା ଛାଡି ଦେଉଛନ୍ତି ଓ ଘୁମାଇବା ସ୍ଥିତି ଦେଖାଯାଉଛି। ଏଭଳି ସ୍ଥିତି ଲାଗି ରହିବାର ୩ରୁ ୪ଦିନ ପରେ ଆକ୍ରାନ୍ତ ଗୋରୁର ମୃତ୍ୟୁ ଘଟୁଛି।
ପ୍ରାଣୀଧନ ଚିକିତ୍ସକଙ୍କ କହିବାନୁସାରେ, ଆବଶ୍ୟକ ଔଷଧ ସେବନ କରାଗଲେ ଆକ୍ରାନ୍ତ ପଶୁମାନେ ସପ୍ତାହକ ପରେ ସୁସ୍ଥ ହୋଇ ଯାଉଛନ୍ତି। ଅର୍ଥାତ୍ ରୋଗ ପ୍ରତିଶେଧକ ଶକ୍ତି ଅଧିକ ଥିବା ଗାଈ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ରହୁଛି। ଏହି ସମୟରେ ଗୋ-ପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଦେବାକୁ ସେ ପରାମର୍ଶ ଦେଉଛନ୍ତି। ଏତଦବ୍ୟତୀତ ଯେଉଁଠି ଡାକ୍ତର ପହଞ୍ଚିବାରେ ବିଳମ୍ବ ହେଉଛି, ହଳଦୀ ଓ ଲିମ୍ୱପତ୍ରକୁ ଆକ୍ରାନ୍ତ ଗୋରୁମାନଙ୍କ ଚର୍ମରେ ଲେପନ କରିବାକୁ ପରାମର୍ଶ ଦିଆଯାଇଛି ।






