ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ; ୨୭ରେ ଘରେ ରକ୍ଷାବନ୍ଧନ, ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି

Madhusudan Das Picture
Published On

ପୁରୀ: ଶ୍ରାବଣ ମାସ ପୂର୍ଣ୍ଣିମାକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ଦିନ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ସହ ଶ୍ରୀମନ୍ଦିରରେ ବିଭିନ୍ନ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଏହାସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ। ଚଳିତ ବର୍ଷ ପୂର୍ଣ୍ଣିମା ଦୁଇଦିନ ପଡୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଶ୍ରୀମନ୍ଦିରରେ ଅଗଷ୍ଟ ୨୮ ତାରିଖରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି, ମହାପ୍ରଭୁଙ୍କ ରକ୍ଷାବନ୍ଧନ ଓ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ। ତେବେ ସାଧାରଣ ଲୋକଙ୍କ ପାଇଁ ରକ୍ଷାବନ୍ଧନ ପାଳନ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ରଙ୍କ ମତରେ, ଶ୍ରୀମନ୍ଦିରରେ ଉଦୟକାଳୀନ ବିଧି ଓ ସାଧାରଣ ମନୁଷ୍ୟଙ୍କ କ୍ଷେତ୍ରରେ କର୍ମକାଳୀନ ବିଧି ପ୍ରଚଳିତ। ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ୯ଟା ୮ ମିନିଟ୍‌‌ ପରେ ପୂର୍ଣ୍ଣିମା ପ୍ରବେଶ କରୁଥିବାରୁ ସେହିଦିନ ଘରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇପାରିବ। 

ଆହୁରି ପଢ଼ନ୍ତୁ: ଫ୍ଲାଇଟ୍ ବାତିଲକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା, ଭାଙ୍ଗିଦେଲେ କମ୍ପ୍ୟୁଟର ଓ ସ୍କାନର

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ମଧ୍ୟ କହିଛନ୍ତି ଯେ, ୨୭ ତାରିଖ ସକାଳ ୯ଟା ୭ ମିନିଟ୍‌‌ ପରେ ପୂର୍ଣ୍ଣିମା ଆରମ୍ଭ ହେଉଛି। ରକ୍ଷାବନ୍ଧନ ମଧ୍ୟାହ୍ନକାଳୀନ ପର୍ବ ହୋଇଥିବାରୁ ସାଧାରଣ ଲୋକେ ୨୭ ତାରିଖରେ ହିଁ ରାକ୍ଷୀ ବାନ୍ଧିବା ଉଚିତ୍‌‌। ଅନ୍ୟପକ୍ଷରେ ୨୮ ତାରିଖ ସୂର୍ଯ୍ୟୋଦୟ ପରେ ମଧ୍ୟ ପୂର୍ଣ୍ଣିମା ତିଥି ରହୁଥିବାରୁ ଶ୍ରୀମନ୍ଦିରରେ ସେହିଦିନ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ ହେବ। ତେଣୁ ଶ୍ରୀମନ୍ଦିରର ନୀତି ଓ ସାଧାରଣ ଲୋକଙ୍କ ପର୍ବ ପାଳନର ବିଧି ଭିନ୍ନ ହୋଇଥିବାରୁ ଜନସାଧାରଣ କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ଅଗଷ୍ଟ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ ବୋଲି ପାଞ୍ଜି ସମୀକ୍ଷକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବନ୍ୟା ସ୍ଥିତି: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

21 Aug 2026 By Madhusudan Das

ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ; ୨୭ରେ ଘରେ ରକ୍ଷାବନ୍ଧନ, ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି

ପୁରୀ: ଶ୍ରାବଣ ମାସ ପୂର୍ଣ୍ଣିମାକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ଦିନ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ସହ ଶ୍ରୀମନ୍ଦିରରେ ବିଭିନ୍ନ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଏହାସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ। ଚଳିତ ବର୍ଷ ପୂର୍ଣ୍ଣିମା ଦୁଇଦିନ ପଡୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଶ୍ରୀମନ୍ଦିରରେ ଅଗଷ୍ଟ ୨୮ ତାରିଖରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି, ମହାପ୍ରଭୁଙ୍କ ରକ୍ଷାବନ୍ଧନ ଓ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ। ତେବେ ସାଧାରଣ ଲୋକଙ୍କ ପାଇଁ ରକ୍ଷାବନ୍ଧନ ପାଳନ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ରଙ୍କ ମତରେ, ଶ୍ରୀମନ୍ଦିରରେ ଉଦୟକାଳୀନ ବିଧି ଓ ସାଧାରଣ ମନୁଷ୍ୟଙ୍କ କ୍ଷେତ୍ରରେ କର୍ମକାଳୀନ ବିଧି ପ୍ରଚଳିତ। ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ୯ଟା ୮ ମିନିଟ୍‌‌ ପରେ ପୂର୍ଣ୍ଣିମା ପ୍ରବେଶ କରୁଥିବାରୁ ସେହିଦିନ ଘରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇପାରିବ। 

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ମଧ୍ୟ କହିଛନ୍ତି ଯେ, ୨୭ ତାରିଖ ସକାଳ ୯ଟା ୭ ମିନିଟ୍‌‌ ପରେ ପୂର୍ଣ୍ଣିମା ଆରମ୍ଭ ହେଉଛି। ରକ୍ଷାବନ୍ଧନ ମଧ୍ୟାହ୍ନକାଳୀନ ପର୍ବ ହୋଇଥିବାରୁ ସାଧାରଣ ଲୋକେ ୨୭ ତାରିଖରେ ହିଁ ରାକ୍ଷୀ ବାନ୍ଧିବା ଉଚିତ୍‌‌। ଅନ୍ୟପକ୍ଷରେ ୨୮ ତାରିଖ ସୂର୍ଯ୍ୟୋଦୟ ପରେ ମଧ୍ୟ ପୂର୍ଣ୍ଣିମା ତିଥି ରହୁଥିବାରୁ ଶ୍ରୀମନ୍ଦିରରେ ସେହିଦିନ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ ହେବ। ତେଣୁ ଶ୍ରୀମନ୍ଦିରର ନୀତି ଓ ସାଧାରଣ ଲୋକଙ୍କ ପର୍ବ ପାଳନର ବିଧି ଭିନ୍ନ ହୋଇଥିବାରୁ ଜନସାଧାରଣ କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ଅଗଷ୍ଟ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ ବୋଲି ପାଞ୍ଜି ସମୀକ୍ଷକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର