ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାଣୀବିହାରରେ ଉତ୍ତେଜନା: ଏବିଭିପି-ବିଜେପି ଯୁବମୋର୍ଚ୍ଚା ପିଟାପିଟି; ଉଭୟ ଗୋଷ୍ଠୀର ଥାନା ଘେରାଉ ….

The Sakala Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ଆଜି ବିଜେପି ଯୁବମୋର୍ଚ୍ଚା ଏବଂ ଏବିଭିପି ନେତାମାନଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ମାରପିଟ୍‌ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେପିର ଏହି ଦୁଇ ଛାତ୍ର ଓ ଯୁବ ମୋର୍ଚ୍ଚା ନେତାଙ୍କ ଏଭଳି ଗୋଷ୍ଠୀ ଗନ୍ଦଳ ପରିସ୍ଥିତିକୁ ଅଶାନ୍ତ କରିଦେଇଛି। ଊଭୟ ଗୋଷ୍ଠୀ ଥାନାର ଦ୍ବାରସ୍ଥ ହେବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ କ୍ୟାମ୍ପସ ମଧ୍ୟକୁ ଏକାଧିକ […]

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ଆଜି ବିଜେପି ଯୁବମୋର୍ଚ୍ଚା ଏବଂ ଏବିଭିପି ନେତାମାନଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ମାରପିଟ୍‌ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେପିର ଏହି ଦୁଇ ଛାତ୍ର ଓ ଯୁବ ମୋର୍ଚ୍ଚା ନେତାଙ୍କ ଏଭଳି ଗୋଷ୍ଠୀ ଗନ୍ଦଳ ପରିସ୍ଥିତିକୁ ଅଶାନ୍ତ କରିଦେଇଛି। ଊଭୟ ଗୋଷ୍ଠୀ ଥାନାର ଦ୍ବାରସ୍ଥ ହେବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ନିର୍ବାଚନ ପୂର୍ବରୁ କ୍ୟାମ୍ପସ ମଧ୍ୟକୁ ଏକାଧିକ ଅଣଛାତ୍ର ଏବଂ ଅପରାଧୀ ପଶି ଆସିଛନ୍ତି। ଏପରିକି ସେମାନେ ହଷ୍ଟେଲ ଭିତରେ ରୁମ୍‌ କବ୍‌ଜା କରି ରହିଛନ୍ତି। ତେଣୁ ସେମାନଙ୍କୁ କ୍ୟାମ୍ପସ ଭିତରୁ ବିଦା କରିବା ପାଇଁ ହେମନ୍ତ ହାଁସଦା ଏବଂ ରାଜକୁମାର ପରିଡ଼ାଙ୍କ ନେତୃତ୍ୱରେ ଏକାଧିକ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ଆଜି ଦିନରେ ଭିସିଙ୍କୁ ଭେଟି ଦାବିପତ୍ର ଦେଇଥିଲେ। କିନ୍ତୁ ଏବିଭିପିର କିଛି ନେତା ସେଠାରେ ପହଞ୍ଚି ଏହାର ବିରୋଧ କରିଥିଲେ। ଏବିଭିପି ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ବାସୁଦେବ ପାଣିଗ୍ରାହୀ କହିଥିଲେ ଯେ ବାଣୀବିହାରରେ କେହି ଅଣଛାତ୍ର କି ଅପରାଧୀ ନୁହନ୍ତି। ଏଠାରେ ପରିସ୍ଥିତିକୁ ଅଶାନ୍ତ କରିବା ଲାଗି ଅମୂଳକ ଅଭିଯୋଗ କରାଯାଉଛି। ଏହାକୁ ନେଇ ଏବିଭିପି ଓ ଯୁବ ମୋର୍ଚ୍ଚା ନେତା ମୁହାଁମୁହିଁ ହୋଇଥିଲେ। ତେବେ କୁଳପତି (ଭିସି) ସେମାନଙ୍କୁ ବୁଝାସୁଝା କରି ବିଦା କରିଥିଲେ। ହେଲେ ଆଜି ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ଲାଠି ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାସୁଦେବ ପାଣିଗ୍ରାହୀ ଏବଂ ଅନ୍ୟ ପଟରୁ ଆଉ ଜଣେ ଛାତ୍ର ଆହତ ହୋଇଥିଲେ। ବାସୁଦେବ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜକୁମାର ପରିଡ଼ା କିଛି ଦିନ ହେବ ହତ୍ୟା ଧମକ ଦେଇ ଆସୁଛନ୍ତି। ଏପରିକି ତାଙ୍କ କଥା ନମାନିଲେ କ୍ୟାମ୍ପସରୁ ବିଦା କରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ସେମାନେ ଆଜି ଆକ୍ରମଣ କରିଥିବା କହିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କ ଗୋଷ୍ଠୀକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସହିଦ ନଗର ଥାନା ଘେରାଉ କରିଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ବୁଝାସୁଝା କରି ପଠାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ କିନ୍ତୁ ଜିଦରେ ଅଟଳ ରହିଥିଲେ। ପୁଲିସ କହିଛି ଯେ ଉଭୟ ଗୋଟିଏ ଦଳର ବୋଲି କହୁଛନ୍ତି। କିଏ ଅସଲି କିଏ ନକଲି ତାହା ତଦନ୍ତ କଲେ ଜଣାପଡ଼ିବ। ଭିସିଙ୍କୁ ଦାବିପତ୍ର ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଯାହା ସନ୍ଧ୍ୟାରେ ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ପୁଲିସ ତଦନ୍ତ କରୁଛି। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

06 Aug 2025 By The Sakala

ବାଣୀବିହାରରେ ଉତ୍ତେଜନା: ଏବିଭିପି-ବିଜେପି ଯୁବମୋର୍ଚ୍ଚା ପିଟାପିଟି; ଉଭୟ ଗୋଷ୍ଠୀର ଥାନା ଘେରାଉ ….

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ଆଜି ବିଜେପି ଯୁବମୋର୍ଚ୍ଚା ଏବଂ ଏବିଭିପି ନେତାମାନଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ମାରପିଟ୍‌ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେପିର ଏହି ଦୁଇ ଛାତ୍ର ଓ ଯୁବ ମୋର୍ଚ୍ଚା ନେତାଙ୍କ ଏଭଳି ଗୋଷ୍ଠୀ ଗନ୍ଦଳ ପରିସ୍ଥିତିକୁ ଅଶାନ୍ତ କରିଦେଇଛି। ଊଭୟ ଗୋଷ୍ଠୀ ଥାନାର ଦ୍ବାରସ୍ଥ ହେବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।

ନିର୍ବାଚନ ପୂର୍ବରୁ କ୍ୟାମ୍ପସ ମଧ୍ୟକୁ ଏକାଧିକ ଅଣଛାତ୍ର ଏବଂ ଅପରାଧୀ ପଶି ଆସିଛନ୍ତି। ଏପରିକି ସେମାନେ ହଷ୍ଟେଲ ଭିତରେ ରୁମ୍‌ କବ୍‌ଜା କରି ରହିଛନ୍ତି। ତେଣୁ ସେମାନଙ୍କୁ କ୍ୟାମ୍ପସ ଭିତରୁ ବିଦା କରିବା ପାଇଁ ହେମନ୍ତ ହାଁସଦା ଏବଂ ରାଜକୁମାର ପରିଡ଼ାଙ୍କ ନେତୃତ୍ୱରେ ଏକାଧିକ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ଆଜି ଦିନରେ ଭିସିଙ୍କୁ ଭେଟି ଦାବିପତ୍ର ଦେଇଥିଲେ। କିନ୍ତୁ ଏବିଭିପିର କିଛି ନେତା ସେଠାରେ ପହଞ୍ଚି ଏହାର ବିରୋଧ କରିଥିଲେ। ଏବିଭିପି ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ବାସୁଦେବ ପାଣିଗ୍ରାହୀ କହିଥିଲେ ଯେ ବାଣୀବିହାରରେ କେହି ଅଣଛାତ୍ର କି ଅପରାଧୀ ନୁହନ୍ତି। ଏଠାରେ ପରିସ୍ଥିତିକୁ ଅଶାନ୍ତ କରିବା ଲାଗି ଅମୂଳକ ଅଭିଯୋଗ କରାଯାଉଛି। ଏହାକୁ ନେଇ ଏବିଭିପି ଓ ଯୁବ ମୋର୍ଚ୍ଚା ନେତା ମୁହାଁମୁହିଁ ହୋଇଥିଲେ। ତେବେ କୁଳପତି (ଭିସି) ସେମାନଙ୍କୁ ବୁଝାସୁଝା କରି ବିଦା କରିଥିଲେ। ହେଲେ ଆଜି ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ଲାଠି ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାସୁଦେବ ପାଣିଗ୍ରାହୀ ଏବଂ ଅନ୍ୟ ପଟରୁ ଆଉ ଜଣେ ଛାତ୍ର ଆହତ ହୋଇଥିଲେ। ବାସୁଦେବ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜକୁମାର ପରିଡ଼ା କିଛି ଦିନ ହେବ ହତ୍ୟା ଧମକ ଦେଇ ଆସୁଛନ୍ତି। ଏପରିକି ତାଙ୍କ କଥା ନମାନିଲେ କ୍ୟାମ୍ପସରୁ ବିଦା କରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ସେମାନେ ଆଜି ଆକ୍ରମଣ କରିଥିବା କହିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କ ଗୋଷ୍ଠୀକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସହିଦ ନଗର ଥାନା ଘେରାଉ କରିଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ବୁଝାସୁଝା କରି ପଠାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ କିନ୍ତୁ ଜିଦରେ ଅଟଳ ରହିଥିଲେ। ପୁଲିସ କହିଛି ଯେ ଉଭୟ ଗୋଟିଏ ଦଳର ବୋଲି କହୁଛନ୍ତି। କିଏ ଅସଲି କିଏ ନକଲି ତାହା ତଦନ୍ତ କଲେ ଜଣାପଡ଼ିବ। ଭିସିଙ୍କୁ ଦାବିପତ୍ର ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଯାହା ସନ୍ଧ୍ୟାରେ ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ପୁଲିସ ତଦନ୍ତ କରୁଛି। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର