ମନୋରଞ୍ଜନ
ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି
ବାରିପଦା: ସ୍ଥାନୀୟ ପାଲବଣି ଠାରେ ପ୍ରସ୍ତାବିତ ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବ୍ୟାପକ ମାତ୍ରାରେ ଗଛକାଟିବା ଘଟଣାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ରେ ରୁଜୁ ମାମଲା କେସ ନଂ ୨୧୩/ଇଜେଡ/୨୦୨୫ର ଶୁଣାଣି ହୋଇଛି । ସମସ୍ତ ସରକାରୀ ନିୟମକୁ ଉଲଂଘନ କରାଯାଇ ପରିବେଶକୁ କ୍ଷତି ପହଞ୍ଚାଉଥିବା ଉପରୋକ୍ତ ପ୍ରକଳ୍ପ ବିରୋଧରେ ଅଭିଯୋଗକାରୀ କଂଗ୍ରେସ ଯୁବନେତା ପ୍ରମୋଦ କୁମାର ହେମ୍ବ୍ରମ ଏନଜିଟିର ଦ୍ବାରସ୍ଥ ହୋଇଥିଲେ । ତାଙ୍କ ପକ୍ଷରୁ ଉପସ୍ଥାପିତ ସମସ୍ତ ତଥ୍ୟପ୍ରମାଣକୁ ଭିତ୍ତି କରି କୋଲକତାସ୍ଥିତ ଇଷ୍ଟର୍ଣ୍ଣ ବେଞ୍ଚର ଜୁଡିସିଆଲ ମେମ୍ବର ବିଚାରପତି ଅରୁଣ କୁମାର ତ୍ୟାଗି ଓ ଏକ୍ସପୋର୍ଟ ମେମ୍ବର ଇଶ୍ବର ସିଂ ସମୟର ଅଭାବକୁ ନେଇ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪କୁ ରଖିଛନ୍ତି ବୋଲି ଆଇନଜୀବୀ ଶଙ୍କର ପ୍ରସାଦ ପାଣିଙ୍କ ସୁତ୍ରରୁ ଜଣାପଡିଛି ।
ସୂଚନାଯୋଗ୍ଯ, ପୂର୍ବରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ରେସପଣ୍ଡେଣ୍ଟ ନମ୍ବର ୪ ସତ୍ୟପାଠ ଦାଖଲ କରିନଥିବାରୁ ଟ୍ରିବ୍ୟୁନାଲ ପୁନର୍ବାର ଏକ ସପ୍ତାହ ସମୟ ଦେଇଥିଲେ । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ତାରିଖରେ ହେବ ବୋଲି ରାୟରେ ପ୍ରକାଶ ପାଇଥିଲା । ତଦୁଯାୟୀ ବିଚାର ଆରମ୍ଭ ହୋଇଥିଲା । ତେବେ ସମୟ ଅଭାବରୁ ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୨୪କୁ ରଖାଯାଇଛି । ଏହି ଘଟଣାରେ ପ୍ରତିବାଦୀ ଓଡ଼ିଶା ସରକାର ଓ ଅନ୍ୟାନ୍ୟଙ୍କ ପକ୍ଷରୁ ଏଡିଜେ ସବିତା ରଞ୍ଜନ ପଟନାୟକ ପରିଚାଳନା କରୁଥିଲେ । ମାମଲାଟି ପରିବେଶ ସମ୍ବନ୍ଧୀୟ ହେବାରୁ ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଏହି ମାମଲାରେ ଅନ୍ୟ ପ୍ରତିବାଦୀ ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ବନଖଣ୍ଡ ଅଧିକାରୀ, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ମୁଖ୍ୟ ଉପନିର୍ଦ୍ଦେଶକ, ରାଜ୍ୟ ରାସ୍ତା ଓ ପରିବହନ ବିଭାଗର ପରିଚାଳନା ନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ସୂଚନା ଥାଉକି, ପାଲବଣୀ ଠାରେ ୫.୧୧ଏକର ଜମିରେ ପ୍ରସ୍ତାବିତ ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୨୫ ଡିସେମ୍ବର ମାସ ୧୭ତାରିଖରୁ ଗଛକଟା ଆରମ୍ଭ ହୋଇଥିଲା । ୧୭୮୯ଟି ଗଛ କଟାଯିବା ପାଇଁ ବନବିଭାଗ ଅନୁମତି ଥିବା ବେଳେ ଅଭିଯୋଗ ଅନୁସାରେ ୫ହଜାରରୁ ଉର୍ଦ୍ଧ୍ବ ଗଛକଟା ସରିଛି । ଏହାକୁ ନେଇ ପ୍ରଥମେ ଭଞ୍ଜସେନା ବିରୋଧ ଆରମ୍ଭ କରିଥିବା ବେଳେ ସୁପ୍ରିମକୋର୍ଟର ଆଇନଜୀବୀ ଆକାଶ ଶର୍ମା ଘଟଣାର ପ୍ରତିବାଦ କରି ଜଡିତ ଅଧିକାରୀଙ୍କୁ ପକ୍ଷଭୁକ୍ତ ପୂର୍ବକ ଉଚ୍ଚ ନ୍ୟାୟାଳୟରେ ଏକ ମାମଲ ରୁଜୁ ପାଇଁ ଆବେଦନ କରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଗଛକଟା ବନ୍ଦ ସାଙ୍ଗକୁ ପ୍ରକଳ୍ପ ଜଙ୍ଗଲ ବିହୀନ ସ୍ଥାନକୁ ସ୍ଥାନାନ୍ତର ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ମାମଲା ଏନଜିଟିରେ ବିଚାରାଧୀନ ରହିଛି। ଅଭିଯୋଗ କାରୀ ଶ୍ରୀ ହେମ୍ବ୍ରମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପାଣି ଯୁକ୍ତି ରଖିଥିଲେ ଯେ, ସହରୀ ବନୀକରଣ ଜରିଆରେ ପାଲବଣି ଠାରେ ୧୦ଏକର ଜାଗାରେ ୧୨ହଜାର ଗଛ ଲାଗିଥିଲା । ରକ୍ଷଣାବେକ୍ଷଣ ପରେ ସମସ୍ତ ଗଛ ବଞ୍ଚିଥିଲା ବୋଲି ସେତେବେଳେ ଖର୍ଚ୍ଚ ଉପସ୍ଥାପନରେ ବିଭାଗ ଦେଖାଇ ଥିଲା । ତେବେ ୫.୧୧ଏକର ଜମିରେ ଗଛ କାଟିବା ପୂର୍ବରୁ ବନବିଭାଗ ୧୭୮୯ଟି ଗଛ କଟାଯିବା ପାଇଁ ଅନୁମତି ଦେଇଥିଲା । ମାତ୍ର ଗଛ କଟିବା ପରେ ପ୍ରମାଣ ନଷ୍ଟ ପାଇଁ ପ୍ରଥମେ ଗଛ ମୂଳଗଣ୍ଡି ପୋଡି ନଷ୍ଟ ଉଦ୍ୟମ ପରେ ଗଣ୍ଡିରୁ ପୁନର୍ବାର ଗଜା ବାହାରିବା ପରେ ଜେସିବି ଲଗାଇ ମୂଳ ଉପୁଡା ଯାଇଛି । ଏଣୁ ବହୁ ସଂଖାରେ ଗଛ କଟାଯାଇଛି ବୋଲି ସେ ଦର୍ଶାଇଛନ୍ତି । ତତସହିତ ବିବାଦୀୟ ସ୍ଥାନ ଠାରୁ ୨୦୦ମିଟର ଦୂରରେ ପର୍ଯ୍ୟାପ୍ତ ଖୋଲା, ଅନାବାଦି ସରକାରୀ ଜମି ଥିବା ବେଳେ ଏଠାରେ ଗଛ କଟାଯିବା ଉଚିତ ନଥିଲା ବୋଲି ସେ କହିଛନ୍ତି ।