ମନୋରଞ୍ଜନ
ଓଡ଼ିଶା
ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା, ପ୍ରାକ୍ତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଟିମ୍ ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କରି ଚଳିତ ବର୍ଷର ୪ର୍ଥ ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ଗେଙ୍ଗୁଟି ନଦୀବନ୍ଧରେ ବନ୍ୟାବିପନ୍ନଙ୍କ ସହ ସାକ୍ଷାତ୍ କରି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିପଦ ସମୟରେ ଲୋକଙ୍କ ସହ ଠିଆ ହୋଇ ସେମାନଙ୍କ ସମସ୍ୟା ବୁଝିବା ଓ ସହଯୋଗର ହାତ ବଢ଼ାଇବା ହିଁ ଆମର ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ସରକାର ବନ୍ୟା ଟ୍ୟୁରିଜିମ୍ ବନ୍ଦ କରି ବନ୍ୟାବିପନ୍ନ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝନ୍ତୁ, ସେମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ କରିବା ସହିତ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଋଣ ଛାଡ଼ କରନ୍ତୁ ବୋଲି ଗଣମାଧ୍ୟମ ଆଗରେ ଡ. ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ ଦାବି କରିଛନ୍ତି।
ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତବେଳେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ନିର୍ବାଚନମଣ୍ଡଳୀ ନେତା ଡ. ସଞ୍ଜୟ ଦାସ, ଧାମନଗର ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ୍ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଓସିମ୍ ଏଜଦାନି କାଦିରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତ୍ଲତା ନାୟକ, ସରପଞ୍ଚ ସୀତାକାନ୍ତ ମିଶ୍ର, ସମିତିସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଭାରତ ବିଜୟ ଦଳେଇ, ବହୁ କାଉନ୍ସିଲର, ବିଜେଡି ବ୍ଲକ୍ ଓ ନଗର ସଭାପତି ପ୍ରତାପ ସାମଲ, ବିଜୟକେତନ ସାହୁ, ବିଜେଡି ନେତା ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ୍ ଜାଫର ଅଲ୍ଲୀ, ସେକ୍ ସୈଫୁଦ୍ଦିନ(ସୁନିଲ), ସେକ୍ ବାଟୋ, ଏମ୍ଡି ଫକିରୁଦ୍ଦିନ, ମୀର୍ ମୁରତୁଜା, ରମେଶ ଜେନା, ଗୌରାଙ୍ଗ ଜେନା, ସେକ୍ ଜୁଲୋ ଓ ଅନ୍ୟ ନେତୃମଣ୍ଡଳୀ ଧାମନଗର ବନ୍ୟାଞ୍ଚଳ ବୟାଙ୍ଗଡିହ, ଦୋବଲ, ରାଧାବଲ୍ଲଭପୁର, ନଦୀଗାଁ, ଧୂଷୁରୀ ଆଦି ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀମାନଙ୍କ ସହ ଆଲୋଚନା କରିଛନ୍ତି। ପରେ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।
ଚଳିତ ବର୍ଷ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିନ୍ତୁ ବନ୍ୟା ପୂର୍ବରୁ ବା ବନ୍ୟା ପରେ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯିବା କଥା ସେଭଳି କରାଯାଇନଥିବାରୁ ହଜାର ହଜାର ବିପନ୍ନ ଆଜି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନଙ୍କୁ ପ୍ରଶାସନ ସାଙ୍ଗରେ ନେଇ ବନ୍ୟା ପରିଚାଳନା କରାଗଲେ ଏହାର ଲାଭ ମିଳନ୍ତା ବୋଲି ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଆସିଥିବା ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି।
ବିଞ୍ଝାରପୁର ନୂଆମାହାରାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳକୁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଆସିଥିବା ଟିମ୍ ପରିଦର୍ଶନରେ ଆସି ଏଭଳି ସରକାରଙ୍କ ବିଫଳତା ସଂପର୍କରେ ଗଣମାଧ୍ୟମରେ ବର୍ଷିଥିଲେ। ଏହି ଘାଇ ଯୋଗୁଁ ୫ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଘାଇ ମରାମତିରେ ବିଳମ୍ୱ ଯୋଗୁଁ ଏହି ଅଞ୍ଚଳରେ ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି ବୋଲି ମତ ଦେଇଥିଲେ। ପ୍ରତିନିଧି ଦଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଓ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ସାମିଲ ହୋଇ ପ୍ରଶାସନ ଓ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିଲେ। ଶ୍ରୀ ଅମାତ ବିଞ୍ଝାରପୁର ବିଡିଓଙ୍କ ସହ ଆଲୋଚନା କରିବା ପରେ ନୂଆମାହାରା ଘାଇ ପରିଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ, ସରକାରଙ୍କ ଅପାରଗତା ଯୋଗୁଁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସରକାର ଓ ପ୍ରଶାସନ ଉଭୟ ତତ୍ପର ହୋଇ ଲୋକଙ୍କ ନିକଟରେ ରିଲିଫ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ପ୍ରମିଳା ମଲ୍ଲିକ ଅଭିଯୋଗ କରି କହିଥିଲେ ସରକାର କେବଳ ବଡ଼ ବଡ଼ ଦାବି କରୁଛନ୍ତି, କିନ୍ତୁ ବାସ୍ତବରେ ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ। ।
ଏହି ପ୍ରତିନିଧି ମଣ୍ଡଳୀ ସହ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଇଂ. ସୁଶାନ୍ତ କୁମାର ମିଶ୍ର, ବିଞ୍ଝାରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ମାମିନା ମଲ୍ଲିକ, କମାରଡ଼ିହି ପାକ୍ସ ସଭାପତି ଭାଗୀରଥି ସାହୁ, ଯୁବ ନେତା ବିରଜା ମଲ୍ଲିକ, ଟୁନା ବିଶ୍ୱାଳ ପ୍ରମୁଖ କୟାଁ, କମାରଡ଼ିହି, ଖାନନଗର, ଥାଲକୁଡ଼ି, ନିଜାମପୁର ଆଦି ପଞ୍ଚାୟତ ଗସ୍ତ କରି ଗ୍ରାଉଣ୍ଡ ଜିରୋରେ କିପରି ବନ୍ୟା ବିପନ୍ନମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହାର ସ୍ଥିତି ପରଖିଥିଲେ। ଏଥିସହ ବ୍ଲକର କୟାଁ, କମାରଡ଼ିହି, ଖାନନଗର, ନିଜାମପୁର, ଦତ୍ତପୁର ଆଦି ପଞ୍ଚାୟତରେ ଲୋକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ସହାୟତା ଯୋଗେଇ ଦିଆଯାଇ ନଥିବାରୁ ବନ୍ୟା ବିପନ୍ନମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।