ଘରେ ପ୍ରସ୍ତୁତ କରନ୍ତୁ କୋଲାଜେନ୍ ସେରମ୍: କୁଞ୍ଚିତ ଚର୍ମରୁ ମୁକ୍ତି ସହ ପାଇବେ ଉଜ୍ଜ୍ୱଳ ଏବଂ ଯୁବସୁଲଭ ତ୍ୱଚା

Suryakanta Picture
Published On

ବର୍ତ୍ତମାନ ସମୟରେ ପ୍ରଦୂଷଣ, ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ମାନସିକ ଚାପ କାରଣରୁ କମ୍ ବୟସରେ ମଧ୍ୟ ତ୍ୱଚାରେ ବାର୍ଦ୍ଧକ୍ୟର ଛାପ ଦେଖାଯାଉଛି। ମୁହଁରେ କୁଞ୍ଚନ (Wrinkles), ଫାଇନ୍ ଲାଇନ୍ସ ଏବଂ ତ୍ୱଚା ଢିଲା ହେବା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଅନେକ ଲୋକ ବଜାରରେ ମିଳୁଥିବା ମହଙ୍ଗା ଆଣ୍ଟି-ଏଜିଂ କ୍ରିମ୍ କିମ୍ବା ସେରମ୍ ବ୍ୟବହାର କରନ୍ତି। କିନ୍ତୁ ଏଥିରେ ଥିବା ରାସାୟନିକ ପଦାର୍ଥ (Chemicals) ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ।

ଆହୁରି ପଢ଼ନ୍ତୁ: ବର୍ଷା ଦିନେ ଘରକୁ ଆସୁଛନ୍ତି କି ସାପ? ଏହି ୫ଟି ଜିନିଷକୁ ତୁରନ୍ତ କରନ୍ତୁ ଦୂର, ବିଶେଷଜ୍ଞ ଦେଲେ ପରାମର୍ଶ

ଏଭଳି ପରିସ୍ଥିତିରେ, ଯଦି ଆପଣ ପ୍ରାକୃତିକ ଉପାୟରେ ନିଜ ତ୍ୱଚାକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିବାକୁ ଚାହୁଁଛନ୍ତି, ତେବେ ଘରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର କୋଲାଜେନ୍ କ୍ରିମ୍ (Collagen Cream) ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ।

ଆହୁରି ପଢ଼ନ୍ତୁ: ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଏହି ଅଭ୍ୟାସ ଛାଡ଼ିବା ପାଇଁ ମନୋବିଜ୍ଞାନୀଙ୍କ ୬ଟି ସୁସ୍ଥ ବିକଳ୍ପ

କ୍ରିମ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

ଏହି ପ୍ରାକୃତିକ ଆଣ୍ଟି-ଏଜିଂ କ୍ରିମ୍ ତିଆରି କରିବା ପାଇଁ ଆପଣଙ୍କୁ କିଛି ସହଜରେ ମିଳୁଥିବା ଘରୋଇ ସାମଗ୍ରୀର ଆବଶ୍ୟକତା ରହିଛି:

* ୨ ଚାମଚ ଅଳସୀ ମଞ୍ଜି (Flaxseeds)

* ୧ ଚାମଚ ଚାଉଳ ଗୁଣ୍ଡ (Rice Flour)

* କଞ୍ଚା କ୍ଷୀର କିମ୍ବା ଗୋଲାପ ଜଳ

* ତାଜା ଏଲୋଭେରା ଜେଲ୍ (Aloe Vera Gel)

* ବାଦାମ ତେଲ କିମ୍ବା ଭିଟାମିନ୍-ଇ କ୍ୟାପସୁଲ୍

କିପରି ପ୍ରସ୍ତୁତ କରିବେ ଏହି ଆଣ୍ଟି-ଏଜିଂ କ୍ରିମ୍?

ପ୍ରଥମେ ଏକ ପାତ୍ରରେ ଅଧା କପ୍ ପାଣି ଏବଂ ୨ ଚାମଚ ଅଳସୀ ମଞ୍ଜି ପକାଇ ମଧ୍ୟମ ଆଞ୍ଚରେ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ମୋଟା ଏବଂ ଜେଲ୍ ଭଳି ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହା ଗରମ ଥିବା ସମୟରେ ହିଁ ଏକ ପରିଷ୍କାର ସୂତା କପଡ଼ା କିମ୍ବା ଛଣା ସାହାଯ୍ୟରେ ଛାଣି ଅଳସୀ ଜେଲ୍ ବାହାର କରିଦିଅନ୍ତୁ। ଥଣ୍ଡା ହେଲେ ଏହାକୁ ଛାଣିବା କଷ୍ଟକର ହୋଇଥାଏ।

ଅନ୍ୟ ଏକ ପାତ୍ରରେ ୧ ଚାମଚ ଚାଉଳ ଗୁଣ୍ଡ ସହ କଞ୍ଚା କ୍ଷୀର କିମ୍ବା ଗୋଲାପ ଜଳ ମିଶାଇ ଏକ ସ୍ମୁଥ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ ଯେପରି ଏଥିରେ କୌଣସି ଗୋଟି ନରହେ। ଏବେ ଏକ ବାଉଲରେ ପ୍ରସ୍ତୁତ କରିଥିବା ଅଳସୀ ଜେଲ୍, ଚାଉଳ ଗୁଣ୍ଡ ପେଷ୍ଟ, ତାଜା ଏଲୋଭେରା ଜେଲ୍ ଏବଂ ଭିଟାମିନ୍-ଇ କ୍ୟାପସୁଲ୍ କିମ୍ବା ବାଦାମ ତେଲ ପକାଇ ଭଲଭାବେ ଗୋଳାନ୍ତୁ। ଏହି ମିଶ୍ରଣ ଏକ କ୍ରିମ୍ ଭଳି ନହେବା ପର୍ଯ୍ୟନ୍ତ ଏହାକୁ ଫେଣ୍ଟନ୍ତୁ। ବର୍ତ୍ତମାନ ଆପଣଙ୍କର ୧୦୦% ପ୍ରାକୃତିକ କୋଲାଜେନ୍ କ୍ରିମ୍ ପ୍ରସ୍ତୁତ ହୋଇଗଲା।

ବ୍ୟବହାର ଏବଂ ସଂରକ୍ଷଣ କରିବାର ସଠିକ୍ ଉପାୟ

ଏହି କ୍ରିମ୍‌କୁ ଏକ ସଫା କାଚ ଡବାରେ ରଖି ଆପଣ ଫ୍ରିଜ୍‌ରେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବେ। ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇ ପରିଷ୍କାର କରିନିଅନ୍ତୁ। ଏହା ପରେ ଏହି କ୍ରିମ୍‌କୁ ଅଳ୍ପ ମାତ୍ରାରେ ନେଇ ମୁହଁ ଏବଂ ବେକରେ ତଳୁ ଉପର ଆଡ଼କୁ (Upward Motion) ହାଲୁକା ହାତରେ ୨-୩ ମିନିଟ୍ ମସାଜ୍ କରନ୍ତୁ। ଏହାକୁ ରାତିସାରା ଛାଡ଼ିଦିଅନ୍ତୁ ଏବଂ ସକାଳୁ ସାଧାରଣ ପାଣିରେ ମୁହଁ ଧୋଇ ନିଅନ୍ତୁ।

ନିୟମିତ ଭାବେ ଏହାର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ କୋଲାଜେନ୍ ସ୍ତର ବୃଦ୍ଧି ପାଇଥାଏ, ତ୍ୱଚା ଟାଇଟ୍ ହୁଏ ଏବଂ ଚେହେରାରେ ଏକ ପ୍ରାକୃତିକ ଗୋଲାପୀ ଚମକ ଆସିଥାଏ।

12 Aug 2026 By Suryakanta

ଘରେ ପ୍ରସ୍ତୁତ କରନ୍ତୁ କୋଲାଜେନ୍ ସେରମ୍: କୁଞ୍ଚିତ ଚର୍ମରୁ ମୁକ୍ତି ସହ ପାଇବେ ଉଜ୍ଜ୍ୱଳ ଏବଂ ଯୁବସୁଲଭ ତ୍ୱଚା

ବର୍ତ୍ତମାନ ସମୟରେ ପ୍ରଦୂଷଣ, ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ମାନସିକ ଚାପ କାରଣରୁ କମ୍ ବୟସରେ ମଧ୍ୟ ତ୍ୱଚାରେ ବାର୍ଦ୍ଧକ୍ୟର ଛାପ ଦେଖାଯାଉଛି। ମୁହଁରେ କୁଞ୍ଚନ (Wrinkles), ଫାଇନ୍ ଲାଇନ୍ସ ଏବଂ ତ୍ୱଚା ଢିଲା ହେବା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଅନେକ ଲୋକ ବଜାରରେ ମିଳୁଥିବା ମହଙ୍ଗା ଆଣ୍ଟି-ଏଜିଂ କ୍ରିମ୍ କିମ୍ବା ସେରମ୍ ବ୍ୟବହାର କରନ୍ତି। କିନ୍ତୁ ଏଥିରେ ଥିବା ରାସାୟନିକ ପଦାର୍ଥ (Chemicals) ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ।

ଏଭଳି ପରିସ୍ଥିତିରେ, ଯଦି ଆପଣ ପ୍ରାକୃତିକ ଉପାୟରେ ନିଜ ତ୍ୱଚାକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିବାକୁ ଚାହୁଁଛନ୍ତି, ତେବେ ଘରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର କୋଲାଜେନ୍ କ୍ରିମ୍ (Collagen Cream) ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ।

କ୍ରିମ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

ଏହି ପ୍ରାକୃତିକ ଆଣ୍ଟି-ଏଜିଂ କ୍ରିମ୍ ତିଆରି କରିବା ପାଇଁ ଆପଣଙ୍କୁ କିଛି ସହଜରେ ମିଳୁଥିବା ଘରୋଇ ସାମଗ୍ରୀର ଆବଶ୍ୟକତା ରହିଛି:

* ୨ ଚାମଚ ଅଳସୀ ମଞ୍ଜି (Flaxseeds)

* ୧ ଚାମଚ ଚାଉଳ ଗୁଣ୍ଡ (Rice Flour)

* କଞ୍ଚା କ୍ଷୀର କିମ୍ବା ଗୋଲାପ ଜଳ

* ତାଜା ଏଲୋଭେରା ଜେଲ୍ (Aloe Vera Gel)

* ବାଦାମ ତେଲ କିମ୍ବା ଭିଟାମିନ୍-ଇ କ୍ୟାପସୁଲ୍

କିପରି ପ୍ରସ୍ତୁତ କରିବେ ଏହି ଆଣ୍ଟି-ଏଜିଂ କ୍ରିମ୍?

ପ୍ରଥମେ ଏକ ପାତ୍ରରେ ଅଧା କପ୍ ପାଣି ଏବଂ ୨ ଚାମଚ ଅଳସୀ ମଞ୍ଜି ପକାଇ ମଧ୍ୟମ ଆଞ୍ଚରେ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ମୋଟା ଏବଂ ଜେଲ୍ ଭଳି ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହା ଗରମ ଥିବା ସମୟରେ ହିଁ ଏକ ପରିଷ୍କାର ସୂତା କପଡ଼ା କିମ୍ବା ଛଣା ସାହାଯ୍ୟରେ ଛାଣି ଅଳସୀ ଜେଲ୍ ବାହାର କରିଦିଅନ୍ତୁ। ଥଣ୍ଡା ହେଲେ ଏହାକୁ ଛାଣିବା କଷ୍ଟକର ହୋଇଥାଏ।

ଅନ୍ୟ ଏକ ପାତ୍ରରେ ୧ ଚାମଚ ଚାଉଳ ଗୁଣ୍ଡ ସହ କଞ୍ଚା କ୍ଷୀର କିମ୍ବା ଗୋଲାପ ଜଳ ମିଶାଇ ଏକ ସ୍ମୁଥ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ ଯେପରି ଏଥିରେ କୌଣସି ଗୋଟି ନରହେ। ଏବେ ଏକ ବାଉଲରେ ପ୍ରସ୍ତୁତ କରିଥିବା ଅଳସୀ ଜେଲ୍, ଚାଉଳ ଗୁଣ୍ଡ ପେଷ୍ଟ, ତାଜା ଏଲୋଭେରା ଜେଲ୍ ଏବଂ ଭିଟାମିନ୍-ଇ କ୍ୟାପସୁଲ୍ କିମ୍ବା ବାଦାମ ତେଲ ପକାଇ ଭଲଭାବେ ଗୋଳାନ୍ତୁ। ଏହି ମିଶ୍ରଣ ଏକ କ୍ରିମ୍ ଭଳି ନହେବା ପର୍ଯ୍ୟନ୍ତ ଏହାକୁ ଫେଣ୍ଟନ୍ତୁ। ବର୍ତ୍ତମାନ ଆପଣଙ୍କର ୧୦୦% ପ୍ରାକୃତିକ କୋଲାଜେନ୍ କ୍ରିମ୍ ପ୍ରସ୍ତୁତ ହୋଇଗଲା।

ବ୍ୟବହାର ଏବଂ ସଂରକ୍ଷଣ କରିବାର ସଠିକ୍ ଉପାୟ

ଏହି କ୍ରିମ୍‌କୁ ଏକ ସଫା କାଚ ଡବାରେ ରଖି ଆପଣ ଫ୍ରିଜ୍‌ରେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବେ। ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇ ପରିଷ୍କାର କରିନିଅନ୍ତୁ। ଏହା ପରେ ଏହି କ୍ରିମ୍‌କୁ ଅଳ୍ପ ମାତ୍ରାରେ ନେଇ ମୁହଁ ଏବଂ ବେକରେ ତଳୁ ଉପର ଆଡ଼କୁ (Upward Motion) ହାଲୁକା ହାତରେ ୨-୩ ମିନିଟ୍ ମସାଜ୍ କରନ୍ତୁ। ଏହାକୁ ରାତିସାରା ଛାଡ଼ିଦିଅନ୍ତୁ ଏବଂ ସକାଳୁ ସାଧାରଣ ପାଣିରେ ମୁହଁ ଧୋଇ ନିଅନ୍ତୁ।

ନିୟମିତ ଭାବେ ଏହାର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ କୋଲାଜେନ୍ ସ୍ତର ବୃଦ୍ଧି ପାଇଥାଏ, ତ୍ୱଚା ଟାଇଟ୍ ହୁଏ ଏବଂ ଚେହେରାରେ ଏକ ପ୍ରାକୃତିକ ଗୋଲାପୀ ଚମକ ଆସିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp