ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୨ ତାରିଖରୁ ପୁଣି ବଢିପାରେ ବର୍ଷା

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଦେଶରୁ ମୌସୁମୀ ଅପସାରଣ ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ରହୁଥିବାରୁ ଯେକୌଣସି ଦିନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଅନ୍ୟପକ୍ଷରେ ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଲଘୁଚାପର ପ୍ରଭାବ । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ […]

ଭୁବନେଶ୍ୱର: ବର୍ତ୍ତମାନ ଦେଶରୁ ମୌସୁମୀ ଅପସାରଣ ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ରହୁଥିବାରୁ ଯେକୌଣସି ଦିନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଅନ୍ୟପକ୍ଷରେ ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଲଘୁଚାପର ପ୍ରଭାବ । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେଉଥିବାରୁ ସମ୍ଭାବ୍ୟ ଲଘୁଚାପ ଉପରେ ପାଣିପାଗ ବିଜ୍ଞାନୀମାନ ତୀକ୍ଷ୍ଣ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ ତାରିଖ ଦିନ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

୨୩ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ପ୍ରବଳ ବର୍ଷା ନେଇ ୧୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୩୦ ରୁ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ବାୟୁମଣ୍ଡଳରେ ୬୦ ରୁ ୭୦ ପ୍ରତିଶତ ଆଦ୍ରତା ରହିଥିଲା । ଫଳରେ କିଛି ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୁତ ହୋଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର