ଝାରପଡା ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ, ଚିହ୍ନଟ ହେଲେଣୀ ୮ଜଣ ରୋଗୀ !

Madhusudan Das Picture
Published On

ଭୁବନେଶ୍ୱର: ଝାରପଡା ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। HIV ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି HIV ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ରାଜଧାନୀର ଏକ କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଶିକ୍ଷକ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଛି। ଅଭିଯୁକ୍ତର ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଭୁବନେଶ୍ୱର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁସାରେ, ଜଣେ ୧୭ ବର୍ଷୀୟା ନାବାଳିକା ରାଜଧାନୀର ଏକ କୋଚିଂ ସେଣ୍ଟରରେ ପଢ଼ୁଥିବା ବେଳେ ଅଭିଯୁକ୍ତ ଜଣକ ସେଠାରେ ଶିକ୍ଷକତା କରୁଥିଲେ। ପାଠ ପଢ଼ିବା ସମୟରେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ସ୍ଥାନକୁ ନେଇଥିଲେ। ସେଠାରେ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ବ୍ଲାକମେଲିଂ କରି ସମ୍ପୃକ୍ତ ନାବାଳିକା ସହ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଓ ମାନସିକ ନିର୍ଯାତନା ଦେଇଥିଲେ । ଅତ୍ୟାଚାର ଅସହ୍ୟ ହେବାରୁ ନାବାଳିକା ଜଣକ ମହିଳା ଥାନାରେ ଲିଖିତ ଏତଲା ଦେଇଥିଲେ। କିଛିଦିନ ପୂର୍ବେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିଲା।  ତେବେ ପୋକ୍ସୋ ମାମଲାର ଅଭିଯୁକ୍ତ ହୋଇଥିବାରୁ ଜେଲ୍‌ ପକ୍ଷରୁ ଅଭିଯୁକ୍ତର ଏଚ୍‌ଆଇଭି ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଜଣକ ଏଚ୍‌ଆଇଭି ପଜିଟିଭ୍‌ ସଂକ୍ରମିତ ବୋଲି ଜଣା ପଡ଼ିଥିଲା। ଏଚ୍‌ଆଇଭି ପଜିଟିଭ୍‌ ଅଭିଯୁକ୍ତ ଜଣଙ୍କ କୋଚିଂ ସେଣ୍ଟରରେ ଚାକିରି କରୁଥିବାରୁ ଅନେକ କଥା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର