ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

Madhusudan Das Picture
Published On

ବୀରମହାରାଜପୁର: ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ବରିଷ୍ଠ ନାଗରିକ ଦିବସ ପାଳନ କରିବାର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ମଞ୍ଚାସୀନ ହୋଇ ବାର୍ତ୍ତା ପ୍ରଦାନ କରିଥିଲେ। 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ,ଧନୁ ପ୍ରଧାନ ଓ ଭୀମସେନ ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୋଲିସ୍ ପ୍ରଶାସନ ତରଫରୁ ୩୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରା ଯାଇଥିଲା।ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ସମେତ ଆରକ୍ଷୀ ବାହିନୀ ସହଯୋଗ କରିଥିଲେ। ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ଦ୍ବାରା ଅନୁଷ୍ଠାନ କୁ ପ୍ରଦତ୍ତ ଏଆର୍ କଣ୍ଡିସନର୍ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ଶତପଥୀ ଙ୍କ ରଚିତ ମୋ ବନ୍ଦୀ ଜୀବନ ପୁସ୍ତକ କୁ ତାଙ୍କ ପୁତ୍ର ପ୍ରଶାନ୍ତ ଶତପଥୀ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସଂପାଦକ ଡ଼ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ନିମାଇଁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା,ଚମରା ମହାକୁର,ସୁରୁ ସାହୁ, ଶ୍ୟାମସୁନ୍ଦର ସେଠି, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଜୀତେନ୍ଦ୍ର ପ୍ରଧାନ, ବଳରାମ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର