ଆଗକୁ ଆସୁଛି ବଡ଼ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଗତ ୪ ତାରିଖରେ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ବର୍ଷା ଦ୍ୱାରା ଜୁନ୍‍ ମାସରେ ହୋଇଥିବା ନିଅଣ୍ଟିଆ ଭରଣା ହେବା ସହ ଚାଷ କାର୍ଯ୍ୟ ଆଗକୁ ବଢ଼଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ଭବତଃ ୧୦ ତାରିଖରୁ ୧୨ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବ […]

ଭୁବନେଶ୍ୱର : ଗତ ୪ ତାରିଖରେ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ବର୍ଷା ଦ୍ୱାରା ଜୁନ୍‍ ମାସରେ ହୋଇଥିବା ନିଅଣ୍ଟିଆ ଭରଣା ହେବା ସହ ଚାଷ କାର୍ଯ୍ୟ ଆଗକୁ ବଢ଼଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ଭବତଃ ୧୦ ତାରିଖରୁ ୧୨ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବ ଓ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ଅବପାତରେ ପରିଣତ ହୁଏ ତେବେ ୨-୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବର୍ତ୍ତମାନ ଯେଉଁ ପରିମାଣରେ ନିଅଣ୍ଟିଆ ସ୍ଥିତି ରହିଛି ତାହା ଭରଣା ହୋଇଯାଇପାରେ।

ଆହୁରି ପଢ଼ନ୍ତୁ: ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ସୁଦ୍ଧା ରାଜ୍ୟରେ ୨୦୬.୩ ମିମି ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ପରିମାଣ ୨୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇ ସାରିଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୩୬ ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ସୋନପୁରରେ ୮୩, ଯାଜପୁରରେ ୬୨, ଖୋର୍ଦ୍ଧାରେ ୫୪, ଢେଙ୍କାନାଳରେ ୪୩, କଟକ ୪୪ ଓ ଝାରସୁଗୁଡ଼ାରେ ୩୨ ମିମି ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ଗ୍ରୀଷ୍ମ ଋତୁରେ ୨୩,୦୦୦ ଲୋକଙ୍କ ପାଇଁ ଗୋଷ୍ଠୀ ଜଳ ଯୋଗାଣକୁ ସମ୍ପ୍ରସାରିତ କରିଛି ବେଦାନ୍ତ ଆଲୁମିନିୟମ

07 Jul 2022 By The Sakala

ଆଗକୁ ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର : ଗତ ୪ ତାରିଖରେ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ବର୍ଷା ଦ୍ୱାରା ଜୁନ୍‍ ମାସରେ ହୋଇଥିବା ନିଅଣ୍ଟିଆ ଭରଣା ହେବା ସହ ଚାଷ କାର୍ଯ୍ୟ ଆଗକୁ ବଢ଼଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ଭବତଃ ୧୦ ତାରିଖରୁ ୧୨ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବ ଓ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ଅବପାତରେ ପରିଣତ ହୁଏ ତେବେ ୨-୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବର୍ତ୍ତମାନ ଯେଉଁ ପରିମାଣରେ ନିଅଣ୍ଟିଆ ସ୍ଥିତି ରହିଛି ତାହା ଭରଣା ହୋଇଯାଇପାରେ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ସୁଦ୍ଧା ରାଜ୍ୟରେ ୨୦୬.୩ ମିମି ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ପରିମାଣ ୨୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇ ସାରିଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୩୬ ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ସୋନପୁରରେ ୮୩, ଯାଜପୁରରେ ୬୨, ଖୋର୍ଦ୍ଧାରେ ୫୪, ଢେଙ୍କାନାଳରେ ୪୩, କଟକ ୪୪ ଓ ଝାରସୁଗୁଡ଼ାରେ ୩୨ ମିମି ବର୍ଷା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର