ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

Madhusudan Das Picture
Published On

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟକୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗଣ ବନ୍ଦ ପରେ ଚିନ୍ତାରେ ମାଲିକ । ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନକରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲା ଓଡ଼ିଶା ରେଷ୍ଟୁରାଣ୍ଟ ଓ ହୋଟେଲ ସଂଘ ହାରୋ। ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି ।  ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।  ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକର ଦୈନନ୍ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ LPG ସିଲିଣ୍ଡର ଉପରେ ନିର୍ଭର କରେ। ମାତ୍ର ହଠାତ୍ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କିମ୍ବା କମିଯିବାରୁ ହୋଟେଲରେ ଖାଦ୍ୟ ପ୍ରସ୍ତୁତି ଓ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ପରିସ୍ଥିତି ଜାରି ରହିଲେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡ଼ିପାରେ, ବୁକିଂ ବାତିଲ ହେବାର ସମ୍ଭାବନା ରହିଛି। ଖାଲି ହୋଟେଲ ଇଣ୍ଡଷ୍ଟ୍ରି ନୁହେଁ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହା କ୍ଷତିଗ୍ରସ୍ତ କରିବ। ଜରୁରୀ ଭାବରେ ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣକୁ ପୁନରାରମ୍ଭ କରିବାକୁ ଓ ଏହାକୁ ସୁଚାରୁ ଭାବେ ଚାଲୁ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା। ଓଡ଼ିଶାରେ ୫୦ ହଜାର ଲୋକ ହୋଟେଲ ଶିଳ୍ପରେ କାମ କରୁଛନ୍ତି। ହୋଟେଲ ବନ୍ଦ ହେଲେ ସେମାନେ ବେକାର ହେବେ। ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କୁ ଉଦେଶ୍ୟରେ ମେମୋରାଣ୍ଡମ ଦେଇଛି ହାରୋ। 

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

10 Mar 2026 By Madhusudan Das

ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟକୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗଣ ବନ୍ଦ ପରେ ଚିନ୍ତାରେ ମାଲିକ । ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନକରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲା ଓଡ଼ିଶା ରେଷ୍ଟୁରାଣ୍ଟ ଓ ହୋଟେଲ ସଂଘ ହାରୋ। ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି ।  ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।  ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।

ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକର ଦୈନନ୍ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ LPG ସିଲିଣ୍ଡର ଉପରେ ନିର୍ଭର କରେ। ମାତ୍ର ହଠାତ୍ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କିମ୍ବା କମିଯିବାରୁ ହୋଟେଲରେ ଖାଦ୍ୟ ପ୍ରସ୍ତୁତି ଓ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ପରିସ୍ଥିତି ଜାରି ରହିଲେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡ଼ିପାରେ, ବୁକିଂ ବାତିଲ ହେବାର ସମ୍ଭାବନା ରହିଛି। ଖାଲି ହୋଟେଲ ଇଣ୍ଡଷ୍ଟ୍ରି ନୁହେଁ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହା କ୍ଷତିଗ୍ରସ୍ତ କରିବ। ଜରୁରୀ ଭାବରେ ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣକୁ ପୁନରାରମ୍ଭ କରିବାକୁ ଓ ଏହାକୁ ସୁଚାରୁ ଭାବେ ଚାଲୁ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା। ଓଡ଼ିଶାରେ ୫୦ ହଜାର ଲୋକ ହୋଟେଲ ଶିଳ୍ପରେ କାମ କରୁଛନ୍ତି। ହୋଟେଲ ବନ୍ଦ ହେଲେ ସେମାନେ ବେକାର ହେବେ। ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କୁ ଉଦେଶ୍ୟରେ ମେମୋରାଣ୍ଡମ ଦେଇଛି ହାରୋ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର