ପୁଣି ଜେଲରୁ ବାହାରିଲେ ରାମ ରହିମ, ୨୧ ଦିନିଆ ଫର୍ଲୋ ମଞ୍ଜୁର; ୨୦୨୦ରୁ ଏପର୍ଯ୍ୟନ୍ତ ୧୭ ଥର ମିଳିଲାଣି ଅସ୍ଥାୟୀ ମୁକ୍ତି

Suryakanta Picture
Published On

ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗିନ ଅପରାଧରେ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସଉଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣିଥରେ ଜେଲରୁ ଅସ୍ଥାୟୀ ମୁକ୍ତି ମିଳିଛି। ହରିୟାଣା ସରକାର ତାଙ୍କୁ ୨୧ ଦିନିଆ ଫର୍ଲୋ ପ୍ରଦାନ କରିଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୬.୦୫ ମିନିଟରେ ସେ ରୋହତକ ସ୍ଥିତ ସୁନାରିଆ ଜେଲରୁ ବାହାରିଛନ୍ତି। ଏହି ଛୁଟି ସମୟରେ ସେ ସିରସା ସ୍ଥିତ ଡେରା ମୁଖ୍ୟାଳୟରେ ରହିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ହେଟ୍ ସ୍ପିଚ୍ ମାମଲା: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ନାଁରେ ଗିରଫ ପରୱାନା ଜାରି

୨୦୨୦ରୁ ଏପର୍ଯ୍ୟନ୍ତ ୧୭ ଥର ମିଳିଲାଣି ପାରୋଲ ବା ଫର୍ଲୋ

ରାମ ରହିମଙ୍କୁ ବାରମ୍ବାର ପାରୋଲ ବା ଫର୍ଲୋ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଏହା ହେଉଛି ତାଙ୍କର ୧୭ତମ ଅସ୍ଥାୟୀ ମୁକ୍ତି। ଗତ ଜୁନ ୨୬ ତାରିଖରେ ସେ ୩୦ ଦିନିଆ ପାରୋଲ ଶେଷ କରି ଜେଲକୁ ଫେରିଥିଲେ। ମାତ୍ର ଦୁଇ ମାସ ନପୁରୁଣୁ ତାଙ୍କୁ ପୁଣି ଏହି ୨୧ ଦିନିଆ ଫର୍ଲୋ ମିଳିଛି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ତାଙ୍କୁ ୪୦ ଦିନ ଏବଂ ମେ' ମାସରେ ୩୦ ଦିନର ପାରୋଲ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିବା ଦରଜୀଙ୍କୁ ୯୭୫ କୋଟି ଟଙ୍କାର ଆୟକର ନୋଟିସ୍, ଉଡ଼ିଗଲା ହୋସ୍

ସଙ୍ଗିନ ମାମଲାରେ ଦୋଷୀ ସାବ୍ୟସ୍ତ

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ନିଜ ଆଶ୍ରମର ଦୁଇ ଜଣ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। ଏହା ବ୍ୟତୀତ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବାରମ୍ବାର ଜେଲରୁ ମୁକ୍ତି ମିଳିବା ନେଇ ରାଜନୈତିକ ଏବଂ ସାଧାରଣ ସ୍ତରରେ ଅନେକ ସମାଲୋଚନା ହେଉଛି, କିନ୍ତୁ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ଫର୍ଲୋ ମିଳିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗିନିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ଆବର୍ଜନା ପାହାଡ଼ ତଳେ ଚାପି ହୋଇ ୩୦ ମୃତ

25 Aug 2026 By Suryakanta

ପୁଣି ଜେଲରୁ ବାହାରିଲେ ରାମ ରହିମ, ୨୧ ଦିନିଆ ଫର୍ଲୋ ମଞ୍ଜୁର; ୨୦୨୦ରୁ ଏପର୍ଯ୍ୟନ୍ତ ୧୭ ଥର ମିଳିଲାଣି ଅସ୍ଥାୟୀ ମୁକ୍ତି

ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗିନ ଅପରାଧରେ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସଉଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣିଥରେ ଜେଲରୁ ଅସ୍ଥାୟୀ ମୁକ୍ତି ମିଳିଛି। ହରିୟାଣା ସରକାର ତାଙ୍କୁ ୨୧ ଦିନିଆ ଫର୍ଲୋ ପ୍ରଦାନ କରିଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୬.୦୫ ମିନିଟରେ ସେ ରୋହତକ ସ୍ଥିତ ସୁନାରିଆ ଜେଲରୁ ବାହାରିଛନ୍ତି। ଏହି ଛୁଟି ସମୟରେ ସେ ସିରସା ସ୍ଥିତ ଡେରା ମୁଖ୍ୟାଳୟରେ ରହିବେ ବୋଲି ଜଣାପଡିଛି।

୨୦୨୦ରୁ ଏପର୍ଯ୍ୟନ୍ତ ୧୭ ଥର ମିଳିଲାଣି ପାରୋଲ ବା ଫର୍ଲୋ

ରାମ ରହିମଙ୍କୁ ବାରମ୍ବାର ପାରୋଲ ବା ଫର୍ଲୋ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଏହା ହେଉଛି ତାଙ୍କର ୧୭ତମ ଅସ୍ଥାୟୀ ମୁକ୍ତି। ଗତ ଜୁନ ୨୬ ତାରିଖରେ ସେ ୩୦ ଦିନିଆ ପାରୋଲ ଶେଷ କରି ଜେଲକୁ ଫେରିଥିଲେ। ମାତ୍ର ଦୁଇ ମାସ ନପୁରୁଣୁ ତାଙ୍କୁ ପୁଣି ଏହି ୨୧ ଦିନିଆ ଫର୍ଲୋ ମିଳିଛି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ତାଙ୍କୁ ୪୦ ଦିନ ଏବଂ ମେ' ମାସରେ ୩୦ ଦିନର ପାରୋଲ ପ୍ରଦାନ କରାଯାଇଥିଲା।

ସଙ୍ଗିନ ମାମଲାରେ ଦୋଷୀ ସାବ୍ୟସ୍ତ

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ନିଜ ଆଶ୍ରମର ଦୁଇ ଜଣ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। ଏହା ବ୍ୟତୀତ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବାରମ୍ବାର ଜେଲରୁ ମୁକ୍ତି ମିଳିବା ନେଇ ରାଜନୈତିକ ଏବଂ ସାଧାରଣ ସ୍ତରରେ ଅନେକ ସମାଲୋଚନା ହେଉଛି, କିନ୍ତୁ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ଫର୍ଲୋ ମିଳିଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର