ମନୋରଞ୍ଜନ
ଓଡ଼ିଶା
ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (CCEA) ବୁଧବାର ଦିନ ଦେଶର ୪ଟି ପ୍ରମୁଖ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶେଷ କରି ଏହି ଅନୁମୋଦନ ଦ୍ୱାରା ଓଡ଼ିଶାର ରେଳ ଭିତ୍ତିଭୂମି ଅଧିକ ସୁଦୃଢ଼ ହେବାକୁ ଯାଉଛି।
ମୋଟ ୪ଟି ପ୍ରକଳ୍ପ ମଧ୍ୟରୁ ୩ଟି ପ୍ରକଳ୍ପ ଓଡ଼ିଶା ସହ ସିଧାସଳଖ ଜଡ଼ିତ ରହିଛି। ସେଗୁଡ଼ିକ ହେଲା ୭୫ କିଲୋମିଟର ଦୀର୍ଘ ବିଶିଷ୍ଟ ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍, ୭୨ କିଲୋମିଟର ଦୀର୍ଘ ବିଶିଷ୍ଟ କଟକ-ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍ ଏବଂ ଓଡ଼ିଶା-ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୧୭୩ କିଲୋମିଟର ଦୀର୍ଘ ଖଡ଼ଗପୁର-ଭଦ୍ରକ (ରଣିତାଲ୍) ଚତୁର୍ଥ ଲାଇନ୍। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବ୍ୟାପିଥିବା ବେଳେ ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୪୧୦ କିଲୋମିଟର ନୂତନ ଲାଇନ୍ ଯୋଡ଼ିବ।
ଏହି ସମସ୍ତ ପ୍ରକଳ୍ପଗୁଡ଼ିକୁ ପିଏମ୍ ଗତି ଶକ୍ତି ନ୍ୟାସନାଲ୍ ମାଷ୍ଟର ପ୍ଲାନ୍ ଅଧୀନରେ ଯୋଜନାବଦ୍ଧ କରାଯାଇଛି। କଟକ-ପାରାଦୀପ କରିଡର ପାରାଦୀପ ଅଞ୍ଚଳରୁ ବାଣିଜ୍ୟିକ ସାମଗ୍ରୀ ପରିବହନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଭଦ୍ରକ-ହରିଦାସପୁର ସେକ୍ସନ ରାଜ୍ୟର ଏକ ପ୍ରମୁଖ ରେଳ ମାର୍ଗର କ୍ଷମତାକୁ ବହୁଗୁଣିତ କରିବ। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ବାର୍ଷିକ ଅତିରିକ୍ତ ୭୬ ନିୟୁତ ଟନ୍ (MTPA) ମାଲବାହୀ ଟ୍ରାଫିକ୍ ପରିବହନ ସମ୍ଭବ ହେବ। ଏହାଦ୍ୱାରା କୋଇଲା, ଲୁହାପଥର, ସିମେଣ୍ଟ, ଇସ୍ପାତ ଏବଂ ଖାଦ୍ୟଶସ୍ୟ ପରିବହନ ଅଧିକ ସୁଗମ ହୋଇପାରିବ।
ଏହି ସମ୍ପ୍ରସାରଣ ଦ୍ୱାରା ୪ଟି ରାଜ୍ୟର ୮ଟି ଜିଲ୍ଲାର ପ୍ରାୟ ୬,୪୪୮ଟି ଗ୍ରାମ ଏବଂ ପାଖାପାଖି ୬୦ ଲକ୍ଷ ଜନସାଧାରଣ ଉପକୃତ ହେବେ। ଏହାବ୍ୟତୀତ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳ ଯଥା- ଭିତରକନିକା ଜାତୀୟ ଉଦ୍ୟାନ, ମାଆ ଭଦ୍ରକାଳୀ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଚାନ୍ଦିପୁର ବେଳାଭୂମି, ସାରଳା ମନ୍ଦିର ଓ ଧବଳେଶ୍ୱର ମନ୍ଦିର ଆଦି ସ୍ଥାନକୁ ରେଳ ଯୋଗାଯୋଗ ବ୍ୟବସ୍ଥା ଅଧିକ ଉନ୍ନତ ହେବ।