ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ସୀମା ଟପିଲା ବର୍ବରତା। ଆଉ ମରିଗଲା ମଣିଷ ପଣିଆ। ସାମାନ୍ୟ କଥାରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଦୁର୍ବୃତ୍ତ। ଦୋକାନୀଙ୍କ ଜିନିଷପତ୍ର ଫିଙ୍ଗି ଦେଇଥିବା ଅଭିଯୋଗରେ ଯୁବକଙ୍କୁ ଏଭଳି ନିର୍ଯାତନା ଦିଆଯାଇଛି। ଭୁବନେଶ୍ୱର ରେଳଷ୍ଟେସନରେ ଏଭଳି ଅମାନୁଷିକ ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁର ଭରତ ବେହେରା।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡଙ୍ଗାରେ ବୁଲି ସ୍ଥିତି ଅନୁଧ୍ୟାନ କଲେ

ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ଭରତ ଭୁବନେଶ୍ୱର ରେଳଷ୍ଟେସନରେ ଥିବା ଏକ ଦୋକାନକୁ ଯାଇଥିଲେ। କୌଣସି କାରଣକୁ ନେଇ ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ଭରତ ସମ୍ପୃକ୍ତ ଦୋକାନର ଜିନିଷପତ୍ର ଫୋପାଡ଼ି ଦେଇଥିଲେ। ଏତିକିରେ ଦୋକାନୀ ଜଣକ ରାଗିଯାଇ ଭରତଙ୍କୁ ଧକ୍କା ଦେଇଥିଲେ। ଅନ୍ୟ ଦୋକାନୀମାନେ ମିଶି ଭରତଙ୍କ ହାତ ଗୋଡ଼ ବାନ୍ଧି ଦେଇ ଭୟଙ୍କର ମାଡ଼ ମାରିଥିଲେ। ପ୍ଲାଟଫର୍ମରେ ତାଙ୍କୁ ଘୋଷାରି ଅତ୍ୟନ୍ତ ଅମାନୁଷିକ ପ୍ଲାଷ୍ଟିକ ପାଇପରେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଲୋକମାନେ ଦେଖଣାହାରୀ ପାଲଟିଥିଲେ। ଅଧଘଣ୍ଟା ଧରି ମାଡ଼ ମାରିବା ପରେ ଭରତଙ୍କ ହାତଗୋଡ଼ ଖୋଲି ଦେଇଥିଲେ। କିଛି ଲୋକ ଏହି ଆକ୍ରମଣ ସମୟର ଭିଡିଓ କରିଥିଲେ। ସମ୍ପୃକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ଜିଆରପି ପୁଲିସ୍‌‌ କେସ୍‌‌ ନଂ ୧୬୮/୨୬ରେ ବିଏନ୍‌‌ଏସ୍‌‌ର ଦଫା ୧୨୭(୨), ୧୧୫(୨), ୨୯୬(ବି), ୩୫୧(୨) ଓ ୩(୫) ଲଗାଇ ମାମଲା ରୁଜୁ କରିଛି। ନବୀନ କୁମାର ଜେନା, ଜିତେନ୍ଦ୍ର ରାଉତଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ମାନସିକ ଅସୁସ୍ଥ ଭରତଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ତାଙ୍କୁ ବାନ୍ଧି ମାଡ଼ ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ମାନବିକତା ଓ ସାମାଜିକ ସମ୍ବେଦନଶୀଳତା ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

21 Aug 2026 By Madhusudan Das

ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁଣି ସୀମା ଟପିଲା ବର୍ବରତା। ଆଉ ମରିଗଲା ମଣିଷ ପଣିଆ। ସାମାନ୍ୟ କଥାରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଦୁର୍ବୃତ୍ତ। ଦୋକାନୀଙ୍କ ଜିନିଷପତ୍ର ଫିଙ୍ଗି ଦେଇଥିବା ଅଭିଯୋଗରେ ଯୁବକଙ୍କୁ ଏଭଳି ନିର୍ଯାତନା ଦିଆଯାଇଛି। ଭୁବନେଶ୍ୱର ରେଳଷ୍ଟେସନରେ ଏଭଳି ଅମାନୁଷିକ ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁର ଭରତ ବେହେରା।

ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ଭରତ ଭୁବନେଶ୍ୱର ରେଳଷ୍ଟେସନରେ ଥିବା ଏକ ଦୋକାନକୁ ଯାଇଥିଲେ। କୌଣସି କାରଣକୁ ନେଇ ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ଭରତ ସମ୍ପୃକ୍ତ ଦୋକାନର ଜିନିଷପତ୍ର ଫୋପାଡ଼ି ଦେଇଥିଲେ। ଏତିକିରେ ଦୋକାନୀ ଜଣକ ରାଗିଯାଇ ଭରତଙ୍କୁ ଧକ୍କା ଦେଇଥିଲେ। ଅନ୍ୟ ଦୋକାନୀମାନେ ମିଶି ଭରତଙ୍କ ହାତ ଗୋଡ଼ ବାନ୍ଧି ଦେଇ ଭୟଙ୍କର ମାଡ଼ ମାରିଥିଲେ। ପ୍ଲାଟଫର୍ମରେ ତାଙ୍କୁ ଘୋଷାରି ଅତ୍ୟନ୍ତ ଅମାନୁଷିକ ପ୍ଲାଷ୍ଟିକ ପାଇପରେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଲୋକମାନେ ଦେଖଣାହାରୀ ପାଲଟିଥିଲେ। ଅଧଘଣ୍ଟା ଧରି ମାଡ଼ ମାରିବା ପରେ ଭରତଙ୍କ ହାତଗୋଡ଼ ଖୋଲି ଦେଇଥିଲେ। କିଛି ଲୋକ ଏହି ଆକ୍ରମଣ ସମୟର ଭିଡିଓ କରିଥିଲେ। ସମ୍ପୃକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ଜିଆରପି ପୁଲିସ୍‌‌ କେସ୍‌‌ ନଂ ୧୬୮/୨୬ରେ ବିଏନ୍‌‌ଏସ୍‌‌ର ଦଫା ୧୨୭(୨), ୧୧୫(୨), ୨୯୬(ବି), ୩୫୧(୨) ଓ ୩(୫) ଲଗାଇ ମାମଲା ରୁଜୁ କରିଛି। ନବୀନ କୁମାର ଜେନା, ଜିତେନ୍ଦ୍ର ରାଉତଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ମାନସିକ ଅସୁସ୍ଥ ଭରତଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ତାଙ୍କୁ ବାନ୍ଧି ମାଡ଼ ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ମାନବିକତା ଓ ସାମାଜିକ ସମ୍ବେଦନଶୀଳତା ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର