ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଲେ ୭ ଅନ୍ତେବାସୀ

The Sakala Picture
Published On

ଫୁଲବାଣୀ(ସଞ୍ଜୟ ପାତ୍ର): ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସଫଳତା ନିଶ୍ଚୟ ମିଳିଥାଏ। ଏହି ଉକ୍ତିକୁ ପୁଣି ଥରେ ସତ ପ୍ରମାଣିତ କରି ଦେଖାଇଛନ୍ତି ଶିଶୁ ସଦନରେ ରହୁଥିବା ଅନ୍ତେବାସୀ। ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ୭ ଅନ୍ତେବାସୀ। କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୬ରୁ ଊର୍ଦ୍ଧ୍ବ ଶିଶୁସଦନ ଗୃହ ରହିଥିବା ବେଳେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ବାଲିଗୁଡ଼ା ସମେତ ବିଙ୍ଗିଆ, ଜକିକିଆ ଏବଂ […]

ଫୁଲବାଣୀ(ସଞ୍ଜୟ ପାତ୍ର): ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସଫଳତା ନିଶ୍ଚୟ ମିଳିଥାଏ। ଏହି ଉକ୍ତିକୁ ପୁଣି ଥରେ ସତ ପ୍ରମାଣିତ କରି ଦେଖାଇଛନ୍ତି ଶିଶୁ ସଦନରେ ରହୁଥିବା ଅନ୍ତେବାସୀ। ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ୭ ଅନ୍ତେବାସୀ।

ଆହୁରି ପଢ଼ନ୍ତୁ: ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍‌

କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୬ରୁ ଊର୍ଦ୍ଧ୍ବ ଶିଶୁସଦନ ଗୃହ ରହିଥିବା ବେଳେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ବାଲିଗୁଡ଼ା ସମେତ ବିଙ୍ଗିଆ, ଜକିକିଆ ଏବଂ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଗୁଡ଼ାରେ ରହିଛି ଶିଶୁସଦନ। ଏହି ଶିଶୁ ସଦନ ମଧ୍ୟରୁ ବାଲିଗୁଡ଼ା ଶିଶୁସଦନର ୭ ଜଣ ଛାତ୍ରୀ ନିକଟରେ ହୋଇଥିବା କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ସେମାନେ ଚାକିରି ପାଇଛନ୍ତି। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଶିଶୁ ସଦନରେ ରହୁଥିବା ଏହି ଅନ୍ତେବାସୀ ରୋଜଗାରକ୍ଷମ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ନିଷ୍ଠା ଓ ଗଭୀର ଆତ୍ମବିଶ୍ୱାସ ସେମାନଙ୍କୁ ଏହି ସଫଳତା ଦେଇଥିବା ନେଇ ଅନ୍ତେବାସୀ ପ୍ରିୟଙ୍କା ଘଡ଼େଇ, ପ୍ରିୟଙ୍କା ଦିଗାଲ, ଜାନକି ପୋଢୟ, ସୋନାଲି ରଣସିଂ, ଶାନ୍ତା ପ୍ରଧାନ, ହରପ୍ରିୟା ପୂଜାରୀ, ଲିସା ବେହେରା ଦଳାଇ କହିଛନ୍ତି। ଇତିମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗଦେବା ପାଇଁ ବାଙ୍ଗାଲୋର ଯାଇ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ଯେଉଁମାନଙ୍କର ଘରର ଠିକଣା ଦିନେ ଶିଶୁସଦନ ଥିଲା, ଆଜି ସେମାନଙ୍କର ଇଚ୍ଛାଶକ୍ତି ଯୋଗୁଁ ସେମାନଙ୍କର ଠିକଣା ବଦଳିବା ସହିତ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା। ତେବେ ଏହି ଅନ୍ତେବାସୀଙ୍କ ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସର ସଫଳତା ସତ୍ୟ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।

ଆହୁରି ପଢ଼ନ୍ତୁ: ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

24 Sep 2023 By The Sakala

ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଲେ ୭ ଅନ୍ତେବାସୀ

ଫୁଲବାଣୀ(ସଞ୍ଜୟ ପାତ୍ର): ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସଫଳତା ନିଶ୍ଚୟ ମିଳିଥାଏ। ଏହି ଉକ୍ତିକୁ ପୁଣି ଥରେ ସତ ପ୍ରମାଣିତ କରି ଦେଖାଇଛନ୍ତି ଶିଶୁ ସଦନରେ ରହୁଥିବା ଅନ୍ତେବାସୀ। ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ୭ ଅନ୍ତେବାସୀ।

କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୬ରୁ ଊର୍ଦ୍ଧ୍ବ ଶିଶୁସଦନ ଗୃହ ରହିଥିବା ବେଳେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ବାଲିଗୁଡ଼ା ସମେତ ବିଙ୍ଗିଆ, ଜକିକିଆ ଏବଂ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଗୁଡ଼ାରେ ରହିଛି ଶିଶୁସଦନ। ଏହି ଶିଶୁ ସଦନ ମଧ୍ୟରୁ ବାଲିଗୁଡ଼ା ଶିଶୁସଦନର ୭ ଜଣ ଛାତ୍ରୀ ନିକଟରେ ହୋଇଥିବା କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ସେମାନେ ଚାକିରି ପାଇଛନ୍ତି। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଶିଶୁ ସଦନରେ ରହୁଥିବା ଏହି ଅନ୍ତେବାସୀ ରୋଜଗାରକ୍ଷମ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ନିଷ୍ଠା ଓ ଗଭୀର ଆତ୍ମବିଶ୍ୱାସ ସେମାନଙ୍କୁ ଏହି ସଫଳତା ଦେଇଥିବା ନେଇ ଅନ୍ତେବାସୀ ପ୍ରିୟଙ୍କା ଘଡ଼େଇ, ପ୍ରିୟଙ୍କା ଦିଗାଲ, ଜାନକି ପୋଢୟ, ସୋନାଲି ରଣସିଂ, ଶାନ୍ତା ପ୍ରଧାନ, ହରପ୍ରିୟା ପୂଜାରୀ, ଲିସା ବେହେରା ଦଳାଇ କହିଛନ୍ତି। ଇତିମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗଦେବା ପାଇଁ ବାଙ୍ଗାଲୋର ଯାଇ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଯେଉଁମାନଙ୍କର ଘରର ଠିକଣା ଦିନେ ଶିଶୁସଦନ ଥିଲା, ଆଜି ସେମାନଙ୍କର ଇଚ୍ଛାଶକ୍ତି ଯୋଗୁଁ ସେମାନଙ୍କର ଠିକଣା ବଦଳିବା ସହିତ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା। ତେବେ ଏହି ଅନ୍ତେବାସୀଙ୍କ ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସର ସଫଳତା ସତ୍ୟ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର