କେନ୍ଦ୍ରାପଡାରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଶୀତଳଭଣ୍ଡାର ବୁଲି ଦେଖିଲେ 5T ସଚିବ ଭି.କେ ପାଣ୍ଡିଆନ୍

The Sakala Picture
Published On

ପଟ୍ଟାମୁଣ୍ଡାଇ: ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଭି.କେ ପାଣ୍ଡିଆନ। ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ ୫ ଶହ ମେଟ୍ରିକ ଟନ ବିଶିଷ୍ଟ ଶୀତଳଭଣ୍ଡାର ବୁଲି ଦେଖିଲେ 5T ସଚିବ। ଜାତୀୟ କୃଷି ବଜାର, କେନ୍ଦ୍ରାପଡା କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଝାଙ୍ଗ କାଇଁଚ ପିଜି ସେଣ୍ଟର ପରିଦର୍ଶନ […]

ପଟ୍ଟାମୁଣ୍ଡାଇ: ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଭି.କେ ପାଣ୍ଡିଆନ। ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ ୫ ଶହ ମେଟ୍ରିକ ଟନ ବିଶିଷ୍ଟ ଶୀତଳଭଣ୍ଡାର ବୁଲି ଦେଖିଲେ 5T ସଚିବ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଶୁଭଶ୍ରୀ ମୃତ୍ୟୁ ରହସ୍ୟ: ଏଯାଏଁ ମିଳିଲାନି ମୃତଦେହ, ୫ ଜଣଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼

ଜାତୀୟ କୃଷି ବଜାର, କେନ୍ଦ୍ରାପଡା କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଝାଙ୍ଗ କାଇଁଚ ପିଜି ସେଣ୍ଟର ପରିଦର୍ଶନ କଲେ 5T ସଚିବ। ମହିଳାଙ୍କ ହାତ ତିଆରି କାଇଁଚରୁ ପ୍ରସ୍ତୁତ ଜିନିଷର ପ୍ରଶଂସା କରିଛନ୍ତି। ଏହାପରେ ବଡମୂଳବସନ୍ତରେ ମାଛଚାଷ ପ୍ରକଳ୍ପ ବୁଲି ଦେଖିଲେ ଭି.କେ ପାଣ୍ଡିଆନ। ସଙ୍କଟମୋଚନ ଓ ମା ଶାରଳା ଏସଏଚଜିଙ୍କ ଦ୍ବାରା ଏହି ପ୍ରକଳ୍ପ ହୋଇଛି।

ଆହୁରି ପଢ଼ନ୍ତୁ: ଶୁଭଶ୍ରୀ ନିଖୋଜ ଘଟଣା: ଥାନାରେ ଏତଲା ଦେବାରେ ୭ ଦିନର ବିଳମ୍ବ, ଘନୀଭୂତ ହେଉଛି ରହସ୍ୟ

ଏହାପରେ ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଛନ୍ତି 5T ସଚିବ। ନିର୍ମାଣ ହୋଇଥିବା ସ୍କିଲଡେଭଲପମେଣ୍ଟ ସେଣ୍ଟର ବୁଲି ଦେଖିବା ସହ ଇନଡୋର୍ ଷ୍ଟାଡିୟମ ଏବଂ ହଲ ଦେଖି ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ। ଦିନ ଗୋଟାଏରେ ଗୋଲରାହାଟରେ ପହଞ୍ଚି ମିଶନଶକ୍ତି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ ଦେଖିବା ସହ ଜୀବନ ଜୀବିକା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେପରେ ଦଧିବାମନଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ଚର୍ତୁପାର୍ଶ୍ବ ବୁଲି ଦେଖିବେ ପାଣ୍ଡିଆନ୍।

ସେହିପରି ଦିନ ୧ଟା ୧୫ ମିନିଟରେ ଡେରାବିଶର ବ୍ଳକ ଅଫିସ ପରିସରରେ ଥିବା ମିଶନଶକ୍ତି କାଫେରେ ଲଞ୍ଚ କରିବା ସହ ମହିଳା ମାନଙ୍କ ସହ ଭାବ ବିନିମୟ କରିବେ। ପରେ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ସଂନ୍ଧ୍ୟା ଆଳତୀ ସମୟରେ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ବେଲେ ସର୍କିଟ ହାଉସ ପରିସରରେ ବିଭିନ୍ନ ଆସୋସିଏସନ, ସାମାଜିକ ସଂଗଠନ ଏବଂ ଜନସାଧାରଣ ପ୍ରତିନିଧି ମାନଙ୍କ ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର