ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ୨ ଦିନିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବନ୍ୟା ପରିଚାଳନା ଏବଂ ଏହାର ପ୍ରାକ୍ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୀର୍ଘ ୧୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ୯ଟି ବ୍ଲକରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଜିଲ୍ଲାର ସମସ୍ତ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଚାଷୀମାନଙ୍କ ଉପର ଥିବା କୃଷିଋଣ ସରକାର ଛାଡ଼ କରନ୍ତୁ । 

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶିବାଜୀ ମାଝୀଙ୍କ ପରଲୋକ

ଶ୍ରୀ ଦାସବର୍ମା ସିମୁଳିଆ, ସୋର, ସଦର ଏବଂ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ, ଯନ୍ତ୍ରଣା ଦେଖି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧକାରରେ କାଳାତିପାତ କରୁଛନ୍ତି । ସେମାନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚି ତୁରନ୍ତ ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ପହଞ୍ଚାଇବା ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନଳକୂପ ଗୁଡ଼ିକୁ ତୁରନ୍ତ ବିଶୋଧନ କରିବା ସଙ୍ଗେ ସଙ୍ଗେ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ସମ୍ପୃକ୍ତ ଅଞ୍ଚଳରେ ୩ ଥର ବନ୍ୟା ଆସିବାରୁ ରୁଆ ହୋଇଥିବା ଧାନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  । ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ତଳି ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହି ବନ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଯୋଗୁଁ ଏଲ୍ଆଇ ପଏଣ୍ଟ ଗୁଡ଼ିକ ଅଚଳ ହୋଇପଡ଼ିଛି, ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କାଂଶବାଂଶ, ପୀତାକାଳିଆ, ବୁଢ଼ାବଳଙ୍ଗ, ଜଳକା, ଡୁବୁଡୁବି, ସୂବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି । ଅଙ୍ଗନବାାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବା ସହ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ତୁରନ୍ତ ଆରମ୍ଭ କରାଯାଉ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ ରାଜସ୍ୱ କର୍ମଚାରୀ ତୁରନ୍ତ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍‌ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା

ପ୍ରଥମ ବନ୍ୟାରେ ଜଳେଶ୍ୱର ବ୍ଲକର ନେତୁଆ ପଞ୍ଚାୟତର କପାସୁଧା ଗ୍ରାମରେ କାନ୍ଥ ପଡ଼ି ରାଧିକା ଜେନା ଏବଂ ତାଙ୍କର ନାତୀ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କର ଅକାଳ ମୃତ୍ୟୁ ହୋଇଛି ଏବଂ ସ୍ମୃତି ସ୍ୱାଇଁ ଗୁରୁତର ଆହତ ହୋଇ ରେମୁଣା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଶ୍ରୀ ଦାସବର୍ମା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଗୁଡ଼ିକର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଧୋଇଯାଇଥିବା ରାସ୍ତାଘାଟର ପୁନଃ ନିର୍ମାଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ଆଜିର ଏହି ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀ ଦାସବର୍ମାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଗୌତମବୁଦ୍ଧ ଦାସ, ଦଳର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ବରିଷ୍ଠ ନେତା ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଗସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

21 Aug 2026 By Madhusudan Das

ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ୨ ଦିନିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବନ୍ୟା ପରିଚାଳନା ଏବଂ ଏହାର ପ୍ରାକ୍ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୀର୍ଘ ୧୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ୯ଟି ବ୍ଲକରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଜିଲ୍ଲାର ସମସ୍ତ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଚାଷୀମାନଙ୍କ ଉପର ଥିବା କୃଷିଋଣ ସରକାର ଛାଡ଼ କରନ୍ତୁ । 

ଶ୍ରୀ ଦାସବର୍ମା ସିମୁଳିଆ, ସୋର, ସଦର ଏବଂ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ, ଯନ୍ତ୍ରଣା ଦେଖି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧକାରରେ କାଳାତିପାତ କରୁଛନ୍ତି । ସେମାନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚି ତୁରନ୍ତ ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ପହଞ୍ଚାଇବା ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନଳକୂପ ଗୁଡ଼ିକୁ ତୁରନ୍ତ ବିଶୋଧନ କରିବା ସଙ୍ଗେ ସଙ୍ଗେ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ସମ୍ପୃକ୍ତ ଅଞ୍ଚଳରେ ୩ ଥର ବନ୍ୟା ଆସିବାରୁ ରୁଆ ହୋଇଥିବା ଧାନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  । ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ତଳି ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହି ବନ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଯୋଗୁଁ ଏଲ୍ଆଇ ପଏଣ୍ଟ ଗୁଡ଼ିକ ଅଚଳ ହୋଇପଡ଼ିଛି, ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କାଂଶବାଂଶ, ପୀତାକାଳିଆ, ବୁଢ଼ାବଳଙ୍ଗ, ଜଳକା, ଡୁବୁଡୁବି, ସୂବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି । ଅଙ୍ଗନବାାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବା ସହ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ତୁରନ୍ତ ଆରମ୍ଭ କରାଯାଉ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ ରାଜସ୍ୱ କର୍ମଚାରୀ ତୁରନ୍ତ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ।

ପ୍ରଥମ ବନ୍ୟାରେ ଜଳେଶ୍ୱର ବ୍ଲକର ନେତୁଆ ପଞ୍ଚାୟତର କପାସୁଧା ଗ୍ରାମରେ କାନ୍ଥ ପଡ଼ି ରାଧିକା ଜେନା ଏବଂ ତାଙ୍କର ନାତୀ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କର ଅକାଳ ମୃତ୍ୟୁ ହୋଇଛି ଏବଂ ସ୍ମୃତି ସ୍ୱାଇଁ ଗୁରୁତର ଆହତ ହୋଇ ରେମୁଣା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଶ୍ରୀ ଦାସବର୍ମା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଗୁଡ଼ିକର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଧୋଇଯାଇଥିବା ରାସ୍ତାଘାଟର ପୁନଃ ନିର୍ମାଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ଆଜିର ଏହି ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀ ଦାସବର୍ମାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଗୌତମବୁଦ୍ଧ ଦାସ, ଦଳର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ବରିଷ୍ଠ ନେତା ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଗସ୍ତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର