ରାଜ୍ୟରେ ସକାଳୁ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା…

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୪ ଡିଗ୍ରୀ ପାର […]

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ଝାରସୁଗୁଡ଼ର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁରର ତପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ଗତକାଲି ରାଜ୍ୟରେ ଏବର୍ଷ ଗ୍ରୀଷ୍ମଋତୁରେ ପ୍ରଥମଥର ପାଇଁ ତାତି ୪୫ଡିଗ୍ରୀ ଅତିକ୍ରମ କରିଛି।  ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ୨ଡିଗ୍ରୀ ବଢ଼ି ଦେଶ ଓ ବିଶ୍ବର ଦ୍ବିତୀୟ ସହର‌ରେ ପରିଣତ ହୋଇଥିଲା। ଏଠାରେ ତାତି ୪୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ୪୫.୬ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ଏହି ତାଲିକାର ଶୀର୍ଷରେ ରହିଥିଲା।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

ରାଜ୍ୟରେ କାଳବୈଶାଖୀର ପ୍ରକୋପ ହ୍ରାସ ସହ ବର୍ତ୍ତମାନ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ରହୁଛି। ଏହା ପ୍ରଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବେଶ କରୁଛି ଏବଂ ତାତି ବଢ଼ି ଚାଲିଛି। ଏହି ସ୍ଥିତି ଅତି କମ୍‌ରେ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବହୁ ସ୍ଥାନରେ ତାପମାତ୍ରା ୪୨-୪୪ ଡିଗ୍ରୀ ଅତିକ୍ରମ କରିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ। କଟକ-ଭୁବନେଶ୍ୱର ସମେତ ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଙ୍ଗକୁ ବାୟୁରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଏହା ଗୁଳୁଗୁଳି ପାଇଁ ସହାୟକ ହେଉଛି। ଫଳରେ ଉପକୂଳବାସୀ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ତେବେ ୨୬ କିମ୍ବା ୨୭ ତାରିଖ ବେଳକୁ ଦେଶରେ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଟିମବଙ୍ଗର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ରାଜ୍ୟରେ ଏହି ସମୟରେ ପ୍ରାୟ ୬-୭ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ।

22 Apr 2025 By The Sakala

ରାଜ୍ୟରେ ସକାଳୁ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା…

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ଝାରସୁଗୁଡ଼ର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁରର ତପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ରାଜ୍ୟରେ ଏବର୍ଷ ଗ୍ରୀଷ୍ମଋତୁରେ ପ୍ରଥମଥର ପାଇଁ ତାତି ୪୫ଡିଗ୍ରୀ ଅତିକ୍ରମ କରିଛି।  ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ୨ଡିଗ୍ରୀ ବଢ଼ି ଦେଶ ଓ ବିଶ୍ବର ଦ୍ବିତୀୟ ସହର‌ରେ ପରିଣତ ହୋଇଥିଲା। ଏଠାରେ ତାତି ୪୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ୪୫.୬ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ଏହି ତାଲିକାର ଶୀର୍ଷରେ ରହିଥିଲା।

ରାଜ୍ୟରେ କାଳବୈଶାଖୀର ପ୍ରକୋପ ହ୍ରାସ ସହ ବର୍ତ୍ତମାନ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ରହୁଛି। ଏହା ପ୍ରଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବେଶ କରୁଛି ଏବଂ ତାତି ବଢ଼ି ଚାଲିଛି। ଏହି ସ୍ଥିତି ଅତି କମ୍‌ରେ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବହୁ ସ୍ଥାନରେ ତାପମାତ୍ରା ୪୨-୪୪ ଡିଗ୍ରୀ ଅତିକ୍ରମ କରିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ। କଟକ-ଭୁବନେଶ୍ୱର ସମେତ ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଙ୍ଗକୁ ବାୟୁରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଏହା ଗୁଳୁଗୁଳି ପାଇଁ ସହାୟକ ହେଉଛି। ଫଳରେ ଉପକୂଳବାସୀ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି।

ତେବେ ୨୬ କିମ୍ବା ୨୭ ତାରିଖ ବେଳକୁ ଦେଶରେ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଟିମବଙ୍ଗର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ରାଜ୍ୟରେ ଏହି ସମୟରେ ପ୍ରାୟ ୬-୭ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର