ପୋଖରୀରୁ ମାଛ ଧରିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଏକାଧିକ ଆହତ

Madhusudan Das Picture
Published On

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ମାଛ ଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ମାରପିଟରେ ୭ ଜଣ ଆହତ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଏକ ଚାଳ ଛପର ଘରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଘରକୁ ଫେରୁଥିବାବେଳେ କେନାଲରେ ପଡି ବାଇକ ଚାଳକ ମୃତ

ମିଳିଥିବା ସୂଚନା ଅନୁଯାୟୀ, ସୂଚନା ଅନୁସାରେ ଉତ୍ତରଣ ମଠ ସାହି ଗାଁ ପୋଖରୀର ବ୍ୟବହାରକୁ ନେଇ ଦୀର୍ଘ ଦିନ ହେଲା ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା । ପ୍ରଥମେ କଥା କଟାକଟି ହୋଇଥିଲା । ମାଛ ଧରିବାକୁ ନେଇ ଦୁଇ ଗୋଷ୍ଠୀର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଉଭୟ ପକ୍ଷରୁ ପରସ୍ପର ଉପରକୁ ପଥରମାଡ଼ କରାଯାଇଥିଲା। ଏହି ସଂଘର୍ଷରେ ପ୍ରାୟ ୭ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ସଂଘର୍ଷ ସମୟରେ ଦୁର୍ବୃତ୍ତମାନେ ଏକ ଚାଳ ଛପର ଘରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଖବର ପାଇ ଚନ୍ଦନପୁର ଥାନା ଅଧିକାରୀ (IIC) ଏବଂ ଉପଖଣ୍ଡ ପୋଲିସ ଅଧିକାରୀ (SDPO) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। 

ଆହୁରି ପଢ଼ନ୍ତୁ: ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର