ଅସହ୍ୟ ଗୁଳୁଗୁଳିରେ ସିଝୁଛି ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ବାୟୁ ମଣ୍ଡଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ଗୁଳୁଗୁଳି ହେଉଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବିଶେଷ ଅଧିକ ରହୁନାହିଁ। ମାତ୍ର ଆର୍ଦ୍ରତା ଅଧିକ ଯୋଗୁଁ ରହୁଥିବା ତାପମାତ୍ରାଠାରୁ ୨-୩ ଡିଗ୍ରୀ ଅଧିକ ଭଳି ସ୍ଥିତି ଅନୁଭୂତ ହେଉଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ସକାଳ ୯ ଟା ପରଠାରୁ ରାଜଧାନୀ ଭୁବନେଶ୍ୱର ସହରରେ ଆର୍ଦ୍ରତା କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ, ଗୁଳୁଗୁଳି ଅଧିକ ଅନୁଭୂତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା […]

ଭୁବନେଶ୍ୱର: ବାୟୁ ମଣ୍ଡଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ଗୁଳୁଗୁଳି ହେଉଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବିଶେଷ ଅଧିକ ରହୁନାହିଁ। ମାତ୍ର ଆର୍ଦ୍ରତା ଅଧିକ ଯୋଗୁଁ ରହୁଥିବା ତାପମାତ୍ରାଠାରୁ ୨-୩ ଡିଗ୍ରୀ ଅଧିକ ଭଳି ସ୍ଥିତି ଅନୁଭୂତ ହେଉଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ସକାଳ ୯ ଟା ପରଠାରୁ ରାଜଧାନୀ ଭୁବନେଶ୍ୱର ସହରରେ ଆର୍ଦ୍ରତା କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ, ଗୁଳୁଗୁଳି ଅଧିକ ଅନୁଭୂତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ୭୩ ପ୍ରତିଶତ ପର୍ଯ୍ୟନ୍ତ ଯାଇଥିବାରୁ ରାଜଧାନୀବାସୀ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହୋଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହା କମ୍‍ ଶକ୍ତି ଏବଂ ଅଳସୁଆମୀ ଅନୁଭବକୁ ବୃଦ୍ଧି କରାଏ। ସେହିପରି ଏହି ସ୍ଥିତି ହାଇପରଥର୍ମିଆ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଏହାଦ୍ୱାରା ଶରୀରର ଉତ୍ତାପକୁ ନିର୍ଗତ କରିବାରେ ଅକ୍ଷମତା ହେତୁ ଶରୀରର ଉତ୍ତାପ ବୃଦ୍ଧି ହୋଇପାରେ ବୋଲି କେନ୍ଦ୍ର କହିଛି। ରାଜ୍ୟକୁ କ୍ରମାଗତ ଭାବେ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଥିବାରୁ ଏହି ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିପରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଶେଷ ସ୍ଥିତି ଉପୁଜିବ ନାହିଁ। କାଁ ଭାଁ ଅଞ୍ଚଳରେ କାଳବୈଶାଖୀ ହେବାକୁ ଥିବା ବେଳେ ସୋମବାରଠାରୁ ପୁଣି କାଳବୈଶାଖୀ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୁଦୃଶ୍ୟ-ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମାର୍ତ୍ତାବନ-ଉପକୂଳ ଏବଂ ତତସଂଲଗ୍ନ ମିଆଁମାର ଅଞ୍ଚଳରେ ଅବପାତର ପରିଣତ ହୋଇଛି। ଏହା ବର୍ତ୍ତମାନ ମିଆଁମାରଠାରୁ ଦକ୍ଷିଣପଶ୍ଚିମ ଦିଗରେ ୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି ଅବପାତଟି ଉତ୍ତରପୂର୍ବ ଦିଗରେ ଗତିକରି ମିଅାଁମାର ଉପକୂଳକୁ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର